ପ୍ରେମୀଯୁଗଳଙ୍କ ହାଇଡ୍ରାମା, ବାଲିପଠାରେ ଲୁଚିଥିବା ବେଳେ ଧରିଲା ପୋଲିସ

ସୋନପୁର,୧୯।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ମହାନଦୀ ସେତୁ ନିକଟସ୍ଥ ଟାଓ୍ବାର ଘାଟ ନିକଟରେ ଗୁରୁବାର ରାତିରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ମହାନଦୀ ଗର୍ଭ ବାଲି ପଠାରେ ଦୁଇ ଦିନ ଧରି ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ସୋନପୁର ଟାଉନ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନାବାଳିକା ପ୍ରେମିକାଙ୍କୁ ବିଦ୍ୟୁତ୍‌ ଟାଓ୍ବାର ନିକଟସ୍ଥ ପଠାରୁ ଉଦ୍ଧାର କରି ସୋନପୁର ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଅନ୍ୟପକ୍ଷେ […] The post ପ୍ରେମୀଯୁଗଳଙ୍କ ହାଇଡ୍ରାମା, ବାଲିପଠାରେ ଲୁଚିଥିବା ବେଳେ ଧରିଲା ପୋଲିସ appeared first on Dharitri Odia News.

ପ୍ରେମୀଯୁଗଳଙ୍କ ହାଇଡ୍ରାମା, ବାଲିପଠାରେ ଲୁଚିଥିବା ବେଳେ ଧରିଲା ପୋଲିସ

ସୋନପୁର,୧୯।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ମହାନଦୀ ସେତୁ ନିକଟସ୍ଥ ଟାଓ୍ବାର ଘାଟ ନିକଟରେ ଗୁରୁବାର ରାତିରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ମହାନଦୀ ଗର୍ଭ ବାଲି ପଠାରେ ଦୁଇ ଦିନ ଧରି ଲୁଚି ରହିଥିବା ପ୍ରେମୀ ଯୁଗଳଙ୍କୁ ସୋନପୁର ଟାଉନ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନାବାଳିକା ପ୍ରେମିକାଙ୍କୁ ବିଦ୍ୟୁତ୍‌ ଟାଓ୍ବାର ନିକଟସ୍ଥ ପଠାରୁ ଉଦ୍ଧାର କରି ସୋନପୁର ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଅନ୍ୟପକ୍ଷେ ପ୍ରେମିକ ତଥା ସୋନପୁର ସହର ପଟାଭାଡି ଅଞ୍ଚଳର ଶିବ ଶମ୍ଭୁ ମେହେର(୨୧)ଙ୍କୁ ପୋଲିସ ଅଟକ ରଖିଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ନାବାଳିକାଙ୍କ ବାପା ବୁଧବାର ସକାଳେ ସୋନପୁର ଥାନାରେ ତାଙ୍କ ଝିଅ ଅପହରଣ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଶିବ ଶମ୍ଭୁ ନାବାଳିକାଙ୍କୁ ବୁଧବାରଠାରୁ ନେଇ ମହାନଦୀଗର୍ଭର ବାଲି ପଠାରେ ରଖିଥିଲେ। ଗୁରୁବାର ଶିବ ଶମ୍ଭୁ ମାର୍କେଟ୍‌କୁ ଖାଇବା ଆଣିବା ପାଇଁ ଯାଇଥିଲାବେଳେ ମୋବାଇଲ ଟ୍ରାକିଂ କରି ପୋଲିସ ତାଙ୍କୁ ଧରିଥିଲା। ପରେ ପୋଲିସ ନିକଟରୁ ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନାବାଳିକାଙ୍କୁ ନଦୀଗର୍ଭରୁ ଉଦ୍ଧାର କରିଥିଲେ। ଥାନାରେ ପ୍ରେମୀ ଯୁଗଳଙ୍କ ପରିବାର ଉପସ୍ଥିତ ରହିଛନ୍ତି। ଏସଆଇ ସସ୍ମିତା ଭୁତିଆ ଏହି ଘଟଣାର ତଦନ୍ତ କରୁଛନ୍ତି।

The post ପ୍ରେମୀଯୁଗଳଙ୍କ ହାଇଡ୍ରାମା, ବାଲିପଠାରେ ଲୁଚିଥିବା ବେଳେ ଧରିଲା ପୋଲିସ appeared first on Dharitri Odia News.