ପୁଣି ନାରାଜ ହେଲେ ଶିନ୍ଦେ! ଚାଲିଗଲେ ଗାଁକୁ
ମୁମ୍ବାଇ,୨୧।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେି ସ୍ବିଜରଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ, ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ନିଜ ଗାଁକୁ ଫେରି ଆସିଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ଦୂରତା କେବଳ ଭୌଗୋଳିକ ନୁହେଁ ବରଂ ରାଜନୈତିକ ମଧ୍ୟ ହୋଇଯାଇଛି। କୁହାଯାଉଛି ଯେ ଶିନ୍ଦେ ଆଜିକାଲି ରାଗିଛନ୍ତି। ସରକାର ଗଠନ ପରେ ମହାମେଣ୍ଟରେ ନିରନ୍ତର ଅସନ୍ତୋଷ ଦେଖାଯାଉଛି। କେତେବେଳେ ମନ୍ତ୍ରୀ ପଦ ବିଷୟରେ ତ କେତେବେଳେ ବିଭାଗକୁ ନେଇ। ଏବେ, ଦୁଇଟି ଜିଲାର […] The post ପୁଣି ନାରାଜ ହେଲେ ଶିନ୍ଦେ! ଚାଲିଗଲେ ଗାଁକୁ appeared first on Dharitri Odia News.
ମୁମ୍ବାଇ,୨୧।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବେି ସ୍ବିଜରଲ୍ୟାଣ୍ଡ ଗସ୍ତରେ ଅଛନ୍ତି। ଏଠାରେ, ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ନିଜ ଗାଁକୁ ଫେରି ଆସିଛନ୍ତି। ଏହି ଦୁଇ ନେତାଙ୍କ ମଧ୍ୟରେ ଏହି ଦୂରତା କେବଳ ଭୌଗୋଳିକ ନୁହେଁ ବରଂ ରାଜନୈତିକ ମଧ୍ୟ ହୋଇଯାଇଛି। କୁହାଯାଉଛି ଯେ ଶିନ୍ଦେ ଆଜିକାଲି ରାଗିଛନ୍ତି।
ସରକାର ଗଠନ ପରେ ମହାମେଣ୍ଟରେ ନିରନ୍ତର ଅସନ୍ତୋଷ ଦେଖାଯାଉଛି। କେତେବେଳେ ମନ୍ତ୍ରୀ ପଦ ବିଷୟରେ ତ କେତେବେଳେ ବିଭାଗକୁ ନେଇ। ଏବେ, ଦୁଇଟି ଜିଲାର ଗାର୍ଡିୟନ ମିନିଷ୍ଟରଙ୍କୁ ନେଇ ମହାୟୁତିରେ ବିବାଦ ଚାଲିଛି। ଗାର୍ଡିୟନ ମିନିଷ୍ଟର ନିଯୁକ୍ତିକୁ ନେଇ ଶିନ୍ଦେଙ୍କ ଶିବସେନା କ୍ଷୁବ୍ଧ। ଗାର୍ଡିୟନ ମିନିଷ୍ଟର କହିଲେ ଜଣେ ମନ୍ତ୍ରୀଙ୍କୁ ବୁଝାଏ ଯିଏ ଏକ ନିର୍ଦ୍ଦିଷ୍ଟ ଜିଲ୍ଲାର ବିକାଶ ତଦାରଖ କରିବା ପାଇଁ ନିଯୁକ୍ତ ହୁଅନ୍ତି।
ମହାୟୁତି ସରକାରରେ ରାୟଗଡ଼ ଏବଂ ନାସିକ ଜିଲାରେ ଗାର୍ଡିଅନ ମିନିଷ୍ଟର ନିଯୁକ୍ତ ହୋଇଥିଲେ, ଯେଉଁଥିରେ ଭାଜପାର କୋଟାରୁ ଗିରିଶ ମହାଜନଙ୍କୁ ନାସିକ ଦାୟିତ୍ୱ ମିଳିଥିଲା ଏବଂ ଏନସିପିର କୋଟାରୁ ଦଳର ଅଧ୍ୟକ୍ଷ ସୁନୀଲ ତତକରେଙ୍କ ଝିଅ ତଥା ମନ୍ତ୍ରୀ ଅଦିତି ତତକରେଙ୍କୁ ରାୟଗଡ଼ ଜିଲାର ଦାୟିତ୍ୱ ମିଳିଥିଲା। ଶିବସେନା ଏହି ଦୁଇଟି ଜିଲାର ପ୍ରଭାରୀ ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲା। ଯେତେବେଳେ ତାଙ୍କର ଦାବି ପୂରଣ ହେଲା ନାହିଁ, ଏକନାଥ ଶିନ୍ଦେ ରାଗିଗଲେ ଏବଂ ପୁଣି ଥରେ ତାଙ୍କ ଗାଁକୁ ଚାଲିଗଲେ।
The post ପୁଣି ନାରାଜ ହେଲେ ଶିନ୍ଦେ! ଚାଲିଗଲେ ଗାଁକୁ appeared first on Dharitri Odia News.