ମୋକିମଙ୍କ ବଡ ବୟାନ, ମେଣ୍ଟ ହେଲେ କଂଗ୍ରେସର କିଛି…
ଭୁବନେଶ୍ୱର,୧୨।୩: କାହାକୁ ମିଳିବ କେଉଁଠି ଆସନ। ଡିଲ୍ ତ ସରିଛି ହେଲେ ଭାଗବଣ୍ଟାକୁ ନେଇ କଣ୍ଟ ଛିଡୁନି। ତେବେ ଏପରି ଝୁଲା ସ୍ଥିତି ରହିଲେ ମେଣ୍ଟକୁ ନେଇ କେବଳ ଓଡିଶାବାସ ନୁହନ୍ତି ଦଳୀୟ କର୍ମୀ ଠାରୁ ଆରମ୍ଭ କରି ନେତାଏ ବି ଦ୍ୱନ୍ଦରେ ରହିବେ। ରାଜନୀତି ବିଶେଷଜ୍ଞନୁସାରେ ଅଳ୍ପ କିଛି ଆସନକୁ ନେଇ ଅଡୁଆ ରହିଛି। ଲୋକସଭାରେ ସହମତି ହେଲେ ବିଧାନସଭାରେ ଟିକିଏ କେଁ ରହୁଛି। ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚାକୁ ନେଇ ଥମୁନି ଚର୍ଚ୍ଚା। ଏବେ ବି […] The post ମୋକିମଙ୍କ ବଡ ବୟାନ, ମେଣ୍ଟ ହେଲେ କଂଗ୍ରେସର କିଛି… appeared first on Dharitri Odia News.
ଭୁବନେଶ୍ୱର,୧୨।୩: କାହାକୁ ମିଳିବ କେଉଁଠି ଆସନ। ଡିଲ୍ ତ ସରିଛି ହେଲେ ଭାଗବଣ୍ଟାକୁ ନେଇ କଣ୍ଟ ଛିଡୁନି। ତେବେ ଏପରି ଝୁଲା ସ୍ଥିତି ରହିଲେ ମେଣ୍ଟକୁ ନେଇ କେବଳ ଓଡିଶାବାସ ନୁହନ୍ତି ଦଳୀୟ କର୍ମୀ ଠାରୁ ଆରମ୍ଭ କରି ନେତାଏ ବି ଦ୍ୱନ୍ଦରେ ରହିବେ। ରାଜନୀତି ବିଶେଷଜ୍ଞନୁସାରେ ଅଳ୍ପ କିଛି ଆସନକୁ ନେଇ ଅଡୁଆ ରହିଛି। ଲୋକସଭାରେ ସହମତି ହେଲେ ବିଧାନସଭାରେ ଟିକିଏ କେଁ ରହୁଛି।
ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚାକୁ ନେଇ ଥମୁନି ଚର୍ଚ୍ଚା। ଏବେ ବି ଭିନ୍ନ ଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ଚା’ ଖଟିରୁ ଆରମ୍ଭ କରି ଦୋକାନ ବଜାର ହେଉ କି ଗାଁର ଭାଗବତ ଟୁଙ୍ଗୀ। କାହିଁକି ମେଣ୍ଟ ଘୋଷଣାରେ ବିଳମ୍ବ ହେଉଛି କିମ୍ବା ଆସନ ଭାଗବଣ୍ଟା କଣ ହୋଇପାରେ, ତାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆକଳନ କରାଯାଉଛି । ସବୁଠି କିନ୍ତୁ ଗୋଟିଏ କଥା ଆଲୋଚନା ହେଉଛି ଯେ ଦିଲ୍ଲୀରେ ମେଣ୍ଟ ଡିଲ ସରିଛି, କେବଳ ସିଟ ବୁଝାମଣାକୁ ନେଇ କେଉଁଠି ଟିକିଏ କେଁ ଥିବାରୁ, ଘୋଷଣା ହୋଇପାରୁନି । ଅନ୍ୟପଟେ ଭାଜପା-ବିଜେଡି ମେଣ୍ଟ ହେଲେ ଫାଇଦାରେ ରହିବ କଂଗ୍ରେସ। ଏକଥା ଆମେ ନୁହେଁ ସୋସିଆଲ ମିଡିଆରୁ ଆରମ୍ଭ କରି ରାଜନୈତିକ ବିଶେଷଜ୍ଞ ହେଉ କି ତଥାକଥିତ ବିଶେଷଜ୍ଞମାନେ କହୁଛନ୍ତି। ସେଥିପାଇଁ ତ କଂଗ୍ରେସ ତା’ର ବିତୀୟ ପ୍ରାର୍ଥୀ ତାଲିକାରେ ଓଡିଶାରେ କୌଣସି ନାଁ ଘୋଷଣା କରିନାହିଁ।
ତେବେ ମେଣ୍ଟକୁ ନେଇ ଆଗକୁ କ’ଣ ହେଉଛି ତା’କୁ ନେଇ କଂଗ୍ରେସ ଅପେକ୍ଷା କରିଛି। କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ଭରସାଯୋଗ୍ୟ ଲୋକ ସୁନୀଲ କାନୁଗୋଲୁ ଓଡିଶା ରାଜନୀତିକୁ ତୀକ୍ଷ୍ମ ଭାବରେ ନଜର ରଖୁଛନ୍ତି। ସେପଟେ ମେଣ୍ଟକୁ ନେଇ କଂଗ୍ରେସର ପ୍ରତିକ୍ରିୟା କ’ଣ ରହିଛି ବୋଲି କଂଗ୍ରେସର ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପଚରାଯିବାରୁ ସେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ମେଣ୍ଟ ହେଲେ କଂଗ୍ରେସର କିଛି ଫରକ ପଡିବନି। ଆଗାମୀ ନିର୍ବାଚନ ରାଜ୍ୟରେ ନିର୍ଣ୍ଣାୟକ ମୋଡ ନେବ। ଆଉ ଦଳ ଜୋରଦାର ଲଢେଇ କରିବ ବୋଲି ସେ କହିଛନ୍ତି।
The post ମୋକିମଙ୍କ ବଡ ବୟାନ, ମେଣ୍ଟ ହେଲେ କଂଗ୍ରେସର କିଛି… appeared first on Dharitri Odia News.