ଏହିଦିନଠାରୁ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା: ସେପ୍ଟେମ୍ବରରୁ ଫର୍ମ ପୂରଣ

ଭୁବନେଶ୍ୱର, ୨୧ା୮(ଅସମାପିକା ସାହୁ):ଆସନ୍ତା ବର୍ଷ ଫେବୃଆରୀ ୧୫ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ରୁ ୧୨ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ତାଙ୍କ ସୁବିଧା ଦେଖି ଏହି ସମୟ ମଧ୍ୟରେ ପରୀକ୍ଷା କରିବେ। ସେହିଭଳି ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୨୦୨୫ ଯୁକ୍ତ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ ଆରମ୍ଭ କରିବା ପାଇଁ ସିଏଚ୍‌ଏସ୍‌ଇ ଯୋଜନା […] The post ଏହିଦିନଠାରୁ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା: ସେପ୍ଟେମ୍ବରରୁ ଫର୍ମ ପୂରଣ appeared first on Dharitri Odia News.

ଏହିଦିନଠାରୁ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା: ସେପ୍ଟେମ୍ବରରୁ ଫର୍ମ ପୂରଣ

ଭୁବନେଶ୍ୱର, ୨୧ା୮(ଅସମାପିକା ସାହୁ):ଆସନ୍ତା ବର୍ଷ ଫେବୃଆରୀ ୧୫ରୁ ଯୁକ୍ତ୨ ବାର୍ଷିକ ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ରୁ ୧୨ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ତାଙ୍କ ସୁବିଧା ଦେଖି ଏହି ସମୟ ମଧ୍ୟରେ ପରୀକ୍ଷା କରିବେ। ସେହିଭଳି ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୨୦୨୫ ଯୁକ୍ତ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ ଆରମ୍ଭ କରିବା ପାଇଁ ସିଏଚ୍‌ଏସ୍‌ଇ ଯୋଜନା ରଖିଥିଲା। କିନ୍ତୁ ବର୍ତ୍ତମାନ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ନାମଲେଖା ଶେଷ ହୋଇ ନ ଥିବାରୁ ଓକାକ ମନା କରିଦେଇଥିଲା। ଯୁକ୍ତ୨ ପରୀକ୍ଷା ଫର୍ମ ପୂରଣ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି।

The post ଏହିଦିନଠାରୁ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା: ସେପ୍ଟେମ୍ବରରୁ ଫର୍ମ ପୂରଣ appeared first on Dharitri Odia News.