ଜଙ୍ଗଲରେ ଲୁଚିଥିଲା ହତ୍ୟାକାରୀ ସ୍ୱାମୀ, ବାନ୍ଧିଲା କଣ୍ଟାମାଳ ପୋଲିସ

ବୌଦ୍ଧ ୧୧।୦୯ : ଦୁଇ ଦିନ ପରେ ପୋଲିସକୁ ମିଳିଲା ସଫଳତା । ଶ୍ୱଶୁର ଘରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଫେରାର ମାରିଥିବା ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି କଣ୍ଟାମାଳ ପୋଲିସ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଚାରବାଟି ଗାଁରେ ନୂଆଖାଇ ଦିନ ଘଟିଥିଲା ଏହି ଘଟଣା । ଖବର ଅନୁଯାୟୀ, ନୂଆଖାଇ ଦିନ ରାତିରେ ସର୍ବେଶ୍ଵର ନାୟକ ନିଜ ଶ୍ଵଶୁର ଘରକୁ ନୂଆ ଖାଇବାକୁ ଯାଇଥିଲେ । ସେଠାରେ ସ୍ତ୍ରୀଙ୍କ ସହିତ ତାଙ୍କର ବଚସା ହୋଇଥିଲା । ଯାହାଫଳରେ ସ୍ବାମୀ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ନିଜ ସ୍ତ୍ରୀର ବେକ କାଟି ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ପରେ ସେଠାରେ ଫେରାର ହୋଇଯାଇଥିଲା। ଫେରାର ପରେ ଅଭିଯୁକ୍ତ ଜଣଙ୍କ କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ଲୁଚି ରହିଥିବାର ଖବର ପାଇଥିଲା ପୋଲିସ । କନ୍ଧମାଳ ଗୋଚ୍ଛାପଡ଼ା ଥାନା ପୋଲିସ ସହାୟତାରେ ବାଲନ୍ଦପଡ଼ା ଜଙ୍ଗଲରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସର୍ବେଶ୍ଵର ନାୟକ। ତେବେ ଗିରଫ ପରେ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରିଛି ପୋଲିସ । 

ଜଙ୍ଗଲରେ ଲୁଚିଥିଲା ହତ୍ୟାକାରୀ ସ୍ୱାମୀ, ବାନ୍ଧିଲା କଣ୍ଟାମାଳ ପୋଲିସ

ବୌଦ୍ଧ ୧୧।୦୯ : ଦୁଇ ଦିନ ପରେ ପୋଲିସକୁ ମିଳିଲା ସଫଳତା । ଶ୍ୱଶୁର ଘରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଫେରାର ମାରିଥିବା ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି କଣ୍ଟାମାଳ ପୋଲିସ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଚାରବାଟି ଗାଁରେ ନୂଆଖାଇ ଦିନ ଘଟିଥିଲା ଏହି ଘଟଣା । 

ଖବର ଅନୁଯାୟୀ, ନୂଆଖାଇ ଦିନ ରାତିରେ ସର୍ବେଶ୍ଵର ନାୟକ ନିଜ ଶ୍ଵଶୁର ଘରକୁ ନୂଆ ଖାଇବାକୁ ଯାଇଥିଲେ । ସେଠାରେ ସ୍ତ୍ରୀଙ୍କ ସହିତ ତାଙ୍କର ବଚସା ହୋଇଥିଲା । ଯାହାଫଳରେ ସ୍ବାମୀ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ନିଜ ସ୍ତ୍ରୀର ବେକ କାଟି ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ପରେ ସେଠାରେ ଫେରାର ହୋଇଯାଇଥିଲା। ଫେରାର ପରେ ଅଭିଯୁକ୍ତ ଜଣଙ୍କ କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ଲୁଚି ରହିଥିବାର ଖବର ପାଇଥିଲା ପୋଲିସ । କନ୍ଧମାଳ ଗୋଚ୍ଛାପଡ଼ା ଥାନା ପୋଲିସ ସହାୟତାରେ ବାଲନ୍ଦପଡ଼ା ଜଙ୍ଗଲରୁ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସର୍ବେଶ୍ଵର ନାୟକ। ତେବେ ଗିରଫ ପରେ ଅଭିଯୁକ୍ତ ନିକଟରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ଜବତ କରିଛି ପୋଲିସ ।