ସ୍କୁଲ ପ୍ରିନ୍ସିପାଲ୍ଙ୍କୁ ହତ୍ୟାକଲେ ଛାତ୍ର
ଛତରପୁର,୭ା୧୨:ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ ମିଶି ପ୍ରିନ୍ସିପାଲ୍ ଏସ୍.କେ. ସାକ୍ସେନା (୫୫)ଙ୍କ ସ୍କୁଟର ନେଇ ପଳାଇଛନ୍ତି। ସ୍କୁଲ କ୍ୟାମ୍ପସ୍ରେ ଶୁକ୍ରବାର ଅପରାହ୍ନ ୧ଟା ୩୦ ମିନିଟ୍ରେ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍ପି ଆଗମ ଜୈନ କହିଛନ୍ତି। ପୋଲିସ କହିବା ଅନୁଯାୟୀ, ୨ ଛାତ୍ର ବିଳମ୍ବରେ ସ୍କୁଲକୁ ଆସିବାରୁ ପ୍ରିନ୍ସିପାଲ ସେମାନଙ୍କୁ ଗାଳି ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ […] The post ସ୍କୁଲ ପ୍ରିନ୍ସିପାଲ୍ଙ୍କୁ ହତ୍ୟାକଲେ ଛାତ୍ର appeared first on Dharitri Odia News.
ଛତରପୁର,୭ା୧୨:ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ ମିଶି ପ୍ରିନ୍ସିପାଲ୍ ଏସ୍.କେ. ସାକ୍ସେନା (୫୫)ଙ୍କ ସ୍କୁଟର ନେଇ ପଳାଇଛନ୍ତି। ସ୍କୁଲ କ୍ୟାମ୍ପସ୍ରେ ଶୁକ୍ରବାର ଅପରାହ୍ନ ୧ଟା ୩୦ ମିନିଟ୍ରେ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍ପି ଆଗମ ଜୈନ କହିଛନ୍ତି। ପୋଲିସ କହିବା ଅନୁଯାୟୀ, ୨ ଛାତ୍ର ବିଳମ୍ବରେ ସ୍କୁଲକୁ ଆସିବାରୁ ପ୍ରିନ୍ସିପାଲ ସେମାନଙ୍କୁ ଗାଳି ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ୨ ଛାତ୍ର ପ୍ରିନ୍ସିପାଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସାକ୍ସେନା ୫ ବର୍ଷ ହେଲା ଧାମୋରା ଗଭର୍ନମେଣ୍ଟ ହାୟର ସ୍କୁଲର ପ୍ରିନ୍ସିପାଲ ରହିଥିଲେ। ସେ ଅପରାହ୍ନରେ ସ୍କୁଲ୍ ଟଏଲେଟ୍କୁ ଯାଉଥିବାବେଳେ ଛାତ୍ର ଜଣକ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଦେଶୀ ପିସ୍ତଲରୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ସାକ୍ସେନାଙ୍କର ମୃତ୍ୟୁ ଘଟିଥିବା ଜିଲା ଶିକ୍ଷା ଅଧିକାରୀ କହିଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ଉଭୟ ଛାତ୍ରଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲକୁ ଏପର୍ଯ୍ୟନ୍ତ ଜବତ କରାଯାଇପାରି ନାହିଁ। ସ୍କୁଲ ଶିକ୍ଷକ ହରିଶଙ୍କର ଜୋଷୀଙ୍କ କହିବା ଅନୁଯାୟୀ, ସାକ୍ସେନା ଜଣେ ଭଲ ମଣିଷ ଥିଲେ। ତେବେ ଆକ୍ରମଣକାରୀ ଛାତ୍ର ଜଣକ ଜଣେ ବଦନାମୀ ପିଲା, ଯିଏକି ନିଜ ଇଚ୍ଛାରେ ସ୍କୁଲ ଆସୁଥିଲା। ପ୍ରିନ୍ସିପାଲ୍ ଏଭଳି ପିଲାଙ୍କୁ ଭଲ ବାଟକୁ ଆଣିବା ପାଇଁ ସବୁବେଳେ ବୁଝାଉଥିଲେ ବୋଲି ଜୋଷୀ କହିଛନ୍ତି।
The post ସ୍କୁଲ ପ୍ରିନ୍ସିପାଲ୍ଙ୍କୁ ହତ୍ୟାକଲେ ଛାତ୍ର appeared first on Dharitri Odia News.