ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟମାନେ ଛାତ୍ରଙ୍କୁ ମାଡ଼ ମାରିଥିବା ଆହତ ଜଣଙ୍କ କହିଛନ୍ତି। ତେବେ ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇନାହିଁ। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇ ସମାଧାନ ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ରବିବାର ଫାଷ୍ଟଗେଟ ଅଞ୍ଚଳର ଜଣେ ରୋଗୀ ବିଦ୍ୟୁତ୍‌ […] The post ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ appeared first on Dharitri Odia News.

ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟମାନେ ଛାତ୍ରଙ୍କୁ ମାଡ଼ ମାରିଥିବା ଆହତ ଜଣଙ୍କ କହିଛନ୍ତି। ତେବେ ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇନାହିଁ। ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ହୋଇ ସମାଧାନ ହୋଇଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ରବିବାର ଫାଷ୍ଟଗେଟ ଅଞ୍ଚଳର ଜଣେ ରୋଗୀ ବିଦ୍ୟୁତ୍‌ ଆଘାତରେ ଗୁରୁତର ହେବା ପରେ ପରିବାର ଲୋକେ ତାଙ୍କୁ ଏମ୍‌କେସିଜି କାଜୁଆଲିଟିକୁ ଆଣିଥିଲେ। ସେଠାରେ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ବେଳକୁ ରୋଗୀଙ୍କୁ ପାଟିରୁ ରକ୍ତ ବାହରିଥିଲା। ଏହାଦେଖି ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହେଲା ବୋଲି କାଜୁଆଲିଟିରେ ଉପସ୍ଥିତ ଥିବା ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିବା ସହ ପାଟିତୁଣ୍ଡ କରିଥିଲେ। ଏପରିକି ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ସେଠାରେ ଆର୍ପୋନ ପିନ୍ଧି ଉପସ୍ଥିତ ଥିବା ସଂପୃକ୍ତ ଫର୍ମାସୀ ଛାତ୍ରଙ୍କୁ ମାଡ଼ ମାରିଥିଲେ । ତେବେ ପରବର୍ତ୍ତୀ ସମୟରେ ସମ୍ପର୍କୀୟମାନେ ନିଜ ଭୂଲ ବୁଝିପାରି ଫାର୍ମାସୀ ଛାତ୍ରଙ୍କୁ ଭୁଲ ମାଗିଥିଲେ।

The post ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ appeared first on Dharitri Odia News.