ଭିନେଶଙ୍କ ଅବସର ପରେ ଏହି କୁସ୍ତି ଖେଳାଳିଙ୍କୁ ତିନି ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୮ା୮: ଅଲିମ୍ପିକ୍ ଗେମ୍ସ ସମୟରେ ଆଚରଣବିଧି ଉଲ୍ଲଂଘନ ପାଇଁ କୁସ୍ତି ଯୋଦ୍ଧା ଆନ୍ତିମ୍ ପଙ୍ଘାଲଙ୍କୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ(ଆଇଓଏ) ସ୍ୱର ତିନି ବର୍ଷ ପାଇଁ ବାସନ୍ଦ କରାଯାଇଛି। ଅନ୍ତିମ ପଙ୍ଘାଲ ପ୍ୟାରିସ ଅଲିମ୍ପିକ୍ସ ରେଲସିଂ ମହିଳା ୫୩କେଜିରେ ସେ ତୁର୍କୀର ୟେଟ୍‌ଗିଲ୍‌ ଜେନେପଙ୍କଠାରୁ ୦-୧୦ରେ ଶୋଚନୀୟ ପରାଜୟ ବରଣ କରିଥିଲେ। ୧୯ ବର୍ଷୀୟ ଅଲିମ୍ପିକ ପଦାର୍ପଣକାରୀ ରିପିଚେଜ୍‌ ଜରିଆରେ ପଦକ ଜିତିବେ ବୋଲି ଆଶା କରାଯାଉଥିଲା। ମାତ୍ର ଜେନେପ କ୍ୱାର୍ଟରଫାଇନାଲରେ ଜର୍ମାନୀର ଆନ୍ନିକା ଓ୍ବିଣ୍ଡେଲଙ୍କଠାରୁ ହାରିଯାଇଥିଲେ। […] The post ଭିନେଶଙ୍କ ଅବସର ପରେ ଏହି କୁସ୍ତି ଖେଳାଳିଙ୍କୁ ତିନି ବର୍ଷ ବାସନ୍ଦ appeared first on Dharitri Odia News.

ଭିନେଶଙ୍କ ଅବସର ପରେ ଏହି କୁସ୍ତି ଖେଳାଳିଙ୍କୁ ତିନି ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୮ା୮: ଅଲିମ୍ପିକ୍ ଗେମ୍ସ ସମୟରେ ଆଚରଣବିଧି ଉଲ୍ଲଂଘନ ପାଇଁ କୁସ୍ତି ଯୋଦ୍ଧା ଆନ୍ତିମ୍ ପଙ୍ଘାଲଙ୍କୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ(ଆଇଓଏ) ସ୍ୱର ତିନି ବର୍ଷ ପାଇଁ ବାସନ୍ଦ କରାଯାଇଛି। ଅନ୍ତିମ ପଙ୍ଘାଲ ପ୍ୟାରିସ ଅଲିମ୍ପିକ୍ସ ରେଲସିଂ ମହିଳା ୫୩କେଜିରେ ସେ ତୁର୍କୀର ୟେଟ୍‌ଗିଲ୍‌ ଜେନେପଙ୍କଠାରୁ ୦-୧୦ରେ ଶୋଚନୀୟ ପରାଜୟ ବରଣ କରିଥିଲେ। ୧୯ ବର୍ଷୀୟ ଅଲିମ୍ପିକ ପଦାର୍ପଣକାରୀ ରିପିଚେଜ୍‌ ଜରିଆରେ ପଦକ ଜିତିବେ ବୋଲି ଆଶା କରାଯାଉଥିଲା। ମାତ୍ର ଜେନେପ କ୍ୱାର୍ଟରଫାଇନାଲରେ ଜର୍ମାନୀର ଆନ୍ନିକା ଓ୍ବିଣ୍ଡେଲଙ୍କଠାରୁ ହାରିଯାଇଥିଲେ। ପ୍ୟାରିସ ଗେମ୍ସରେ ପଙ୍ଘାଲଙ୍କଠାରୁ ଭାରତ ଏକ ପଦକ ଆଶା କରୁଥିଲା।

ତେବେ ପ୍ୟାରିସରେ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଭାରତୀୟ କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ ଓ ତାଙ୍କ ସପୋର୍ଟ ଷ୍ଟାଫ୍‌ ପ୍ୟାରିସରୁ ପ୍ରତ୍ୟର୍ପଣର ସମ୍ମୁଖୀନ ହୋଇଛନ୍ତି। ଖବର ଅନୁସାରେ ପ୍ୟାରିସ ଅଲିମ୍ପିକ୍ସ ମହିଳା ୫୩ କେଜି ଓପନିଂ ବାଉଟରେ ହାରିଯିବା ପରେ ପଙ୍ଘାଲ ଗେମ୍ସ ଭିଲେଜ ଛାଡ଼ି ଏକ ହେଟେଲକୁ ପଳାଇଥିଲେ, ଯେଉଁଠାରେ ତାଙ୍କ କୋଚ ଭଗତ ସିଂ ଓ ବିକାଶ ଅବସ୍ଥାନ କରୁଥିଲେ। ସେ ତାଙ୍କ ଭଉଣୀକୁ ତାଙ୍କ ସ୍ବୀକୃତିପତ୍ର ଦେଇଥିଲେ ଏବଂ ଗେମ୍ସ ଭିଲେଜକୁ ପଠାଇ ସେଠାରେ ଥିବା ତାଙ୍କ ଜିନିଷପତ୍ର ନେଇ ଆସିବାକୁ କହିଥିଲେ। ଭଉଣୀ ଜିତିଷ ପତ୍ର ନେଇ ଫେରୁଥିବା ବେଳେ ସୁରକ୍ଷା କର୍ମୀଙ୍କ ହାତରେ ଧରାପଡ଼ିଥିଲେ। ଅପରପକ୍ଷରେ ଭଗତ ଓ ବିକାଶ କ୍ୟାବ୍‌ରେ ଗସ୍ତ କରି ଭଡ଼ା ଦେବାକୁ ମନା କରିବାରୁ ଡ୍ରାଇଭର ଜଣଙ୍କୁ ପୋଲିସକୁ ଡ଼କାଇବାକୁ ପଡ଼ିଥିଲା।

The post ଭିନେଶଙ୍କ ଅବସର ପରେ ଏହି କୁସ୍ତି ଖେଳାଳିଙ୍କୁ ତିନି ବର୍ଷ ବାସନ୍ଦ appeared first on Dharitri Odia News.