ବିରାଟଙ୍କ ରେଷ୍ଟୁରାଣ୍ଟର ଦାମୀ ଡିସ୍‌ କ’ଣ ? ଜାଣନ୍ତୁ ଏହାର ଦାମ୍‌ କେତେ...

ନୂଆଦିଲ୍ଲୀ ୧୬।୦୧: ବିରାଟ କୋହଲି । ନିଜ ଫର୍ମ ପାଇଁ ଯେତିକି ଚର୍ଚ୍ଚିତ ତାଠାରୁ ଅଧିକ ନିଜ ରେଷ୍ଟୁରାଣ୍ଟକୁ ନେଇ ରହିଛନ୍ତି ଆଲୋଚନାରେ । ବିରାଟଙ୍କ ରେଷ୍ଟୁରାଣ୍ଟ One8 Commune ବର୍ତ୍ତମାନ ନିଜର ମହଙ୍ଗା ମେନୁ ପାଇଁ ଖୁବ୍ ଖବରରେ ରହିଛି । କୋହଲି ୨୦୧୭ରେ One8 Commune ରେଷ୍ଟୁରାଣ୍ଟ ଚେନ୍ ଆରମ୍ଭ କରିଥିଲେ। ଏହି ରେଷ୍ଟୁରାଣ୍ଟର ଆଉଟଲେଟ୍ ବର୍ତ୍ତମାନ ଦେଶର ଅନେକ ବଡ଼ ବଡ ସହରରେ ରହିଛି । ନିକଟରେ ଜଣେ ଛାତ୍ରୀ ବିରାଟ କୋହଲିଙ୍କ ହାଇଦ୍ରାବାଦର ରେଷ୍ଟୁରାଣ୍ଟରୁ ଏକ ମକା ଅର୍ଡର କରିଥିଲେ । ଆଉ ଏଥିପାଇଁ ତାଙ୍କୁ ୫୨୫ ଟଙ୍କା ଦେବାକୁ ପଡିଥିଲା । ସେବେଠାରୁ One8 କମ୍ୟୁନର ମେନୁ ଚର୍ଚ୍ଚାରେ ରହିଛି । କିନ୍ତୁ ଜାଣନ୍ତିକି One8 Commune ମେନୁରେ ସବୁଠାରୁ ମହଙ୍ଗା ଖାଦ୍ୟ କଣ ? ଆସନ୍ତୁ ଜାଣିବା... ଲ୍ୟାମ୍ବ ସାଙ୍କସ୍ ହେଉଛି ସବୁଠାରୁ ମହଙ୍ଗା ଖାଦ୍ୟ । ଏହି ଖାଦ୍ୟ ମେଣ୍ଢା ମାଂସରୁ ତିଆରି । ଲ୍ୟାମ୍ବ ସାଙ୍କସ୍‌ର ତିଆରି କରିବା ପାଇଁ ମେଣ୍ଢା ଗୋଡ଼କୁ କମ୍ ଆଞ୍ଚରେ ରନ୍ଧା ଯାଇଥାଏ । One8 Commune ରେଷ୍ଟୁରାଣ୍ଟରେ ଏହି ଖାଦ୍ୟର ମୂଲ୍ୟ ୨୩୧୮ ଟଙ୍କା । ତେବେ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟର ଆଉଟଲେଟ୍ ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ ଏବଂ କୋଲକାତାରେ ରହିଛି। ରିପୋର୍ଟ ଅନୁସାରେ, ବିରାଟ କୋହଲି ଏବେ ଦୁବାଇରେ ଏହି ରେଷ୍ଟୁରାଣ୍ଟର ଆଉ ଏକ ଆଉଟଲେଟ୍ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି।

ବିରାଟଙ୍କ ରେଷ୍ଟୁରାଣ୍ଟର ଦାମୀ ଡିସ୍‌ କ’ଣ ? ଜାଣନ୍ତୁ ଏହାର ଦାମ୍‌ କେତେ...

ନୂଆଦିଲ୍ଲୀ ୧୬।୦୧: ବିରାଟ କୋହଲି । ନିଜ ଫର୍ମ ପାଇଁ ଯେତିକି ଚର୍ଚ୍ଚିତ ତାଠାରୁ ଅଧିକ ନିଜ ରେଷ୍ଟୁରାଣ୍ଟକୁ ନେଇ ରହିଛନ୍ତି ଆଲୋଚନାରେ । ବିରାଟଙ୍କ ରେଷ୍ଟୁରାଣ୍ଟ One8 Commune ବର୍ତ୍ତମାନ ନିଜର ମହଙ୍ଗା ମେନୁ ପାଇଁ ଖୁବ୍ ଖବରରେ ରହିଛି । କୋହଲି ୨୦୧୭ରେ One8 Commune ରେଷ୍ଟୁରାଣ୍ଟ ଚେନ୍ ଆରମ୍ଭ କରିଥିଲେ। 

ଏହି ରେଷ୍ଟୁରାଣ୍ଟର ଆଉଟଲେଟ୍ ବର୍ତ୍ତମାନ ଦେଶର ଅନେକ ବଡ଼ ବଡ ସହରରେ ରହିଛି । ନିକଟରେ ଜଣେ ଛାତ୍ରୀ ବିରାଟ କୋହଲିଙ୍କ ହାଇଦ୍ରାବାଦର ରେଷ୍ଟୁରାଣ୍ଟରୁ ଏକ ମକା ଅର୍ଡର କରିଥିଲେ । ଆଉ ଏଥିପାଇଁ ତାଙ୍କୁ ୫୨୫ ଟଙ୍କା ଦେବାକୁ ପଡିଥିଲା । ସେବେଠାରୁ One8 କମ୍ୟୁନର ମେନୁ ଚର୍ଚ୍ଚାରେ ରହିଛି । 

କିନ୍ତୁ ଜାଣନ୍ତିକି One8 Commune ମେନୁରେ ସବୁଠାରୁ ମହଙ୍ଗା ଖାଦ୍ୟ କଣ ? ଆସନ୍ତୁ ଜାଣିବା... ଲ୍ୟାମ୍ବ ସାଙ୍କସ୍ ହେଉଛି ସବୁଠାରୁ ମହଙ୍ଗା ଖାଦ୍ୟ । ଏହି ଖାଦ୍ୟ ମେଣ୍ଢା ମାଂସରୁ ତିଆରି । ଲ୍ୟାମ୍ବ ସାଙ୍କସ୍‌ର ତିଆରି କରିବା ପାଇଁ ମେଣ୍ଢା ଗୋଡ଼କୁ କମ୍ ଆଞ୍ଚରେ ରନ୍ଧା ଯାଇଥାଏ । 

One8 Commune ରେଷ୍ଟୁରାଣ୍ଟରେ ଏହି ଖାଦ୍ୟର ମୂଲ୍ୟ ୨୩୧୮ ଟଙ୍କା । ତେବେ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟର ଆଉଟଲେଟ୍ ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ ଏବଂ କୋଲକାତାରେ ରହିଛି। ରିପୋର୍ଟ ଅନୁସାରେ, ବିରାଟ କୋହଲି ଏବେ ଦୁବାଇରେ ଏହି ରେଷ୍ଟୁରାଣ୍ଟର ଆଉ ଏକ ଆଉଟଲେଟ୍ ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି।