ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ
ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା। ଏହି ଆସନରେ ବିଜେଡି ରାଜେନ୍ଦ୍ର ସାହୁଙ୍କୁ ମଇଦାନକୁ ଓହ୍ଲାଇଛି। ନିର୍ବାଚନମଣ୍ଡଳୀରେ ଉଭୟ ନେତାଙ୍କ ଦବ୍ଦବା ରହିଥିବାରୁ ଏଥର ନିର୍ବାଚନରେ ହାଇଭୋଲ୍ଟେଜ୍ ଲଢ଼େଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ନିକଟରେ ପ୍ରଶାନ୍ତ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ସେବେଠାରୁ ତାଙ୍କ ଟିକେଟ ମିଳିବା ନିଶ୍ଚିତ ବୋଲି କୁହାଯାଉଥିଲା। ଅପରପକ୍ଷେ ଖୋର୍ଦ୍ଧା […] The post ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ appeared first on Dharitri Odia News.
ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା। ଏହି ଆସନରେ ବିଜେଡି ରାଜେନ୍ଦ୍ର ସାହୁଙ୍କୁ ମଇଦାନକୁ ଓହ୍ଲାଇଛି। ନିର୍ବାଚନମଣ୍ଡଳୀରେ ଉଭୟ ନେତାଙ୍କ ଦବ୍ଦବା ରହିଥିବାରୁ ଏଥର ନିର୍ବାଚନରେ ହାଇଭୋଲ୍ଟେଜ୍ ଲଢ଼େଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି।
ନିକଟରେ ପ୍ରଶାନ୍ତ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ସେବେଠାରୁ ତାଙ୍କ ଟିକେଟ ମିଳିବା ନିଶ୍ଚିତ ବୋଲି କୁହାଯାଉଥିଲା। ଅପରପକ୍ଷେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କୁ ବିଜେଡି ଟିକେଟ ନ ଦେଇ ରାଜେନ୍ଦ୍ରଙ୍କ ଉପରେ ଭରସା ଦେଖାଇଛି।
ପ୍ରକାଶ ଯେ, ପ୍ରଶାନ୍ତଙ୍କ ବ୍ୟତିତ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବିନ୍ଦ୍ର ଅଣ୍ଡିଆ , ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାୟକ, ସାଲେପୁରରୁ ଅରିନ୍ଦମ ରାୟ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ ପ୍ରମୁଖଙ୍କୁ ଦଳ ଟିକେଟ ଦେଇଛି। ସେହିଭଳି ବିଜେଡି ରାଜେନ୍ଦ୍ରଙ୍କ ବ୍ୟତିତ ଭୋଗରାଇରୁ ଗୌତମବୁଦ୍ଧ ଦାସ, ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି।
The post ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ appeared first on Dharitri Odia News.