ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ
ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ ସଭ୍ୟାସଭ୍ୟ ଅଭିଯୋଗ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଏମାନଙ୍କ ପକ୍ଷରୁ ଅଣାଯାଇଛି। ବୁଧବାର ଉକ୍ତ ୧୨ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ ଛତ୍ରପୁର ଉପଜିଲାପାଳଙ୍କୁ ଭେଟି ଏସମ୍ପର୍କରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଅନୁରୋଧ କରିଛନ୍ତି। ଏମାନଙ୍କ ପକ୍ଷରୁ କୁହାଯାଇଛି ଯେ, ୧୨ ଜଣ ଓ୍ବାର୍ଡ ସଭ୍ୟ/ସଭ୍ୟା ଗତ […] The post ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ appeared first on Dharitri Odia News.
ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ ସଭ୍ୟାସଭ୍ୟ ଅଭିଯୋଗ କରିଛନ୍ତି। ଏନେଇ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଏମାନଙ୍କ ପକ୍ଷରୁ ଅଣାଯାଇଛି। ବୁଧବାର ଉକ୍ତ ୧୨ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ ଛତ୍ରପୁର ଉପଜିଲାପାଳଙ୍କୁ ଭେଟି ଏସମ୍ପର୍କରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଅନୁରୋଧ କରିଛନ୍ତି। ଏମାନଙ୍କ ପକ୍ଷରୁ କୁହାଯାଇଛି ଯେ, ୧୨ ଜଣ ଓ୍ବାର୍ଡ ସଭ୍ୟ/ସଭ୍ୟା ଗତ ୭ ତାରିଖରେ ନିମେଶ୍ବର ମନ୍ଦିର ନିକଟସ୍ଥ ମଣ୍ଡପରେ ବୈଠକ କରି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସର୍ବସମ୍ମତି ନିଷ୍ପତ୍ତି ନେଇଥିଲେ। ଏମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ସରପଞ୍ଚ ମାସିକ ପାଞ୍ଚାୟତ ବୈଠକରେ ପ୍ରାରମ୍ଭରେ କେବଳ ଭାଷଣ ଆରମ୍ଭ କରି ଭାଷଣରେ ହିଁ ବୈଠକ ସମାପ୍ତ କରନ୍ତି। ଏଥିସହ ପଞ୍ଚାୟତର ଉନ୍ନୟନ ପାଣ୍ଠି କୋଉଠି କିଭଳି ଭାବେ ଖର୍ଚ୍ଚ ହେଉଛି ଏମାନଙ୍କୁ ଜଣାଯାଉନାହିଁ। ପାନୀୟ ଜଳ ଯୋଗାଣରେ ତ୍ରୁଟିର ସମାଧାନ ହେଉ ନ ଥିବା ଉଦାହରଣ ରହିଛି।
The post ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ appeared first on Dharitri Odia News.