ନିର୍ବାଚନ ରାଲିରେ ବି ବୁଲଡୋଜର ଆକ୍ସନ, ବୁଲଡୋଜରରୁ ବର୍ଷିଲା ଟଙ୍କା, ଭିଡିଓ ଭାଇରାଲ
ଫିରୋଜପୁର,୩।୧୦: ବର୍ତ୍ତମାନ ବୁଲଡୋଜର ଖବର ଗଣମାଧ୍ୟମରେ ହେଡଲାଇନ ରହି ଆସୁଛି। ବିଶେଷକରି ଉତ୍ତରପ୍ରଦେଶରେ ବୁଲଡୋଜର ଆକ୍ସନ ବହୁତ ହୋଇଥାଏ। କିନ୍ତୁ ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନରେ ବୁଲଡୋଜର ଦେଖିବାକୁ ମିଳୁଛି। ନୁହ ଜିଲାର ଫିରୋଜପୁର ଝିରକା ଆସନରୁ ଭାରତୀୟ ଜାତୀୟ ଲୋକ ଦଳ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଛି। ତେବେ ଏକ ନିର୍ବାଚନ ରାଲିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଏହି ଦଳ ବୁଲଡୋଜର ବ୍ୟବହାର କରି ଟଙ୍କାବର୍ଷା କରୁଛି। ବହୁ ଉଚ୍ଚରୁ ନୋଟ୍ ବର୍ଷା […] The post ନିର୍ବାଚନ ରାଲିରେ ବି ବୁଲଡୋଜର ଆକ୍ସନ, ବୁଲଡୋଜରରୁ ବର୍ଷିଲା ଟଙ୍କା, ଭିଡିଓ ଭାଇରାଲ appeared first on Dharitri Odia News.
ଫିରୋଜପୁର,୩।୧୦: ବର୍ତ୍ତମାନ ବୁଲଡୋଜର ଖବର ଗଣମାଧ୍ୟମରେ ହେଡଲାଇନ ରହି ଆସୁଛି। ବିଶେଷକରି ଉତ୍ତରପ୍ରଦେଶରେ ବୁଲଡୋଜର ଆକ୍ସନ ବହୁତ ହୋଇଥାଏ। କିନ୍ତୁ ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନରେ ବୁଲଡୋଜର ଦେଖିବାକୁ ମିଳୁଛି।
ନୁହ ଜିଲାର ଫିରୋଜପୁର ଝିରକା ଆସନରୁ ଭାରତୀୟ ଜାତୀୟ ଲୋକ ଦଳ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଛି। ତେବେ ଏକ ନିର୍ବାଚନ ରାଲିର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଏହି ଦଳ ବୁଲଡୋଜର ବ୍ୟବହାର କରି ଟଙ୍କାବର୍ଷା କରୁଛି। ବହୁ ଉଚ୍ଚରୁ ନୋଟ୍ ବର୍ଷା କରାଯାଉଥିବାବେଳେ ତଳେ ଥିବା କିଛି ଲୋକ ଓ ପିଲାମାନେ ଭିଡକୁ ଠେଲି ନୋଟ ଉଠାଉଥିବାର ଦେଖାଯାଉଛି । ଭାରତୀୟ ଜାତୀୟ ଲୋକ ଦଳ ଏବେ ବିଏସପି ସହିତ ମେଣ୍ଟ କରି ନିର୍ବାଚନ ଲଢୁଛି।
The post ନିର୍ବାଚନ ରାଲିରେ ବି ବୁଲଡୋଜର ଆକ୍ସନ, ବୁଲଡୋଜରରୁ ବର୍ଷିଲା ଟଙ୍କା, ଭିଡିଓ ଭାଇରାଲ appeared first on Dharitri Odia News.