ସମଲିଙ୍ଗୀ ସମ୍ପର୍କ ରଖିଲେ ଅଭିଯୁକ୍ତଙ୍କୁ ମିଳିବ ୧୫ ବର୍ଷ ଜେଲ୍ ଦଣ୍ଡ: ଇରାକ୍‌ରେ ପାସ୍ ହେଲା କଡ଼ା ଆଇନ୍

ବାଗଦାଦ: ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ। ସମଲିଙ୍ଗୀ ସମ୍ପର୍କ ରଖି ଧରାପଡ଼ିଲେ ୧୫ ବର୍ଷ ଜେଲ୍ ଭୋଗିବାକୁ ପଡ଼ିବ। ଏଲ୍‌ଜିବିଟି କମ୍ୟୁନିଟିକୁ ଶକ୍ତ ଆଘାତ ଦେଇ ଇରାକ ଏଭଳି କଠୋର ଆଇନ ପାସ୍ କରିଛି।ଶନିବାର ଇରାକ ସଂସଦରେ ଏହି ବିଲ୍ ଉପରେ ଆଲୋଚନା ହୋଇଥିଲା। ଶେଷରେ ଧର୍ମୀୟ ଭାବନାକୁ ଗୁରୁତ୍ୱ ଦେଇ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି ଦର୍ଶାଇ ବିଲ୍ ପାସ ହୋଇଛି। ବିଲ୍‌ ଆଇନ୍‌ରେ ପରିଣତ ହେଲେ ସମଲିଙ୍ଗୀ ସମ୍ପର୍କରେ ଅଭିଯୁକ୍ତଙ୍କୁ ୧୫ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଆଇନର ଏକ କପିରେ କୁହାଯାଇଛି  “ଇରାକକୁ ନୈତିକ ପତ୍ତନ ବିଶ୍ୱରେ ବ୍ୟାପିଥିବା ସମଲିଙ୍ଗୀ ସମ୍ପର୍କ ଦାବିରୁ ରକ୍ଷା କରିବା ଏହି ଆଇନ୍‌ ମୂଳ ଉଦ୍ଦେଶ୍ୟ।” ଏହି ଆଇନ୍‌କୁ ମୁଖ୍ୟତ ସିଆ ମୁସ୍‌ଲିମ ପାର୍ଟି ସମର୍ଥନ ଦେଇଥିଲେ। ଦେଶରେ ଯେହେତୁ ୫୫-୬୦ ପ୍ରତିଶତ ସିଆ ମୁସ୍ଲିମ ରହିଛନ୍ତି ତେଣୁ ସଂସଦରେ ସିଆ ମୁସ୍‌ଲିମ୍‌ ସଂଖ୍ୟା ମଧ୍ୟ ଅଧିକ ରହିଥିବାରୁ ଏଭଳି ବିଲ୍ ପାସ୍ ହୋଇଛି।ଏହି ଆଇନ୍‌ରେ ବେଶ୍ୟାବୃତ୍ତି ଏବଂ ସମ୍ପଲିଙ୍ଗୀ ସମ୍ପର୍କକୁ ବ୍ୟାନ୍ କରାଯାଇଥିବା ବେଳେ ଏଥିରେ ଅପରାଧିକୁ ଅତି କମ୍‌ରେ ୧୦ ବର୍ଷ ଅତି ବେଶୀରେ ୧୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବାକୁ ବ୍ୟବସ୍ଥା ରହିଛି। ସେହିପରି ଯେଉଁମାନେ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହିତ କରିବେ ସେମାନଙ୍କୁ ଅତି କମ୍‌ରେ ୭ ବର୍ଷ ଜେଲ୍ ଦଣ୍ଡ ଦିଆଯିବ। କେବଳ ସେତିକି ନୁହେଁ,ଯେଉଁ ପୁରୁଷ କିମ୍ବା ମହିଳ

ସମଲିଙ୍ଗୀ ସମ୍ପର୍କ ରଖିଲେ ଅଭିଯୁକ୍ତଙ୍କୁ ମିଳିବ ୧୫ ବର୍ଷ ଜେଲ୍ ଦଣ୍ଡ: ଇରାକ୍‌ରେ ପାସ୍ ହେଲା କଡ଼ା ଆଇନ୍

ବାଗଦାଦ: ସମଲିଙ୍ଗୀ ସମ୍ପର୍କ ଏକ ଅପରାଧ। ସମଲିଙ୍ଗୀ ସମ୍ପର୍କ ରଖି ଧରାପଡ଼ିଲେ ୧୫ ବର୍ଷ ଜେଲ୍ ଭୋଗିବାକୁ ପଡ଼ିବ। ଏଲ୍‌ଜିବିଟି କମ୍ୟୁନିଟିକୁ ଶକ୍ତ ଆଘାତ ଦେଇ ଇରାକ ଏଭଳି କଠୋର ଆଇନ ପାସ୍ କରିଛି।

ଶନିବାର ଇରାକ ସଂସଦରେ ଏହି ବିଲ୍ ଉପରେ ଆଲୋଚନା ହୋଇଥିଲା। ଶେଷରେ ଧର୍ମୀୟ ଭାବନାକୁ ଗୁରୁତ୍ୱ ଦେଇ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି ଦର୍ଶାଇ ବିଲ୍ ପାସ ହୋଇଛି। ବିଲ୍‌ ଆଇନ୍‌ରେ ପରିଣତ ହେଲେ ସମଲିଙ୍ଗୀ ସମ୍ପର୍କରେ ଅଭିଯୁକ୍ତଙ୍କୁ ୧୫ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। 

