ଗିରଫ ହେଲେ କୋଟିପତି ଖଣି ଅଧିକାରୀ
କେନ୍ଦୁଝର,୨୮ା୧୧: କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଭିଜୀଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଗିରଫ କରାଯାଇଛି। ଗତକାଲି ଭିଜିଲାନ୍ସ ଟିମ୍ ତାଙ୍କ କେନ୍ଦୁଝର ଘର ଏବଂ ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା। ବିଭିନ୍ନ ସ୍ଥାନରେ ଥିବା କୋଠା, ଜମି ଠାବହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍, ଭୁବନେଶ୍ୱରଙ୍କ […] The post ଗିରଫ ହେଲେ କୋଟିପତି ଖଣି ଅଧିକାରୀ appeared first on Dharitri Odia News.
କେନ୍ଦୁଝର,୨୮ା୧୧: କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କୁ ଗୁରୁବାର ଭିଜୀଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଗିରଫ କରାଯାଇଛି। ଗତକାଲି ଭିଜିଲାନ୍ସ ଟିମ୍ ତାଙ୍କ କେନ୍ଦୁଝର ଘର ଏବଂ ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା। ବିଭିନ୍ନ ସ୍ଥାନରେ ଥିବା କୋଠା, ଜମି ଠାବହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଥିଲା।
ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍, ଭୁବନେଶ୍ୱରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ଟିମ୍ କେନ୍ଦୁଝରରେ ଥିବା ଅଫିସ ଓ ଭବାନୀପାଟଣା ହିଲ୍ ଟାଉନ୍ ଭଡ଼ାଘର, କେନ୍ଦୁଝର ସହର ଜଗନ୍ନାଥପୁରରେ ୧୦, ୦୦୦ ବର୍ଗ ଫୁଟ ଜମି ଉପରେ ନିର୍ମିତ ୨ ମହଲା କୋଠା, ଭୁବନେଶ୍ୱର କରୋଡକଣ୍ଟାରେ ଅବସ୍ଥିତ ପ୍ଲଟ୍(ନଂ ୨୨୨/୧୨୦୯)ରେ ଥିବା ୫୮୦୦ ବର୍ଗ ଫୁଟ ଉପରେ ଥିବା ୪ ମହଲା କୋଠା, କେନ୍ଦୁଝର ଘସିପୁରା ତହସିଲର ମଦନପୁରରେ ଅବସ୍ଥିତ ପ୍ଲଟ୍ (ନଂ. ୨୮୨୭/୪୨୩୦)ରେ ନିର୍ମିତ ୫ ଏକରର ଏକ ଫାର୍ମ ହାଉସ, କଟକ ପ୍ରତାପନଗରୀରେ ୨ ପ୍ଲଟ୍, ଭୁବନେଶ୍ୱର କରୋଡକଣ୍ଟା, ସୁନ୍ଦରପଦାରେ ଗୋଟିଏ ଲେଖା ପ୍ଲଟ୍ ଓ ଯାଜପୁର ଜିଲା ଦାନଗଦିଠାରେ ୧ଏକର ଜମି, ଦାନଗଦିରେ ୧ ଏକର ୧୬ ଡିସିସିଲରେ ଏକ ଜମିରେ ୯ଟି ପ୍ଲଟ୍, ଗୋଟିଏ ୪ ଚକିଆ ଯାନ, ୨ଟି ଦୁଇଚକିଆ ଯାନ ଠାବକରିଛି। ଏଥିସହ ବ୍ୟାଙ୍କ ଜମା, ଇନ୍ସ୍ୟୁରାନ୍ସ ଏବଂ ପୋଷ୍ଟାଲ ଜମାର ଖୋଳତାଡ ଚାଲିଛି। ଯାଜପୁରର ଜମାଦେଇପୁର ଶାସନରେ ଥିବା ପୈତୃକ ଘରେ ଏକ ମହଲା କୋଠା ଓ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବଳରାମପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ୭ ଜଣ ଡିଏସ୍ପି, ୫ ଇନ୍ସପେକ୍ଟର, ୭ ଜଣ ଏଏସ୍ଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ।
The post ଗିରଫ ହେଲେ କୋଟିପତି ଖଣି ଅଧିକାରୀ appeared first on Dharitri Odia News.