'ଅବସର ନେବେ କି ବିଶ୍ୱର ନଂ-୧ ବୋଲର ବୁମରାହ, ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ ୨୬/୦୭: ୟର୍କର କିଙ୍ଗ ଜସପ୍ରିତ ବୁମରାହ । ସର୍ବଦା ମୈଦାନରେ ସାଏ ଓ ଡିସେଣ୍ଟ । ଖେଳ ଛଡା ତାଙ୍କୁ ଅନ୍ୟ କୌଣସି ଆଲୋଚନାରେ ଦେଖିବାକୁ ମିଳିନି । ଟିମ୍ ଇଣ୍ଡିଆର ମାଇଲଷ୍ଟୋନ । ରେକର୍ଡ ବ୍ରେକର । ତାଙ୍କ ବୋଲିଂରେ ଧରାଶାୟୀ ହୁଅନ୍ତି ବ୍ୟାଟର । ଏବେ ସେ ଲାଇମ୍ ଲାଇଟ୍ରେ । ସାମ୍ନାକୁ ଆସୁଛି ତାଙ୍କର ଅବସର ଖବର । ଚର୍ଚ୍ଚା ହେଉଛି କି, ସେ କୁଆଡେ ଆଉ ଖେଳିବେନି ଅନ୍ତରାଷ୍ଟ୍ରୀୟ କ୍ରିକେଟ । ଟିମ୍ ଇଣ୍ଡିଆର ଜଣେ ପୂର୍ବତନ କ୍ରିକେଟର ଏ ଦାବି କରିଛନ୍ତି । ସେ କହିଛନ୍ତି ଯେ, ବୁମରାହ ଭାରି ସ୍ୱାଭିମାନୀ । ଖାସ୍ ସେଥିପାଇଁ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି। ସେ ଏହାର କାରଣ ମଧ୍ୟ କହିଛନ୍ତି । ସୂଚନା ଥାଉକି, ଲର୍ଡସ୍ ଟେଷ୍ଟରେ ୭ ୱିକେଟ୍ ନେଇଥିବା ଭାରତୀୟ ଦଳର ଏହି ଦ୍ରୁତ ବୋଲର ମାଞ୍ଚେଷ୍ଟର ଟେଷ୍ଟ ମ୍ୟାଚରେ ସମ୍ପୂର୍ଣ୍ଣ ଫିକା ଦେଖାଯାଉଥିଲେ । ଜସପ୍ରିତ ବୁମରାହ ଏପର୍ଯ୍ୟନ୍ତ ଏହି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ବିପକ୍ଷରେ କେବଳ ଗୋଟିଏ ୱିକେଟ୍ ନେଇପାରିଛନ୍ତି । ସାରା ଇନିଂସରେ ତାଙ୍କୁ ନିଜର ଲୟ ଖୋଜିବାରେ ସଂଘର୍ଷ କରୁଥିବା ଦେଖାଯାଇଥିଲା । ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉ ନଥିଲେ । View this post on InstagramA post shared by Mohammad Kaif (@mohammadkaif87)ଯେଉଁ କାରଣରୁ ସେ ଫୁଲ୍ ଫର୍ମରେ ବୋଲିଂ କରିପାରୁ ନାହାଁନ୍ତି। ପୂର୍ବତନ କ୍ରିକେଟର ମହମ୍ମଦ
ନୂଆଦିଲ୍ଲୀ ୨୬/୦୭: ୟର୍କର କିଙ୍ଗ ଜସପ୍ରିତ ବୁମରାହ । ସର୍ବଦା ମୈଦାନରେ ସାଏ ଓ ଡିସେଣ୍ଟ । ଖେଳ ଛଡା ତାଙ୍କୁ ଅନ୍ୟ କୌଣସି ଆଲୋଚନାରେ ଦେଖିବାକୁ ମିଳିନି । ଟିମ୍ ଇଣ୍ଡିଆର ମାଇଲଷ୍ଟୋନ । ରେକର୍ଡ ବ୍ରେକର । ତାଙ୍କ ବୋଲିଂରେ ଧରାଶାୟୀ ହୁଅନ୍ତି ବ୍ୟାଟର । ଏବେ ସେ ଲାଇମ୍ ଲାଇଟ୍ରେ ।
ସାମ୍ନାକୁ ଆସୁଛି ତାଙ୍କର ଅବସର ଖବର । ଚର୍ଚ୍ଚା ହେଉଛି କି, ସେ କୁଆଡେ ଆଉ ଖେଳିବେନି ଅନ୍ତରାଷ୍ଟ୍ରୀୟ କ୍ରିକେଟ । ଟିମ୍ ଇଣ୍ଡିଆର ଜଣେ ପୂର୍ବତନ କ୍ରିକେଟର ଏ ଦାବି କରିଛନ୍ତି । ସେ କହିଛନ୍ତି ଯେ, ବୁମରାହ ଭାରି ସ୍ୱାଭିମାନୀ । ଖାସ୍ ସେଥିପାଇଁ ସେ ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି। ସେ ଏହାର କାରଣ ମଧ୍ୟ କହିଛନ୍ତି ।
