ପରଲୋକରେ ‘ଡ୍ରାଗନ୍‌ ବଲ୍‌ ଜି’ର ଭଏସ ଓଭର ଆର୍ଟିଷ୍ଟ, ଏହି ଡାଇଲଗ୍‌ ପାଇଁ ହୋଇଥିଲେ ଲୋକପ୍ରିୟ

ନୂଆଦିଲ୍ଲୀ: ଲୋକପ୍ରିୟ ଆନିମେସନ ସିରିଜ୍‌ ‘ଡ୍ରାଗନ୍‌ ବଲ୍‌ ଜୀ’ର ଇଂରାଜୀ ଡବିଂରେ କଣ୍ଠଦାନ କରିଥିବା ଡକ୍‌ ହାରିସ୍‌ଙ୍କ ପରଲୋକ। ଆନିମେ ସିରିଜର ଶେଷରେ ‘ଓ୍ବି ଓ୍ବିଲ ସି ୟୁ ନେକ୍ସଟ୍‌ ଟାଇମ୍‌ ଅନ୍‌ ଡ୍ରାଗନ୍‌ ବଲ୍‌ ଜୀ’ ସଂଳାପ ପାଇଁ ଖୁବ୍‌ ଲୋକପ୍ରିୟ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ଗତ ଶନିବାର ଭାନକୋଭର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ମାସକ ତଳେ ହ୍ୟାରିସ୍‌ ଏକ ସାଧାରଣ ସର୍ଜରୀ ହୋଇଥିଲା। ୬୦ରୁ ୭୦ ଦଶକରେ କ୍ୟାରିୟର ଆରମ୍ଭ କରିଥିବା ହାରିସ୍‌ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ରେଡିଓରେ କାମ କରିଛନ୍ତି। ଅନେକ ଭିଡିଓ ଗେମ୍ ଏବଂ କାର୍ଟୁନ୍‌ ସିରିଜ୍‌ରେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି। ସେପଟେ ଡକ୍‌ ହ୍ୟାରିସ୍‌ଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ତାଙ୍କ ସହଯୋଗୀ ଏବଂ ଫ୍ୟାନ୍ସ। 

ପରଲୋକରେ ‘ଡ୍ରାଗନ୍‌ ବଲ୍‌ ଜି’ର ଭଏସ ଓଭର ଆର୍ଟିଷ୍ଟ, ଏହି ଡାଇଲଗ୍‌ ପାଇଁ ହୋଇଥିଲେ ଲୋକପ୍ରିୟ

ନୂଆଦିଲ୍ଲୀ: ଲୋକପ୍ରିୟ ଆନିମେସନ ସିରିଜ୍‌ ‘ଡ୍ରାଗନ୍‌ ବଲ୍‌ ଜୀ’ର ଇଂରାଜୀ ଡବିଂରେ କଣ୍ଠଦାନ କରିଥିବା ଡକ୍‌ ହାରିସ୍‌ଙ୍କ ପରଲୋକ। ଆନିମେ ସିରିଜର ଶେଷରେ ‘ଓ୍ବି ଓ୍ବିଲ ସି ୟୁ ନେକ୍ସଟ୍‌ ଟାଇମ୍‌ ଅନ୍‌ ଡ୍ରାଗନ୍‌ ବଲ୍‌ ଜୀ’ ସଂଳାପ ପାଇଁ ଖୁବ୍‌ ଲୋକପ୍ରିୟ ହୋଇଥିଲେ। 

ରିପୋର୍ଟ ଅନୁଯାୟୀ, ଗତ ଶନିବାର ଭାନକୋଭର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ମାସକ ତଳେ ହ୍ୟାରିସ୍‌ ଏକ ସାଧାରଣ ସର୍ଜରୀ ହୋଇଥିଲା। 

୬୦ରୁ ୭୦ ଦଶକରେ କ୍ୟାରିୟର ଆରମ୍ଭ କରିଥିବା ହାରିସ୍‌ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ରେଡିଓରେ କାମ କରିଛନ୍ତି। ଅନେକ ଭିଡିଓ ଗେମ୍ ଏବଂ କାର୍ଟୁନ୍‌ ସିରିଜ୍‌ରେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି। ସେପଟେ ଡକ୍‌ ହ୍ୟାରିସ୍‌ଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ତାଙ୍କ ସହଯୋଗୀ ଏବଂ ଫ୍ୟାନ୍ସ।