ବେବି କେୟାର ସେଣ୍ଟର ଅଗ୍ନିକାଣ୍ଡକୁ ନେଇ କେଜ୍‌ରିଓ୍ବାଲ କହିଲେ…

ନୂଆଦିଲ୍ଲୀ,୨୬ା୫: ଦିଲ୍ଲୀର ବିବେକ ବିହାରର ବେବି କେୟାର ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡରେ ୭ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଶିଶୁ ଡାକ୍ତରଖାନାରେ ନିଆଁ ଲାଗିବା ଘଟଣା ହୃଦୟ ବିଦାରକ। ଏହି ଦୁର୍ଘଟଣାରେ ଯେଉଁମାନେ ସେମାନଙ୍କର ନିରୀହ ପିଲାମାନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ଆମେ ସମସ୍ତେ ଛିଡ଼ା ହୋଇଛୁ । ସେ କହିଛନ୍ତି, ଘଟଣାସ୍ଥଳରେ ଆହତମାନଙ୍କୁ ଚିକିତ୍ସା ଯୋଗାଇବାରେ ସରକାରୀ ଓ ପ୍ରଶାସନିକ ଅଧିକାରୀ […] The post ବେବି କେୟାର ସେଣ୍ଟର ଅଗ୍ନିକାଣ୍ଡକୁ ନେଇ କେଜ୍‌ରିଓ୍ବାଲ କହିଲେ… appeared first on Dharitri Odia News.

ବେବି କେୟାର ସେଣ୍ଟର ଅଗ୍ନିକାଣ୍ଡକୁ ନେଇ କେଜ୍‌ରିଓ୍ବାଲ କହିଲେ…

ନୂଆଦିଲ୍ଲୀ,୨୬ା୫: ଦିଲ୍ଲୀର ବିବେକ ବିହାରର ବେବି କେୟାର ସେଣ୍ଟରରେ ହୋଇଥିବା ଅଗ୍ନିକାଣ୍ଡରେ ୭ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ଶିଶୁ ଡାକ୍ତରଖାନାରେ ନିଆଁ ଲାଗିବା ଘଟଣା ହୃଦୟ ବିଦାରକ। ଏହି ଦୁର୍ଘଟଣାରେ ଯେଉଁମାନେ ସେମାନଙ୍କର ନିରୀହ ପିଲାମାନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ଆମେ ସମସ୍ତେ ଛିଡ଼ା ହୋଇଛୁ ।

ସେ କହିଛନ୍ତି, ଘଟଣାସ୍ଥଳରେ ଆହତମାନଙ୍କୁ ଚିକିତ୍ସା ଯୋଗାଇବାରେ ସରକାରୀ ଓ ପ୍ରଶାସନିକ ଅଧିକାରୀ ନିଯୁକ୍ତ ଅଛନ୍ତି। ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ଏବଂ ଏହି ଅବହେଳା ପାଇଁ ଯିଏ ଦାୟୀ ତାଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଶିଶୁ ଡାକ୍ତରଖାନାରେ ନିଆଁ ଲାଗିବା ଘଟଣା ହୃଦୟ ବିଦାରକ। ଏହି ଦୁର୍ଘଟଣାରେ ଯେଉଁମାନେ ସେମାନଙ୍କର ନିରୀହ ପିଲାମାନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୁଁ ସମବେଦନା ଜଣାଉଛି ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

The post ବେବି କେୟାର ସେଣ୍ଟର ଅଗ୍ନିକାଣ୍ଡକୁ ନେଇ କେଜ୍‌ରିଓ୍ବାଲ କହିଲେ… appeared first on Dharitri Odia News.