ଆଇନର ଏକ କପିରେ କୁହାଯାଇଛି  “ଇରାକକୁ ନୈତିକ ପତ୍ତନ ବିଶ୍ୱରେ ବ୍ୟାପିଥିବା ସମଲିଙ୍ଗୀ ସମ୍ପର୍କ ଦାବିରୁ ରକ୍ଷା କରିବା ଏହି ଆଇନ୍‌ ମୂଳ ଉଦ୍ଦେଶ୍ୟ।” ଏହି ଆଇନ୍‌କୁ ମୁଖ୍ୟତ ସିଆ ମୁସ୍‌ଲିମ ପାର୍ଟି ସମର୍ଥନ ଦେଇଥିଲେ। ଦେଶରେ ଯେହେତୁ ୫୫-୬୦ ପ୍ରତିଶତ ସିଆ ମୁସ୍ଲିମ ରହିଛନ୍ତି ତେଣୁ ସଂସଦରେ ସିଆ ମୁସ୍‌ଲିମ୍‌ ସଂଖ୍ୟା ମଧ୍ୟ ଅଧିକ ରହିଥିବାରୁ ଏଭଳି ବିଲ୍ ପାସ୍ ହୋଇଛି।

ଏହି ଆଇନ୍‌ରେ ବେଶ୍ୟାବୃତ୍ତି ଏବଂ ସମ୍ପଲିଙ୍ଗୀ ସମ୍ପର୍କକୁ ବ୍ୟାନ୍ କରାଯାଇଥିବା ବେଳେ ଏଥିରେ ଅପରାଧିକୁ ଅତି କମ୍‌ରେ ୧୦ ବର୍ଷ ଅତି ବେଶୀରେ ୧୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବାକୁ ବ୍ୟବସ୍ଥା ରହିଛି। ସେହିପରି ଯେଉଁମାନେ ସମଲିଙ୍ଗୀ ସମ୍ପର୍କକୁ ପ୍ରୋତ୍ସାହିତ କରିବେ ସେମାନଙ୍କୁ ଅତି କମ୍‌ରେ ୭ ବର୍ଷ ଜେଲ୍ ଦଣ୍ଡ ଦିଆଯିବ। କେବଳ ସେତିକି ନୁହେଁ,ଯେଉଁ ପୁରୁଷ କିମ୍ବା ମହିଳା ସେମାନଙ୍କର ଲିଙ୍ଗ ପରିବର୍ତ୍ତନ କରିବେ କିମ୍ବା ସେହି ଅନୁସାରେ ପୋଷାକ ପରିଧାନ କରିବେ ସେମାନଙ୍କୁ ବି ଏକ ରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିବ।

ପୂର୍ବରୁ ଏହି ବିଲ୍‌ରେ ମୃତ୍ୟୁଦଣ୍ଡ ସାମିଲ୍ ଥିଲା। ହେଲେ ଜାତିସଂଘ, ଆମେରିକା ଓ ୟୁରୋପ ଦେଶଗୁଡ଼ିକର କଡ଼ା ବିରୋଧ ପରେ ଏଥିରେ ସଂଶୋଧନ କରାଯାଇଥିଲା। 

ପଢ଼ନ୍ତୁ- ଯୁଦ୍ଧ ବିରାମ ପାଇଁ ଶେଷ ସୁଯୋଗ; ହମାସକୁ ଇସ୍ରାଏଲର ନୂଆ ପ୍ରସ୍ତାବ, ବିସ୍ଫୋରଣରେ ୨୨ ମୃତ

ଇରାକ୍‌ରେ ଏହି ଆଇନ୍ ଆସିବା ପରେ ମାନବାଧିକାରର ଏଲ୍‌ଜିବିଟି ଅଧିକାର କାର୍ଯ୍ୟକ୍ରମର ନିର୍ଦ୍ଦେଶକ ରାଶା ୟୁନସ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଇରାକ ସଂସଦ ଦ୍ୱାରା ଏଲ୍‌ଜିବିଟି ବିରୋଧରେ ଆଇନ ପାରିତ ହେବ ସମ୍ପ୍ରଦାୟ ବିରୋଧରେ ଓ ଏମାନଙ୍କର ଅଧିକାର ଉଲ୍ଲଂଘନର ଇରାକର ଭୟାବହ ରେକର୍ଡ ଉପରେ ପୁଣିଥରେ ମୋହର ଲଗାଇଛି। ଏହା ମୌଳିକ ମାନବାଧିକାର ପାଇଁ ଏକ ଶକ୍ତ ଝଟ୍‌କା ବୋଲି ରାଶା ୟୁନୁଶ କହିଛନ୍ତି।

ସୂଚନା ଥାଉକି ୬୦ରୁ ଅଧିକ ଦେଶରେ ଗେ ସେକ୍ସକୁ ଅପରାଧ ବୋଲି ଘୋଷଣା କରାଯାଇଛି। ସେହିପରି ସମଲିଙ୍ଗୀ ସମ୍ପର୍କ ୧୩୦ରୁ ଅଧିକ ଦେଶରେ ଆଇନ ସମ୍ମତ କରାଯାଇଛି।