କେଜ୍ରିୱାଲ ହିଁ ମାଷ୍ଟରମାଇଣ୍ଡ: କୋର୍ଟଙ୍କ ସାମନାରେ କ'ଣ-କ'ଣ କହିଲା ଇଡି, ୬୦୦ କୋଟିର ଲାଞ୍ଚ କରବାର ଦାବି

ନୂଆଦିଲ୍ଲୀ: ଦିଲ୍ଲୀର କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜ୍ରିୱାଲଙ୍କୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର କୋର୍ଟରେ ଅନେକ ବଡ଼ ଦାବି କରିଛି । ରାଉଜ ଏଭେନନ୍ୟୁ କୋର୍ଟରେ ହାଜର କରି କେଜ୍ରିୱାଲଙ୍କୁ ଦୁର୍ନୀତିର ମଷ୍ଟରମାଇଣ୍ଡ ବୋଲି ଇଡ଼ି କହିଛି । ତଦନ୍ତକାରୀ ସଂସ୍ଥା ଅନେକ ଯୁକ୍ତି ସହ କୋର୍ଟକୁ ଏହା ଜଣାଇବାକୁ ପ୍ରୟାସ କରିଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କିପରି ସେ ଅବକାରୀ ନୀତି ପ୍ରସ୍ତୁତ ଏବଂ ଲାଗୁ କରିବାରେ ଭୂମିକା ଗ୍ରହଣ କରିଥିଲେ ।ଇଡି ପକ୍ଷରୁ ଯୁକ୍ତି ରଖୁଥିବା ଏଏସଜି ଏସଭି ରାଜୁ କୋର୍ଟଙ୍କୁ ୧୦ ଦିନିଆ ରିମାଣ୍ଡ ମାଗି କେଜ୍ରିୱାଲଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏଏଏଜି ରାଜୁ ଏହି ମାମଲାରେ କେଜ୍ରିୱାଲଙ୍କୁ ମାଷ୍ଟରମାଇଣ୍ଡ କହିବା ସହ ନୂଆ ଅବକାରୀ ନୀତିକୁ ପ୍ରସ୍ତୁତ ଏବଂ ଲାଗୁ କରିବାରେ ସେ ସିଧା ଯୋଡ଼ି ହୋଇଥିଲେ ବୋଲି କହିଛନ୍ତି । ଏହାସହ ମଦ ଦୁର୍ନୀତି ସହ ଜଡିତ ମନ ଲଣ୍ଡ୍ରିଂ ମାମଲାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ ସହ କେଜ୍ରିୱାଲଙ୍କ ସମ୍ପର୍କ କଥା ଉଲ୍ଲେଖ କରିଛନ୍ତି । ଏହି କେସରେ ଜେଲ ଯାଇ ସାରିଥିବା ବିଜୟ ନାୟରଙ୍କ କଥା ମଧ୍ୟ ଉଲ୍ଲେଖ କରି କେଜ୍ରିୱାଲଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ଥିବା କୁହାଯାଇଛି ।ପଢନ୍ତୁ: ED ଅଫିସରେ କେମିତି କଟିଲା ଅରବିନ୍ଦ କେଜରିୱାଲଙ୍କ ରାତି, ଜାଣନ୍ତୁ ସକାଳୁ ଉଠି କଲେ କ’ଣ?ଏଏସଜି କହିଛନ୍ତି ଯ

କେଜ୍ରିୱାଲ ହିଁ ମାଷ୍ଟରମାଇଣ୍ଡ: କୋର୍ଟଙ୍କ ସାମନାରେ କ'ଣ-କ'ଣ କହିଲା ଇଡି, ୬୦୦ କୋଟିର ଲାଞ୍ଚ କରବାର ଦାବି

ନୂଆଦିଲ୍ଲୀ: ଦିଲ୍ଲୀର କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କଜ୍ରିୱାଲଙ୍କୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶୁକ୍ରବାର କୋର୍ଟରେ ଅନେକ ବଡ଼ ଦାବି କରିଛି । ରାଉଜ ଏଭେନନ୍ୟୁ କୋର୍ଟରେ ହାଜର କରି କେଜ୍ରିୱାଲଙ୍କୁ ଦୁର୍ନୀତିର ମଷ୍ଟରମାଇଣ୍ଡ ବୋଲି ଇଡ଼ି କହିଛି । ତଦନ୍ତକାରୀ ସଂସ୍ଥା ଅନେକ ଯୁକ୍ତି ସହ କୋର୍ଟକୁ ଏହା ଜଣାଇବାକୁ ପ୍ରୟାସ କରିଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କିପରି ସେ ଅବକାରୀ ନୀତି ପ୍ରସ୍ତୁତ ଏବଂ ଲାଗୁ କରିବାରେ ଭୂମିକା ଗ୍ରହଣ କରିଥିଲେ ।

