୩ ଦିନ ହେଲା ବିଦ୍ୟାଳୟରେ ପଡ଼ିଛି ତାଲା: ପାଠପଢ଼ା ଠପ୍‌

ମୋରଡ଼ା,୪ା୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କମାରଡ଼ିହା ପଞ୍ଚାୟତର ନା.ଖୁଣ୍ଟା ସରକାରୀ ୟୁଜିଏମ୍‌ଏଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ୩ ଦିନ ହେଲା ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଠପ୍‌ ହୋଇଯାଇଛି। ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ ପରିଚାଳନା କମିଟି ସଦସ୍ୟ, ସଦସ୍ୟାଙ୍କ ଜାଲ ଦସ୍ତଖତ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ବ୍ଲକ ଶିକ୍ଷା […] The post ୩ ଦିନ ହେଲା ବିଦ୍ୟାଳୟରେ ପଡ଼ିଛି ତାଲା: ପାଠପଢ଼ା ଠପ୍‌ appeared first on Dharitri Odia News.

୩ ଦିନ ହେଲା ବିଦ୍ୟାଳୟରେ ପଡ଼ିଛି ତାଲା: ପାଠପଢ଼ା ଠପ୍‌
ମୋରଡ଼ା,୪ା୧(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କମାରଡ଼ିହା ପଞ୍ଚାୟତର ନା.ଖୁଣ୍ଟା ସରକାରୀ ୟୁଜିଏମ୍‌ଏଇ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ୩ ଦିନ ହେଲା ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଠପ୍‌ ହୋଇଯାଇଛି।
ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ ପରିଚାଳନା କମିଟି ସଦସ୍ୟ, ସଦସ୍ୟାଙ୍କ ଜାଲ ଦସ୍ତଖତ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ପ୍ରଧାନ ଶିକ୍ଷୟିତ୍ରୀ ସାହୁଙ୍କୁ ନିଲମ୍ବିତ କକରିଥିଲେ।  କିନ୍ତୁ ଜିଲା ଶିକ୍ଷା ଅଧିକାରୀ ବିଇଓଙ୍କ ଆଦେଶକୁ ରଦ୍ଦ କରି ପ୍ରଧାନ ଶିକ୍ଷୟିତ୍ରୀ ସାହୁଙ୍କୁ ପୁର୍ନବାର ସେହି ସ୍କୁଲରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିଷ୍ପତ୍ତିକୁ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ବିରୋଧ କରି ଗତ ସୋମବାରଠାରୁ ସ୍କୁଲରେ ତାଲା ପକାଇ ଧାରଣାରେ ବସିଥିଲେ। ବୁଧବାର ପ୍ରଧାନ ଶିକ୍ଷୟିତ୍ରୀ ସାହୁ ରାସ୍ତା କଡ଼ ଏକ ଗଛମୂଳେ ଛାତ୍ରୀଛାତ୍ରମାନଙ୍କୁ ପାଠ ପଢ଼ାଇଥିଲେ।
ରାସ୍ତା କଡ଼ରେ ପଢ଼ୁଥିବା ଛୋଟଛୋଟ ପିଲାମାନେ ଯଦି ଦୁର୍ଘଟଣାର ସମ୍ମୁଖିନ ହୁଅନ୍ତି ତେବେ ଏଥିପାଇଁ ଦାୟୀ କିଏ ରହିବେ ବୋଲି ବିଦ୍ୟାଳୟ ପରିଚାଳନା କମିଟି ପ୍ରଶ୍ନ କରିଛି। ଗୁରୁବାର ତୃତୀୟ ଦିନରେ ମଧ୍ୟ ତାଲା ବନ୍ଦ ସହିତ ଧାରଣା ଜାରି ରହିଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଠପ୍‌ ହୋଇଯାଇଛି। ଛାତ୍ରୀଛାତ୍ରମାନଙ୍କୁ ୩ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳିପାରିନାହିଁ। ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି l
ଏହି ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ବିଇଓ ତାଙ୍କ ବିନା ଅନୁମତିରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଥିବାରୁ ସେ ଉକ୍ତ ଆଦେଶକୁ ସ୍ଥଗିତ ରଖିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ପରିଚାଳନା କମିଟି ସଦସ୍ୟା ସଦସ୍ୟମାନେ ଧାରଣାରେ ବସି ରହିଥିବାରୁ ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ସେ କହିଛନ୍ତି।
ବିଇଓ ଛତିଶଚନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ସେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବା ପରେ ଜିଲା ଶିକ୍ଷା ଅଧିକାରୀ ପୁଣି ତାଙ୍କୁ ଉକ୍ତ ବିଦ୍ୟାଳୟରେ ଯୋଗଦାନ କରିବାକୁ ଆଦେଶ ଦେଇଛନ୍ତି। ଘଟଣାର କୌଣସି ସମାଧାନ ସେ କରି ପାରିବେ ନାହିଁ, ତଥାପି ସେ ଧାରଣାସ୍ଥଳକୁ ଯାଇ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ବୋଲି କହିଛନ୍ତି।

The post ୩ ଦିନ ହେଲା ବିଦ୍ୟାଳୟରେ ପଡ଼ିଛି ତାଲା: ପାଠପଢ଼ା ଠପ୍‌ appeared first on Dharitri Odia News.