ମଦ ବନ୍ଦ ଦାବି ତେଜିଲା: ବିଧାୟକଙ୍କ ନେତୃତ୍ୱରେ ଗର୍ଜିଲେ ମହିଳା
କୋରାପୁଟ/ଲକ୍ଷ୍ମୀପୁର,୨।୬(ଅମିତାଭ ବେହେରା/ଅନନ୍ତ ପ୍ରସାଦ ନାୟକ) କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର ଓ ଦଶମନ୍ତପୁର ଆଦି ୪ଟି ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ମଦ ବନ୍ଦ ଦାବି ନେଇ ରବିବାର କୋରାପୁଟ ଏମ୍ପି ଏବଂ କଂଗ୍ରେସର ସମର୍ଥନ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ଏଥିରେ ମଦ ବନ୍ଦ ଦାବିକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସୋମବାର ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ଓ ରାୟଗଡା ବିଧାୟକ ଆପାଲାସ୍ବାମୀ କାଡ୍ରାକାଙ୍କ […] The post ମଦ ବନ୍ଦ ଦାବି ତେଜିଲା: ବିଧାୟକଙ୍କ ନେତୃତ୍ୱରେ ଗର୍ଜିଲେ ମହିଳା appeared first on Dharitri Odia News.
କୋରାପୁଟ/ଲକ୍ଷ୍ମୀପୁର,୨।୬(ଅମିତାଭ ବେହେରା/ଅନନ୍ତ ପ୍ରସାଦ ନାୟକ) କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର ଓ ଦଶମନ୍ତପୁର ଆଦି ୪ଟି ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ମଦ ବନ୍ଦ ଦାବି ନେଇ ରବିବାର କୋରାପୁଟ ଏମ୍ପି ଏବଂ କଂଗ୍ରେସର ସମର୍ଥନ ଏକ ଖବରଦାତା ସମ୍ମିଳନୀ ହୋଇଥିଲା। ଏଥିରେ ମଦ ବନ୍ଦ ଦାବିକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସୋମବାର ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ଓ ରାୟଗଡା ବିଧାୟକ ଆପାଲାସ୍ବାମୀ କାଡ୍ରାକାଙ୍କ ନେତୃତ୍ୱରେ ହଜାର ହଜାର ମହିଳା ଲକ୍ଷ୍ମୀପୁର ସଦର ମହକୁମାଠାରେ ମଦ ବନ୍ଦ ଦାବି କରି ଆନ୍ଦୋଳନ କରିଥିଲେ।
ଏପରିକି ଶତାଧିକ ମହିଳା ରେଲୱେ ଛକଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରରେ ବାହାରି ଅଞ୍ଚଳରେ ଦେଶୀ ଏବଂ ବିଦେଶୀ ମଦ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଆମ୍ବେଡ଼କରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଲକ୍ଷ୍ମୀପୁର ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦେଶ୍ୟରେ ଏକ ଦାବି ପ୍ରଦାନ କରାଯାଇଥିଲା।
The post ମଦ ବନ୍ଦ ଦାବି ତେଜିଲା: ବିଧାୟକଙ୍କ ନେତୃତ୍ୱରେ ଗର୍ଜିଲେ ମହିଳା appeared first on Dharitri Odia News.