ଇଡି ପକ୍ଷରୁ ଯୁକ୍ତି ରଖୁଥିବା ଏଏସଜି ଏସଭି ରାଜୁ କୋର୍ଟଙ୍କୁ ୧୦ ଦିନିଆ ରିମାଣ୍ଡ ମାଗି କେଜ୍ରିୱାଲଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏଏଏଜି ରାଜୁ ଏହି ମାମଲାରେ କେଜ୍ରିୱାଲଙ୍କୁ ମାଷ୍ଟରମାଇଣ୍ଡ କହିବା ସହ ନୂଆ ଅବକାରୀ ନୀତିକୁ ପ୍ରସ୍ତୁତ ଏବଂ ଲାଗୁ କରିବାରେ ସେ ସିଧା ଯୋଡ଼ି ହୋଇଥିଲେ ବୋଲି କହିଛନ୍ତି । ଏହାସହ ମଦ ଦୁର୍ନୀତି ସହ ଜଡିତ ମନ ଲଣ୍ଡ୍ରିଂ ମାମଲାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ ସହ କେଜ୍ରିୱାଲଙ୍କ ସମ୍ପର୍କ କଥା ଉଲ୍ଲେଖ କରିଛନ୍ତି । ଏହି କେସରେ ଜେଲ ଯାଇ ସାରିଥିବା ବିଜୟ ନାୟରଙ୍କ କଥା ମଧ୍ୟ ଉଲ୍ଲେଖ କରି କେଜ୍ରିୱାଲଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ଥିବା କୁହାଯାଇଛି ।

ପଢନ୍ତୁ: ED ଅଫିସରେ କେମିତି କଟିଲା ଅରବିନ୍ଦ କେଜରିୱାଲଙ୍କ ରାତି, ଜାଣନ୍ତୁ ସକାଳୁ ଉଠି କଲେ କ’ଣ?

ଏଏସଜି କହିଛନ୍ତି ଯେ କେଜ୍ରିୱାଲ ଅପରାଧିକ ପ୍ରକ୍ରିୟାରେ ସାମିଲ ଥିଲେ ଏବଂ ଗୋଆ ନିର୍ବାଚନ ପ୍ରଚାର ସହ ଜଡିତ ଥିଲେ । ସେ ପାର୍ଟିର ମୁଖିଆ । ସେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଲଗାତାର ଯୋଗାଯୋଗରେ ଥିଲେ । ଏଏସଜି କହିଛନ୍ତି, ବିଜୟ ନାୟର କେଜ୍ରିୱାଲଙ୍କ ଘର ନିକଟରେ ରହୁଥିଲା । ସେ ଦିଲ୍ଲୀ ସରକାରରେ ମନ୍ତ୍ରୀ କୈଳାସ ଗେହଲଟଙ୍କୁ ମିଳିଥିବା ଘରେ ରହୁଥିଲା । କିନ୍ତୁ ଆପ୍ ଏବଂ ସାଉଥ୍ ଗ୍ରୁପ୍ ମଧ୍ୟରେ ମଧ୍ୟସ୍ଥି ଭୂମିକାରେ ରହିଥିଲା ।

ଇଡି କୋର୍ଟରେ ଦାବି କରିଛି ଯେ କେଜ୍ରିୱାଲ ଲାଭ ଦେବା ପାଇଁ ସାଉଥ୍ ଗ୍ରୁପକୁ ଲାଞ୍ଚ ମାଗିଥିଲେ । ଏସସଜି ନିଜ ପକ୍ଷରେ ଯୁକ୍ତି ରଖି କହିଥିଲେ ଯେ ଲାଞ୍ଚ ବଦଳରେ ସାଉଥ୍ ଗ୍ରୁପକୁ ଦିଲ୍ଲୀରେ ମଦ କରାବାର ଉପରେ ନିୟନ୍ତ୍ରଣ ଦିଆଯାଇଥିଲା । ଏଏସଜି କହିଛନ୍ତି, 'ମୁଁ ଅପରାଧ ପ୍ରକ୍ରିୟାରେ ତାଙ୍କ ଭୂମିକା ବିଷୟରେ ଜଣାଇବି । ଅପରାଧ କେବଳ ଲାଞ୍ଚରେ ମିଳିଥିବା ୧୦୦ କୋଟି ଟଙ୍କାର ନୁହେଁ, ବରଂ ଲାଞ୍ଚ ଦେଇଥିବା ବ୍ୟକ୍ତିଙ୍କୁ ହୋଇଥିବା ଲାଭ ମଧ୍ୟ ସାମିଲ ଅଛି । ଏହା ୬୦୦ କୋଟିରୁ ଅଧିକ ଥିଲା । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ସମସ୍ତ ଭେଣ୍ଡର୍ସଙ୍କୁ କ୍ୟାସ ଦିଆଯାଇଛି । ଏଏସଜି କିଛି ଚାଟଙ୍କୁ କୋର୍ଟଙ୍କ ଆଗରେ ରଖିଥିଲେ ।'