High-scoring Ganjam Student: ଦିନ ମଜୁରିଆଙ୍କ ପୁଅ ରଖିଲେ ୯୫ ପ୍ରତିଶତ ମାର୍କ, ଭବିଷ୍ୟତରେ ଡାକ୍ତର ହେବା ଲକ୍ଷ୍ୟ
ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକର ସନ୍ତୋଷ ଜେନା ୯୫.୫ ପ୍ରତିଶତ ମାର୍କ ରଖିଛନ୍ତି। ତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ସମସ୍ତ ଘାତ ପ୍ରତିଘାତକୁ ଅତିକ୍ରମ କରି ସନ୍ତୋଷ ୯୫.୫ ପ୍ରତିଶତ ମାର୍କ ରଖିଛନ୍ତି। ୬୦୦ ମାର୍କରୁ ସନ୍ତୋଷ ମୋଟ ୫୭୩ ମାର୍କ ରଖିଛନ୍ତି ।