ଆଜି ମନମୋହନଙ୍କ ଶେଷକୃତ୍ୟ
ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥତ୍କ ସଂସ୍କାରର ଅଗ୍ରଦୂତ ଡ. ମନମୋହନ ସିଂଙ୍କର ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବାବେଳେ ଶନିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କର ଜଣେ ଝିଅ ଆମେରିକାରେ ରହିଥିବାବେଳେ ତାଙ୍କ ଫେରିବାକୁ ଅପେକ୍ଷା କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଦଳ ଅଧ୍ୟକ୍ଷ […] The post ଆଜି ମନମୋହନଙ୍କ ଶେଷକୃତ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ଥତ୍କ ସଂସ୍କାରର ଅଗ୍ରଦୂତ ଡ. ମନମୋହନ ସିଂଙ୍କର ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବାବେଳେ ଶନିବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ତାଙ୍କର ଜଣେ ଝିଅ ଆମେରିକାରେ ରହିଥିବାବେଳେ ତାଙ୍କ ଫେରିବାକୁ ଅପେକ୍ଷା କରାଯାଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମେତ ଦେଶର ଶୀର୍ଷ ରାଜନେତାମାନେ ମନମୋହନଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଶେଷ ଦର୍ଶନ ପାଇଁ ମରଶରୀରକୁ ଜାତୀୟ ପତାକାରେ ଗୁଡ଼ାଯାଇ ବାସଭବନରେ ଫୁଲରେ ସଜ୍ଜିତ କାସ୍କେଟ୍ରେ ରଖାଯାଇଛି। ଦଳମତ ନିର୍ବିଶେଷରେ ବହୁନେତା ଆସି ତାଙ୍କୁ ଶେଷ ସମ୍ମାନ ଜଣାଉଛନ୍ତି। ସ୍ତ୍ରୀ ଗୁରଶରନ କୌର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଛନ୍ତି। ଶନିବାର ସକାଳ ୮ଟାରେ ମରଶରୀରକୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯିବ। ସେଠାରେ ଦଳୀୟ କର୍ମୀ ଓ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ୯ଟା ୩୦ରେ ଏଆଇସିସି କାର୍ଯ୍ୟାଳୟରୁ ଶ୍ମଶାନ ସ୍ଥଳକୁ ଶୋଭାଯାତ୍ରାରେ ନିଆଯିବ। ମନମୋହନଙ୍କ ପରଲୋକରେ ବିଶ୍ୱନେତାମାନେ ଶୋକବ୍ୟକ୍ତ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭାରତର ଆର୍ଥତ୍କ ସଂସ୍କାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ଅନ୍ତର୍ଜାତୀୟ ସମ୍ପର୍କକୁ ମଜଭୁତ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ଏଥିରୁ ପ୍ରତିଫଳିତ ହେଉଛି। ବନ୍ଧୁ ମନମୋହନଙ୍କ ପରଲୋକରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକଁର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଭାରତ ଜଣେ ମହାନ୍ ବ୍ୟକ୍ତିଙ୍କୁ ହରାଇଲା ବୋଲି କହିଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀ ଅନଓ୍ବର ଇବ୍ରାହିମ୍ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଭାରତକୁ ବିଶ୍ୱର ବୃହତ୍ ଅର୍ଥନୀତିରେ ପରିଣତ କରିବାରେ ଏହି ଅର୍ଥନୈତିକ ସଂସ୍କାରର ବିନ୍ଧାଣୀଙ୍କର ପ୍ରମୁଖ ଭୂମିକା ରହିଛନ୍ତି। ଭାରତ ଆମେରିକା ରଣନୈତିକ ସହଭାଗିତାରେ ଡ. ସିଂ ମହାନ ଚାମ୍ପିଅନ୍ ଥିଲେ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି।
The post ଆଜି ମନମୋହନଙ୍କ ଶେଷକୃତ୍ୟ appeared first on Dharitri Odia News.