ରାଶିଫଳ: ବୁଧବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ସନ୍ତାନଙ୍କ ସକାଶେ କୌଣସି ସମ୍ପର୍କକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହେବ। କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। କୃତ୍ତିକା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିପାରେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ପ୍ରଶଂସିତ ହେବେ। ବୃଷ ପିଲାଙ୍କ ବିବାହକୁ କେନ୍ଦ୍ରକରି ପରିବାରରେ କଥା କଟାକଟି ଲାଗିପାରେ। ରୋହିଣୀ ନକ୍ଷତ୍ରର ଆଶା କରୁଥିବା ଧନ ସକାଶେ କଳହ ସୃଷ୍ଟିର […] The post ରାଶିଫଳ: ବୁଧବାର, ଫେବୃଆରୀ ୧୨ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର, ଫେବୃଆରୀ ୧୨ ତାରିଖ – Daily Horoscope
ମେଷ
ଆଜି ସନ୍ତାନଙ୍କ ସକାଶେ କୌଣସି ସମ୍ପର୍କକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହେବ। କର୍ମ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। କୃତ୍ତିକା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିପାରେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ପ୍ରଶଂସିତ ହେବେ।
ବୃଷ
ବୃଷ
ପିଲାଙ୍କ ବିବାହକୁ କେନ୍ଦ୍ରକରି ପରିବାରରେ କଥା କଟାକଟି ଲାଗିପାରେ। ରୋହିଣୀ ନକ୍ଷତ୍ରର ଆଶା କରୁଥିବା ଧନ ସକାଶେ କଳହ ସୃଷ୍ଟିର ସୂଚନା ରହିଛି। ଉପରିସ୍ଥ କର୍ମଚାରୀଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। ବାଧ୍ୟବାଧକତାବଶତଃ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଆଜି ପରିସ୍ଥିତିରେ ମିଥ୍ୟା ପ୍ରତିଶ୍ରୁତି ଦେଇ ପଶ୍ଚାନ୍ତେ ସମାଲୋଚିତ ହୋଇପାରନ୍ତି। ଅସ୍ଥିରତା ଲାଗି ରହିବା କାରଣରୁ ଭାବୁଥିବେ ଗୋଟିଏ କଥା କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବେ। ମୃଗଶିରା ନକ୍ଷତ୍ର ଯାନବାହନ ଚାଳନାରେ ସତର୍କ ରୁହନ୍ତୁ। ସ୍ବାର୍ଥହାନି ଆଶଙ୍କାରେ ନିଜ ଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।
କର୍କଟ
କର୍କଟ
ଆଜି ଆବଶ୍ୟକତାରୁ ଅଧିକ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ବାଧ୍ୟ ହେବେ। ନୂତନ ଉଦ୍ୟୋଗ କିମ୍ବା ପ୍ରକଳ୍ପ କାମରେ ବିଭିନ୍ନ ଯୋଜନା କରିବାରେ ମନ ଦେବେ। ସଭାସମିତିର ଆଲୋଚନାରେ ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ପୁନର୍ବସୁ ନକ୍ଷତ୍ର ବନ୍ଧୁଙ୍କ ଜରିଆରେ ଶୁଭ ଖବର ଶୁଣି ଖୁସି ହେବେ।
ସି˚ହ
ସି˚ହ
ମାନସିକ ଅସୁସ୍ଥତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍‌ ବୁଝାମଣାଜନିତ ସମସ୍ୟା ଲାଗି ରହିବ। ଆର୍ଥିକ ଅନଟନ, ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ତଥାପି ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିପାରନ୍ତି। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ ଦିନଟି ବିତିଯିବ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ଚିତ୍ରା ନକ୍ଷତ୍ର ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ କଳହ ସୃଷ୍ଟି କରିପାରନ୍ତି। ଘର ଲୋକଙ୍କୁ ଉପେକ୍ଷା କରି ପରକଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର ସକାଶେ ପଡ଼ୋଶୀଙ୍କ ହସ୍ତକ୍ଷେପ ଫଳରେ ବିବାଦର ସମାଧାନ ହୋଇପାରେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାର ଆପୋସ ସମାଧାନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ବିଛା
ବିଛା
ଭୁଲ୍‌ ନିଷ୍ପତ୍ତି ପରିପ୍ରେକ୍ଷୀରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ପରିବାରର ଆବଶ୍ୟକତା ତୁଲାଇବା ସକାଶେ ଧାରକରଜ କରି ଆବଶ୍ୟକତା ଚଳାଇ ନେବେ। ଅନୁରାଧା ନକ୍ଷତ୍ର ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ବନ୍ଧୁଙ୍କ ପ୍ରେରଣାରେ କାମ ହାସଲ ସକାଶେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ ବାଧ୍ୟ ହେବେ।
ଧନୁ
ଧନୁ
ଆଜି ପ୍ରତ୍ୟେକ କାମ ମନ୍ଥର ଗତିରେ ହେବାରୁ କୌଣସି ବ୍ୟକ୍ତି କଡ଼ା କଥା ଶୁଣାଇ ପାରନ୍ତି। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପ୍ରସଙ୍ଗକ୍ରମେ କଠୋର କଥା ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ମୂଳା ନକ୍ଷତ୍ର ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ଶ୍ରବଣା ନକ୍ଷତ୍ର ଉପରିସ୍ଥଙ୍କ ଆଦେଶାନୁକ୍ରମେ ଦୂରଯାତ୍ରାର ସୁଯୋଗ ପାଇବେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପ୍ରଶାସନ ଓ କଚେରି ମାମଲା କ୍ଷେତ୍ରରେ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦେବେ ତାହା ସହଜରେ ସମ୍ପନ୍ନ ହୋଇଯିବ। ଶତଭିଷା ନକ୍ଷତ୍ର ପାଇଁ ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ବନ୍ଧୁମାନେ ଅସହଯୋଗ କଲେ ମଧ୍ୟ ଆପଣଙ୍କ କୌଣସି କାମ ଅଟକିବ ନାହିଁ। ଦୀର୍ଘ ଦିନର ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନମୀନ

ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ,ଫଳରେ ଭୁଲ୍‌ ବୁଝାମଣାରୁ ଅଶାନ୍ତି ସୃଷ୍ଟି ହେବ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ଶେୟାର ବଜାର ଓ ପରିବହନରେ ଲାଭବାନ ହେବେ। ଉତ୍ତରଭାଦ୍ର ନକ୍ଷତ୍ର ସ୍ବାସ୍ଥ୍ୟ ହାନି କାରଣରୁ ଦୁଶ୍ଚିନ୍ତାଗ୍ରସ୍ତ ରହିପାରନ୍ତି।

The post ରାଶିଫଳ: ବୁଧବାର, ଫେବୃଆରୀ ୧୨ ତାରିଖ – Daily Horoscope appeared first on Dharitri Odia News.