ଟ୍ରଫି ଧରି ସ୍ତ୍ରୀ ଗୌରିଙ୍କ ସହ ୧୦ ବର୍ଷ ପୁରୁଣା ପୋଜ ରିକ୍ରିଏଟ କଲେ SRK

ନୂଆଦିଲ୍ଲୀ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ସନରାଇଜର୍ସ ହାଇଦ୍ରାବାଦ (SRH) କୁ ପରାସ୍ତ କରି ଆଇପିଏଲ ୨୦୨୪ ଟ୍ରଫି ଜିତିଛି । ଦଳର ଏହି ଐତିହାସିକ ବିଜୟ ପରେ ବଲିଉଡର କିଙ୍ଗ ଖାନ ଅର୍ଥାତ୍‌ ଶାହାରୁଖ ଖାନ କ୍ଲାଉଡ ନଅରେ ଅଛନ୍ତି। ଚେନ୍ନାଇରେ ଏହି ବିଜୟ ଉତ୍ସବ ପାଳନ କରିବାକୁ ଶାହାରୁଖଙ୍କୁ କେକେଆର ଖେଳାଳିଙ୍କ ସହ ପଡ଼ିଆରେ ଦେଖିବାକୁ ମିଳିଥିଲା। ଭାଇରାଲ ହୋଇଥିବା ଫଟୋଗୁଡ଼ିକରେ ଶାହାରୁଖ ଖାନ ଟ୍ରଫି ଧରିଥିବା କେକେଆର ଖେଳାଳିଙ୍କ ସହ ପୋଜ ଦେଉଥିବା […] The post ଟ୍ରଫି ଧରି ସ୍ତ୍ରୀ ଗୌରିଙ୍କ ସହ ୧୦ ବର୍ଷ ପୁରୁଣା ପୋଜ ରିକ୍ରିଏଟ କଲେ SRK appeared first on Dharitri Odia News.

ଟ୍ରଫି ଧରି ସ୍ତ୍ରୀ ଗୌରିଙ୍କ ସହ ୧୦ ବର୍ଷ ପୁରୁଣା ପୋଜ ରିକ୍ରିଏଟ କଲେ SRK

ନୂଆଦିଲ୍ଲୀ,୨୭।୫: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ସନରାଇଜର୍ସ ହାଇଦ୍ରାବାଦ (SRH) କୁ ପରାସ୍ତ କରି ଆଇପିଏଲ ୨୦୨୪ ଟ୍ରଫି ଜିତିଛି । ଦଳର ଏହି ଐତିହାସିକ ବିଜୟ ପରେ ବଲିଉଡର କିଙ୍ଗ ଖାନ ଅର୍ଥାତ୍‌ ଶାହାରୁଖ ଖାନ କ୍ଲାଉଡ ନଅରେ ଅଛନ୍ତି। ଚେନ୍ନାଇରେ ଏହି ବିଜୟ ଉତ୍ସବ ପାଳନ କରିବାକୁ ଶାହାରୁଖଙ୍କୁ କେକେଆର ଖେଳାଳିଙ୍କ ସହ ପଡ଼ିଆରେ ଦେଖିବାକୁ ମିଳିଥିଲା। ଭାଇରାଲ ହୋଇଥିବା ଫଟୋଗୁଡ଼ିକରେ ଶାହାରୁଖ ଖାନ ଟ୍ରଫି ଧରିଥିବା କେକେଆର ଖେଳାଳିଙ୍କ ସହ ପୋଜ ଦେଉଥିବା ନଜର ଆସିଛନ୍ତି। ସମ୍ପ୍ରତି ଉତ୍ତାପ ଏବଂ ଡିହାଇଡ୍ରେସନ କାରଣରୁ ଶାହାରୁଖ ଖାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ କିଙ୍ଗ ଖାନ ପ୍ରଥମ ଥର ଆନନ୍ଦରେ ନାଚୁଥିବାର ନଜର ଆସିଥିଲେ।

ପ୍ରଥମ ଥର ଆନନ୍ଦରେ ନାଚୁଥିବାର ନଜର ଆସିଥିଲେ।
କେକେଆର୍‌ ଅଧିନାୟକ ଶ୍ରେୟସ ଆୟର ଏବଂ ଅନ୍ୟ ସଦସ୍ୟମାନଙ୍କ ସହିତ ଫଟୋ କ୍ଲିକ କରିବା ପରେ, ଶାହାରୁଖ ୧୦ ବର୍ଷ ପୂର୍ବେ KKR ଜିତିବା ପରେ କ୍ଲିକ କରିଥିବା ଫଟୋକୁ ରିକ୍ରିଏଟ କରିଥିଲେ । ଏକ ଫ୍ୟାନ କ୍ଲବ କହିଛି ଯେ ୧୦ ବର୍ଷ ପୂର୍ବେ ଶାହାରୁଖ ଏବଂ ଗୌରୀ ଏକାଠି ହୋଇ ଆଇପିଏଲ ବିଜେତା କପ ସହିତ ପୋଜ କରିଥିଲେ। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିବାବେଳେ ଗୌରୀ ଲେଖିଛନ୍ତି, “ବିଜେତା”।

The post ଟ୍ରଫି ଧରି ସ୍ତ୍ରୀ ଗୌରିଙ୍କ ସହ ୧୦ ବର୍ଷ ପୁରୁଣା ପୋଜ ରିକ୍ରିଏଟ କଲେ SRK appeared first on Dharitri Odia News.