ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଥିଲେ, ନାବାଳକଙ୍କ ସମେତ ୫ ଗିରଫ
ସଇଁତଳା,୧୦ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ୮ ତାରିଖ ବିଳମ୍ବିତ ରାତିରୁ ଚାରିଚକିଆ ଗାଡ଼ି ଯୋଗେ ବଲାଙ୍ଗୀରରୁ ନିଜ ଗାଁ ଡୁମେରମୁଣ୍ଡାକୁ ଫେରୁଥିବା ବେଳେ ଘୁନସର କଲେଜ ଛକ ନିକଟରେ କିଛି ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟ୍ କରି ଫେରାର ମାରିଥିଲେ। ପରେ ଦମ୍ପତି ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ […] The post ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଥିଲେ, ନାବାଳକଙ୍କ ସମେତ ୫ ଗିରଫ appeared first on Dharitri Odia News.
ସଇଁତଳା,୧୦ା୩(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଘୁନସର ଗାଁ ହାଇସ୍କୁଲ ଛକ ନିକଟରେ ଗତ ୮ ତାରିଖ ବିଳମ୍ବିତ ରାତିରୁ ଚାରିଚକିଆ ଗାଡ଼ି ଯୋଗେ ବଲାଙ୍ଗୀରରୁ ନିଜ ଗାଁ ଡୁମେରମୁଣ୍ଡାକୁ ଫେରୁଥିବା ବେଳେ ଘୁନସର କଲେଜ ଛକ ନିକଟରେ କିଛି ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ସୁନା ଗହଣା ଲୁଟ୍ କରି ଫେରାର ମାରିଥିଲେ। ପରେ ଦମ୍ପତି ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସଇଁତଳା ପୋଲିସକୁ ଯୋଗାଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣା ସମ୍ପର୍କରେ ତଦନ୍ତ ପରେ ଡ୍ରାଇଭର ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି କରିଥିଲା ପୋଲିସ। ଘଟଣାରେ ଉକ୍ତ ଗାଡି ଡ୍ରାଇଭର ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ସୁନା ହାର, ସୁନା ଚେନ ଦୁଇଟି, ଦୁଇଟି ବାଇକ୍, ଚାରୋଟି ବାଇକ୍ ଓ ଏକ ଲୁହା ଅସ୍ତ୍ର ଜବତ କରିଥିବା ବେଳେ ଗିରଫ ଅଭିଯୁକ୍ତମାନେ ହେଲେ ଡ୍ରାଇଭର ବିଦ୍ୟାଶଙ୍କର ସାହୁ, ୨ ପିଣ୍ଟୁ ସାହୁ,ଚିନ୍ତାମଣି ସାହୁ ଓ ଜଣେ ନାବାଳକ ଥିବା ବଲାଙ୍ଗୀର ଏସ୍ପି ଅଭିଲାସ ଜୀ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
The post ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଥିଲେ, ନାବାଳକଙ୍କ ସମେତ ୫ ଗିରଫ appeared first on Dharitri Odia News.