ଓଡ଼ିଶାର କୃତୀ ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୬।୧(ତପନ ସ୍ବାଇଁ): ଗତ ଡିସେମ୍ବରରେ ଅନୁଷ୍ଠିତ ବିଭିନ୍ନ ଇଭେଣ୍ଟରେ କୃତୀତ୍ୱ ଅର୍ଜନ କରିଥିବା ଓଡ଼ିଶାର ଆଥଲେଟ୍‌ ଓ ପାରା ଆଥଲେଟ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆର୍ଥିକ ପ୍ରୋସାହନ ପ୍ରଦାନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ୩୨ ଆଥଲେଟଙ୍କୁ ୧,୧୨,୧୦,୦୦୦ଟଙ୍କାର ପୁରସ୍କାର ରାଶି ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କୃତୀ ଆଥଲେଟ୍‌ମାନଙ୍କୁ କ୍ରୀଡ଼ାମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ମଧ୍ୟପ୍ରଦେଶର ଭୋପାଳରେ ଅନୁଷ୍ଠିତ ଜାତୀୟ କାନୋଇ […] The post ଓଡ଼ିଶାର କୃତୀ ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ appeared first on Dharitri Odia News.

ଓଡ଼ିଶାର କୃତୀ ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୬।୧(ତପନ ସ୍ବାଇଁ): ଗତ ଡିସେମ୍ବରରେ ଅନୁଷ୍ଠିତ ବିଭିନ୍ନ ଇଭେଣ୍ଟରେ କୃତୀତ୍ୱ ଅର୍ଜନ କରିଥିବା ଓଡ଼ିଶାର ଆଥଲେଟ୍‌ ଓ ପାରା ଆଥଲେଟ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆର୍ଥିକ ପ୍ରୋସାହନ ପ୍ରଦାନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ୩୨ ଆଥଲେଟଙ୍କୁ ୧,୧୨,୧୦,୦୦୦ଟଙ୍କାର ପୁରସ୍କାର ରାଶି ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କୃତୀ ଆଥଲେଟ୍‌ମାନଙ୍କୁ କ୍ରୀଡ଼ାମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।
ମଧ୍ୟପ୍ରଦେଶର ଭୋପାଳରେ ଅନୁଷ୍ଠିତ ଜାତୀୟ କାନୋଇ ସ୍ପ୍ରିଣ୍ଟ ଚାମ୍ପିୟନଶିପ୍‌ରେ ଓଭରଅଲ୍‌ ଚାମ୍ପିୟନ ହୋଇଥିବା ଓଡ଼ିଶା କାୟାକିଂ ଓ କାନୋଇଂ ଦଳକୁ କ୍ରୀଡ଼ାମନ୍ତ୍ରୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ଏକାଧିକ ପଦକ ବିଜେତା ସଚିମା କେର୍କେଟା, ରଶ୍ମିତା ସାହୁ ଓ ମୋଇରାଙ୍ଗଥେମ୍‌ ସୋଫିଆ ଦେବୀଙ୍କୁ ୯୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ସଚିମା ୪ ସ୍ବର୍ଣ୍ଣ ଓ ୩ ରୌପ୍ୟ, ରଶ୍ମିତା ୪ ସ୍ବର୍ଣ୍ଣ ଓ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ଏବଂ ସୋଫିଆ ୩ ସ୍ବର୍ଣ୍ଣ ଓ ୨ ରୌପ୍ୟ ପଦକ ପାଇଥିଲେ। ଓଇନାମ ବିଦ୍ୟା ଦେବୀ ୯୧ ସ୍ବର୍ଣ୍ଣ, ୩ ରୌପ୍ୟ, ୨ ବ୍ରୋଞ୍ଜ) ଓ ଫୁଲମଣି ଖାଖା ୯୧ ସ୍ବର୍ଣ୍ଣ, ୩ ରୌପ୍ୟ, ୨ ବ୍ରୋଞ୍ଜ)ଙ୍କୁ ୫୦,୦୦୦, ସଲାମ କିଶନ ସିଂ ୯୪ ରୌପ୍ୟ), ସାଗର କୁମାର (୩ ରୌପ୍ୟ, ୧ ବ୍ରୋଞ୍ଜ) ଓ ଅହୋଙ୍ଗଶାଙ୍ଗବାମ୍‌ ନାଓବି ସିଂ ୯୧ ସ୍ବର୍ଣ୍ଣ, ୨ ରୌପ୍ୟ, ୧ ବ୍ରୋଞ୍ଜ)ଙ୍କୁ ୪୦,୦୦୦ ଲେଖାଏ, ପୁଖରାମବାମ ରୋଜି ଦେବୀ (୧ ସ୍ବର୍ଣ୍ଣ, ୨ ରୌପ୍ୟ) ଓ ଶୃତି ଚୋଗୁଲେ (୧ ସ୍ବର୍ଣ୍ଣ, ୨ ରୌପ୍ୟଙ୍କୁ ୩୫,୦୦୦ ଟଙ୍କା ଲେଖାଏ ଦିଆ ଯାଇଥିଲା। ସେହିପରି ୩ ପଦକ ଜିତିଥିବା ଫଇରେମବାମ୍‌ ବୋରିଶ ସିଂଙ୍କୁ ୩୦,୦୦୦, ଥୋଙ୍ଗାମ୍‌, ମୋନୋଚା ସିଂ, ସଲାମ ଅର୍ଶୀ ଦେବୀ ଓ ଲୈଶରାମ ବୋରିଶ ସିଂଙ୍କୁ ୨୫,୦୦୦ ଟଙ୍କା ଲେଖାଏ, ମଧୁସ୍ମିତା ନାୟକଙ୍କୁ ୧୫,୦୦୦, ଇଲିନ ଆଲରିକା ଟପ୍ପୋ ଓ ମୋଇରାଙ୍ଗଥେମ୍‌ ଜାବେଜ ମୋଇତେଇଙ୍କୁ ୧୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା।

