ଦିନରେ ପେଟ ପାଇଁ ସଂଘର୍ଷ: ରାତିରେ ହାତୀ ସହ ଛକାପଞ୍ଝା

ଉଦଳା,୮ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ନିଜ କଷ୍ଟ ଉପାର୍ଜିତ ଫସଲକୁ ରକ୍ଷା ପାଇଁ ହାତୀ ସହିତ ଛକାପଞ୍ଝା। ରାତିତମାମ ଚାଲିଛି ହାତୀ-ମଣିଷଙ୍କ ଖେଳ। ଅନ୍ଧାର ରାତିରେ ବିଲ ଭିତରେ ଜଳୁଛି ଆଲୁଅ। ସମସ୍ତେ ହାତରେ ଟର୍ଚ୍ଚ ଧରି ଧାଁ ଦୌଡ଼ କରୁଛନ୍ତି। କାରଣ ଏକ ସଙ୍ଗେ ସମସ୍ତେ ନ ଗଲେ ହାତୀ ଆସି କିଛି ସମୟ ମଧ୍ୟରେ ମାଟିରେ ମିଶାଇଦେବ ବର୍ଷକର ପରିଶ୍ରମକୁ। ଏଭଳି ଘଟଣା […] The post ଦିନରେ ପେଟ ପାଇଁ ସଂଘର୍ଷ: ରାତିରେ ହାତୀ ସହ ଛକାପଞ୍ଝା appeared first on Dharitri Odia News.

ଦିନରେ ପେଟ ପାଇଁ ସଂଘର୍ଷ: ରାତିରେ ହାତୀ ସହ ଛକାପଞ୍ଝା

ଉଦଳା,୮ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ନିଜ କଷ୍ଟ ଉପାର୍ଜିତ ଫସଲକୁ ରକ୍ଷା ପାଇଁ ହାତୀ ସହିତ ଛକାପଞ୍ଝା। ରାତିତମାମ ଚାଲିଛି ହାତୀ-ମଣିଷଙ୍କ ଖେଳ। ଅନ୍ଧାର ରାତିରେ ବିଲ ଭିତରେ ଜଳୁଛି ଆଲୁଅ। ସମସ୍ତେ ହାତରେ ଟର୍ଚ୍ଚ ଧରି ଧାଁ ଦୌଡ଼ କରୁଛନ୍ତି। କାରଣ ଏକ ସଙ୍ଗେ ସମସ୍ତେ ନ ଗଲେ ହାତୀ ଆସି କିଛି ସମୟ ମଧ୍ୟରେ ମାଟିରେ ମିଶାଇଦେବ ବର୍ଷକର ପରିଶ୍ରମକୁ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ପୋଡାଡ଼ିହା ରେଞ୍ଜ ଅଧୀନ ନଛିପୁର ଗ୍ରାମରେ। ସୂଚନା ଅନୁଯାୟୀ, ଶିମିଳିପାଳ ପାଦଦେଶରେ ରହିଛି ଏହି ନଛିପୁର ଗାଁ। ଏହି ଗ୍ରାମବାସୀଙ୍କ ପାଇଁ ଏବେ ହାତୀ ମୁହଁରୁ ନିଜ ଫସଲ ବଞ୍ଚାଇବା ଚ୍ୟାଲେଞ୍ଜ ହୋଇଯାଇଛି। ହାତୀ ପାଇଁ ଏବେ ଘର ଛାଡ଼ି ରାତିତମାମ ମଞ୍ଚା ଉପରେ ଜୀବନ ବିତାଉଛନ୍ତି ଲୋକେ। ଏହି ଗ୍ରାମରେ ଥିବା ଏକର ଏକର ଚାଷ ଜମି ହାତୀ ଉପଦ୍ରବରେ ନଷ୍ଟ ହୋଇଯାଇଛି। ସା ହେଲେ ଲୋକେ ଘରୁ ହାତରେ ଟର୍ଚ୍ଚ, ରାତି ପାଇଁ ଖାଦ୍ୟ, ଚାଦର ଧରି ପହଞ୍ଚତ୍ ଯାଉଛନ୍ତି ନିଜ ଚାଷ ଜମି ନିକଟରେ। ସେହିଠାରେ ଲଗାଯାଉଛି ନିଆଁ। ନିଆଁ ଲଗାଇ ଦେଇ ଚାଷୀ ଉଠିଯାଉଛନ୍ତି ଗଛ ଉପରେ ତିଆରି କରିଥିବା ମଞ୍ଚା ଉପରକୁ। ରାତିତମାମ ସେହି ମଞ୍ଚାରେ ହିଁ ଶୋଇ ରହିବେ ଏବଂ ହାତୀ ଆସିଲେ ତାକୁ ଘଉଡ଼ାଇବେ। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୪୦ରୁ ଅଧିକ ମଞ୍ଚା ଗଛ ଉପରେ ରହିଛି। ରାତିରେ ହାତୀ ଆସିବାର ସୂଚନା ପାଇଲା ମାତ୍ରେ କିଏ ମଞ୍ଚାରୁ ପାଟି କରି ଲୋକଙ୍କୁ ସଜାଗ କରୁଛି ତ ପୁଣି କିଏ ପେଁକାଳି ବଜାଉଛି। ପୁଣି କିଏ ବାଜା ବଜାଇ ସମସ୍ତଙ୍କୁ ସଚେତନ କରାଉଛି। ବାଜା ଶବ୍ଦ ଶୁଣି ଗ୍ରାମବାସୀ ଘରୁ ଦୌଡ଼ି ଆସିଥାନ୍ତି ହାତୀ ଘଉଡ଼ାଇବାକୁ। ନଚେତ୍‌ ହାତୀ ଆସି ତାଙ୍କ ବିଲ ଭିତରେ ପଶି ଫସଲ ଖାଇବା ସହିତ ପାଦରେ ଦଳି ନଷ୍ଟ କରି ଦେଉଛି। ହାତୀ ଘଉଡ଼ାଇବା ପାଇଁ ଗାଁ ଲୋକଙ୍କୁ ରାତି ସାରା ଉଜାଗର ହେବାକୁ ପଡ଼ୁଛି। ଧାନ ଫସଲ ଆରମ୍ଭ ହେଲା ଦିନରୁ ଅର୍ଥାତ୍‌ ୩ ମାସ ହେବ ପ୍ରତିଦିନ ଗ୍ରାମବାସୀ ଓ ଚାଷୀଙ୍କର ଏହିଭଳି ଅବସ୍ଥା। ତେବେ ହାତୀ ଘଉଡ଼ାଇବାକୁ ବନ ବିଭାଗ ସହଯୋଗ କରୁ ନ ଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

The post ଦିନରେ ପେଟ ପାଇଁ ସଂଘର୍ଷ: ରାତିରେ ହାତୀ ସହ ଛକାପଞ୍ଝା appeared first on Dharitri Odia News.