ଭାରତୀୟ ସୈନିକଙ୍କୁ ସମ୍ମାନ
ନୂଆପଡ଼ା,୨୩ା୫ (ମକାରୁ ବେମାଲ): ପହଲଗାମ୍ ଘଟଣାରେ ଭାରତୀୟ ସୈନିକଙ୍କୁ ସମ୍ମାନ ଜଣାଇ ଶୁକ୍ରବାର ନୂଆପଡ଼ାରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢୀଙ୍କ ନେତୃତ୍ୱରେ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ସହସ୍ରାଧିକ ଜନସାଧାରଣ ସାମିଲ ହୋଇଥିଲେ। କୋମନା ବ୍ଲକ ଛକଠାରୁ ଶୋଭାଯାତ୍ରା ବାହାରି ସଦର ଶ୍ରୀରାମ ଛକ ଦେଇ ଏକତା ଛକଠାରେ ପହଞ୍ଚତ୍ଥିଲା। ସେଠାରେ ସ୍ବର୍ଗତ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୋଲିସ ପଡିଆ କଲ୍ୟାଣ […] The post ଭାରତୀୟ ସୈନିକଙ୍କୁ ସମ୍ମାନ appeared first on Dharitri Odia News.
ନୂଆପଡ଼ା,୨୩ା୫ (ମକାରୁ ବେମାଲ): ପହଲଗାମ୍ ଘଟଣାରେ ଭାରତୀୟ ସୈନିକଙ୍କୁ ସମ୍ମାନ ଜଣାଇ ଶୁକ୍ରବାର ନୂଆପଡ଼ାରେ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢୀଙ୍କ ନେତୃତ୍ୱରେ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ସହସ୍ରାଧିକ ଜନସାଧାରଣ ସାମିଲ ହୋଇଥିଲେ। କୋମନା ବ୍ଲକ ଛକଠାରୁ ଶୋଭାଯାତ୍ରା ବାହାରି ସଦର ଶ୍ରୀରାମ ଛକ ଦେଇ ଏକତା ଛକଠାରେ ପହଞ୍ଚତ୍ଥିଲା। ସେଠାରେ ସ୍ବର୍ଗତ ଘାସିରାମ ମାଝିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୋଲିସ ପଡିଆ କଲ୍ୟାଣ ମଣ୍ଡପଠାରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଏସ୍ସି ମୋର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ, ଜିଲା ଏସ୍ସି ମୋର୍ଚ୍ଚା ସଭାପତି ଦୃଷ୍ଟି ମାଝି, ଜିଲା ସମ୍ପାଦକ ଭଗତ ସିଂ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଲୋହିତ ଶବର, ଜାତୀୟ ପରାମର୍ଶଦାତା ସଭ୍ୟ ଚତୁର୍ଭୂଜ ଶର୍ମା, ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଦେଶର ସମ୍ମାନ ଓ ସ୍ବାଭିମାନ ରକ୍ଷା କରୁଥିବା ସୈନ୍ୟବାହିନୀଙ୍କ ସହ ଦେଶର ଜନତାଙ୍କ ସମର୍ଥନ ରହିଛି ବୋଲି କହିଥିଲେ। ତ୍ରିରଙ୍ଗା ରାଲିରେ ଭାଜପାର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।
The post ଭାରତୀୟ ସୈନିକଙ୍କୁ ସମ୍ମାନ appeared first on Dharitri Odia News.