ପ୍ରଶଂସକଙ୍କ ସହ ସେଲ୍ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ
ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍ ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ଷ୍ଟାର ଟ୍ରାଭିସ ହେଡ୍ ଜଣେ ପ୍ରଶଂସକଙ୍କ ସହ ସେଲ୍ଫି ନେବାକୁ ମନାକରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ସ୍ଥାନ ଓ ଗୋପନୀୟତା ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭିଡିଓରେ ହେଡ୍ଙ୍କୁ ହାଇଦ୍ରାବାଦର ଏକ ସୁପର ମାର୍କେଟରେ ଗ୍ରୋସେରୀ କିଣୁଥିବା ଦେଖିବାକୁ ମିଳୁଛି। ପ୍ରଶଂସକଙ୍କ ଏକ ଗୋଷ୍ଠୀ ତାଙ୍କୁ ପିଛା କରି ତାଙ୍କ ଭିଡିଓ କରିବା ସହ ବାରମ୍ବାର ସେଲ୍ଫି ଲାଗି […] The post ପ୍ରଶଂସକଙ୍କ ସହ ସେଲ୍ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ appeared first on Dharitri Odia News.
ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍ ରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ଷ୍ଟାର ଟ୍ରାଭିସ ହେଡ୍ ଜଣେ ପ୍ରଶଂସକଙ୍କ ସହ ସେଲ୍ଫି ନେବାକୁ ମନାକରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ସ୍ଥାନ ଓ ଗୋପନୀୟତା ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଭିଡିଓରେ ହେଡ୍ଙ୍କୁ ହାଇଦ୍ରାବାଦର ଏକ ସୁପର ମାର୍କେଟରେ ଗ୍ରୋସେରୀ କିଣୁଥିବା ଦେଖିବାକୁ ମିଳୁଛି। ପ୍ରଶଂସକଙ୍କ ଏକ ଗୋଷ୍ଠୀ ତାଙ୍କୁ ପିଛା କରି ତାଙ୍କ ଭିଡିଓ କରିବା ସହ ବାରମ୍ବାର ସେଲ୍ଫି ଲାଗି ଅନୁରୋଧ କରିଥିଲେ। ଏହାସତ୍ତ୍ୱେ ହେଡ୍ ବହୁବାର ବିନମ୍ର ଭାବେ ମନା କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଜଣେ ପ୍ରଶଂସକ କହିଥିଲେ, ଅତ୍ୟଧିକ ଆଟିଚ୍ୟୁଡ ଦେଖାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଛି। କିଛି ୟୁଜର୍ସ ପ୍ରଶଂସକଙ୍କ ବ୍ୟବହାରକୁ ସମାଲୋଚନା କରିଛନ୍ତି।
These people are pestering Sir Travis Head and preventing him from scoring more runs. I demand that the BCCI to provide Sir Travis Head with Z security as soon as possible. pic.twitter.com/hC2wOpHvTS
— Rohan
(@Goathansera) April 8, 2025
The post ପ୍ରଶଂସକଙ୍କ ସହ ସେଲ୍ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ appeared first on Dharitri Odia News.
(@Goathansera)