ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ହେଲେ ହିମାଦ୍ରୀ ପେସନିଆ : ବିଭିନ୍ନ ସ୍ଥାନରେ ଉଛ୍ୱସିତ ସମ୍ବର୍ଦ୍ଧନା
କଳାହାଣ୍ଡି,୦୯/୦୨-ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ନିଜ ତୃଣମୂଳ ସ୍ତରରେ ସଂଗଠନ ସଜାଡ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଦଳ ତରଫରୁ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ, ଗୋଟିଏ ମୁନିସିପାଲିଟି, ୩ଟି ଏନଏସି ପାଇଁ ସଭାପତି ଘୋଷଣା କରାଯାଇଛି। ଏହିକ୍ରମରେ ଲାଞ୍ଜିଗଡ ବ୍ଲକ ସଭାପତି ଭାବେ ଯୁବନେତା ହିମାଦ୍ରୀ ପେସନିଆଙ୍କୁ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ଦିନ ଧରି ବିଜେଡି ଦଳର ସଂଗଠନ ଦାୟିତ୍ୱ ସହିତ ବିଭିନ୍ନ କାର୍ଯ୍ୟ ସମ୍ଭାଳି ଆସୁଥିବା ଶ୍ରୀ ପେସନିଆଙ୍କୁ ବ୍ଲକ ସଭାପତି ଦାୟିତ୍ୱ ଦିଆଯିବା […] The post ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ହେଲେ ହିମାଦ୍ରୀ ପେସନିଆ : ବିଭିନ୍ନ ସ୍ଥାନରେ ଉଛ୍ୱସିତ ସମ୍ବର୍ଦ୍ଧନା appeared first on Odisha.News.

କଳାହାଣ୍ଡି,୦୯/୦୨-ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ନିଜ ତୃଣମୂଳ ସ୍ତରରେ ସଂଗଠନ ସଜାଡ଼ିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଦଳ ତରଫରୁ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ, ଗୋଟିଏ ମୁନିସିପାଲିଟି, ୩ଟି ଏନଏସି ପାଇଁ ସଭାପତି ଘୋଷଣା କରାଯାଇଛି। ଏହିକ୍ରମରେ ଲାଞ୍ଜିଗଡ ବ୍ଲକ ସଭାପତି ଭାବେ ଯୁବନେତା ହିମାଦ୍ରୀ ପେସନିଆଙ୍କୁ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ଦିନ ଧରି ବିଜେଡି ଦଳର ସଂଗଠନ ଦାୟିତ୍ୱ ସହିତ ବିଭିନ୍ନ କାର୍ଯ୍ୟ ସମ୍ଭାଳି ଆସୁଥିବା ଶ୍ରୀ ପେସନିଆଙ୍କୁ ବ୍ଲକ ସଭାପତି ଦାୟିତ୍ୱ ଦିଆଯିବା ଖବର ମିଳିବା ପରେ ଅଞ୍ଚଳର ବିଜେଡି ନେତା ଓ କର୍ମୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ଆଜି ଦଳର ନୂତନ ସଭାପତି ଶ୍ରୀ ପେସନିଆଙ୍କୁ ବିଶ୍ୱନାଥପୁରଠାରେ ଦଳ ତରଫରୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆ, ବିଜେଡି ନେତା ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ମନୋହର ହରପାଲ, ହରିଶ୍ଚନ୍ଦ୍ର ବୁଦ୍ଧିଆ, ସେନାପତି ନାଏକ, ଟଙ୍କଧର ମାଝୀ, ମହେନ୍ଦ୍ର କରୁଆଁ, ପ୍ରସନ୍ନ ପରିଡା, ସୁବନ ଭୋଇ, ଡିଲେଶ କୁମାର ନାଗ, ବନମାଳି ଦଳେଇ, ବୈଦ୍ୟନାଥ ନାଏକଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ତାଙ୍କୁ ସ୍ୱାଗତ ଜଣାଇଥିଲେ। ସେହିପରି ଶ୍ରୀ ପେସନିଆ ଲାଞ୍ଜିଗଡ ପହଞ୍ଚିବା ପରେ ସେଠାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ, ମହିଳା, ପୁରୁଷ ଯୋଗଦେଇ ବାଜା ବାଣ ସହିତ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ। ସେହିପରି ନିଜର ନୂତନ ନିଯୁକ୍ତିକୁ ନେଇ ଶ୍ରୀ ପେସନିଆ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କାର୍ଯ୍ୟକାରୀ ସଭାପତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଏସଡିସି ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଦଳ ପାଇଁ ଆହୁରି ମଜବୁତ ହୋଇ କାମ କରିବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।
The post ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ହେଲେ ହିମାଦ୍ରୀ ପେସନିଆ : ବିଭିନ୍ନ ସ୍ଥାନରେ ଉଛ୍ୱସିତ ସମ୍ବର୍ଦ୍ଧନା appeared first on Odisha.News.