ସୂଚନା ଥାଉକି, ଲର୍ଡସ୍ ଟେଷ୍ଟରେ ୭ ୱିକେଟ୍ ନେଇଥିବା ଭାରତୀୟ ଦଳର ଏହି ଦ୍ରୁତ ବୋଲର ମାଞ୍ଚେଷ୍ଟର ଟେଷ୍ଟ ମ୍ୟାଚରେ ସମ୍ପୂର୍ଣ୍ଣ ଫିକା ଦେଖାଯାଉଥିଲେ । ଜସପ୍ରିତ ବୁମରାହ ଏପର୍ଯ୍ୟନ୍ତ ଏହି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ବିପକ୍ଷରେ କେବଳ ଗୋଟିଏ ୱିକେଟ୍ ନେଇପାରିଛନ୍ତି । ସାରା ଇନିଂସରେ ତାଙ୍କୁ ନିଜର ଲୟ ଖୋଜିବାରେ ସଂଘର୍ଷ କରୁଥିବା ଦେଖାଯାଇଥିଲା । ଏହି ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉ ନଥିଲେ ।
ଯେଉଁ କାରଣରୁ ସେ ଫୁଲ୍ ଫର୍ମରେ ବୋଲିଂ କରିପାରୁ ନାହାଁନ୍ତି। ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। କୈଫ୍ କହିଛନ୍ତି, "ମୁଁ ଭାବୁଛି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରିତ ବୁମରାହ ଆଗାମୀ ଟେଷ୍ଟ ମ୍ୟାଚ୍ରେ ଖେଳୁଥିବାର ନଜର ଆସିବେନି । ସେ ଖୁବ୍ଶୀଘ୍ର ଅବସର ମଧ୍ୟ ନେଇପାରନ୍ତି । କାରଣ ସେ ଏବେ ଆଘାତ ସହିତ ସଂଘର୍ଷ କରୁଛନ୍ତି। ସେଥିପାଇଁ ତାଙ୍କୁ ତାଙ୍କ ଲୟରେ ଦେଖାଯାଉନାହିଁ। ବୁମରାହ ଭାରି ସ୍ୱାଧୀନ ଚିନ୍ତା ମଣିଷ ।
ସେ ଭାବନ୍ତି ଯଦି ଏଫର୍ଟ ପୁଲ୍ ନଥାଏ, ବା ସେ ତାଙ୍କର ଶତ ପ୍ରତିଶତ ଦେଇନପାରନ୍ତି । ତେବେ ଟିମ୍ ମ୍ୟାଚ୍ ଜିତିପାରିବେ ନାହିଁ । ଆଉ ଏପରି ହେବାକୁ ସେ ଦେବନି । ସେ ନିଜେ ଖେଳିବାକୁ ମନା କରିବେ, ମୁଁ ଭାବୁଛି। ପ୍ରଶଂସକମାନଙ୍କୁ ତାଙ୍କ ବିନା ଟେଷ୍ଟ କ୍ରିକେଟ୍ ଦେଖିବାକୁ ଅଭ୍ୟସ୍ତ ହେବାକୁ ପଡ଼ିବ। କୈଫ୍ ଆହୁରି କହିଛନ୍ତି ଯେ ମୁଁ ପ୍ରାର୍ଥନା କରୁଛି ଯେ ମୋର ଅନ୍ତତଃ ମୋ ଭାବନା ଭୁଲ ହେଉ ।
ବୁମରାହ ଭବିଷ୍ୟତରେ ମଧ୍ୟ ଟେଷ୍ଟ କ୍ରିକେଟ୍ ଖେଳିବାର ଦେଖାଯାଉ । କିନ୍ତୁ ସେ ଏହି ସମୟରେ ଟେଷ୍ଟ କ୍ରିକେଟ୍ ଉପଭୋଗ କରୁନାହାଁନ୍ତି, ତାଙ୍କ ଶରୀର ହାରିଯାଉଥିବାର ଦେଖାଯାଉଛି। ଜସପ୍ରିତ ବୁମରାହ ଏହି ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ୧୩ ୱିକେଟ୍ ନେଇଛନ୍ତି । କିନ୍ତୁ ସେ ମାଞ୍ଚେଷ୍ଟର ଟେଷ୍ଟ ମ୍ୟାଚ୍ ରେ ଆଦୌ ଲୟରେ ଦେଖାଯାଉନାହାଁନ୍ତି।