ଚାଷୀଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: କୃଷକଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା । ବିହାରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୯ତମ... The post ଚାଷୀଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା appeared first on .

ଚାଷୀଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: କୃଷକଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା । ବିହାରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ। ଡିବିଟି ଜରିଆରେ ୯ କୋଟି ୮୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ସରକାର ଏହି କିସ୍ତି ପାଇଁ ୨୨ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟ ବରାଦ କରିଛନ୍ତି। ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ ତାରିଖରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ। ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତ୍ୟେକ ୪ ମାସ ବ୍ୟବଧାନରେ ବାର୍ଷିକ ୩ କିସ୍ତିରେ କୃଷକଙ୍କ ଆକାଉଣ୍ଟକୁ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନାରେ ଓଡ଼ିଶାର ୩୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି। ପୂର୍ବ କିସ୍ତିରେ ଯେଉଁମାନେ ବାଦ ପଡିଥିଲେ, ସେମାନଙ୍କୁ ସ୍ବତନ୍ତ୍ର ଡ୍ରାଇଭ୍ ଜରିଆରେ ସାମିଲ କରିଛି କୃଷି ବିଭାଗ। ପୂର୍ବ ଅପେକ୍ଷା ଏଥର ୩ ଲକ୍ଷ ୪୩ ହଜାର ୪୪୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି।

The post ଚାଷୀଙ୍କ ଖାତାକୁ ଆସିଲା ପିଏମ୍‌ କିଷାନ ଟଙ୍କା appeared first on .