ନିକଟରେ ଥାଇଲାଣ୍ଡରେ ଶେଷ ହୋଇଥିବା ଓ୍ବାଲର୍‌ଡ ଆବିଲିଟି ସ୍ପୋଟର୍‌ସ (ପୂର୍ବରୁ ଆଇଡବ୍ଲ୍ୟୁଏଏସ୍‌ ଓ୍ବାଲର୍‌ଡ ଗେମ୍ସରେ ନାମରେ ପରିଚିତ ଥିଲା) ୨୦୨୩ରେ ପଦକ ଜିତିଥିବା ପାରା ଆଥଲେଟ୍‌ ସୁଚିତ୍ରା ପରିଡ଼ାଙ୍କୁ ୩୪ ଲକ୍ଷ, ଜୟନ୍ତି ବେହେରାଙ୍କୁ ୩୦ ଲକ୍ଷ ଓ ସ୍ବାଧୀନ ମେହେରଙ୍କୁ ୧୪ ଲକ୍ଷ ଟଙ୍କା ଦିଆ ଯାଇଥିଲା। ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ଦୀପ୍‌ ରଞ୍ଜନ ବିଷୋୟୀଙ୍କୁ ୧୮ ଲକ୍ଷ ଏବଂ ଶୁଭ୍ରଜିତ ମହାରଣାଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଜି. ଦିଲେଶ୍ୱର ରାଓ, ନୁରୁଲ ହୋସେନ ଖାଁ, ରାଖାଏ କୁମାର ସେଠି, ଭି. ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୂଜାସ୍ବିନୀ ନାୟକ, ଶୀଲା ମନ୍ତ୍ରୀ, ପବୀତ୍ର ସାହୁ ଓ ମାଳତୀ ପାନାଉରେଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଦିଆଯାଇ ସମ୍ମାନିତ କରାଯାଇଛି।

The post ଓଡ଼ିଶାର କୃତୀ ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ appeared first on Dharitri Odia News.