ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ…

ଛେଣ୍ଡିପଦା,୨୫ା୧୨ (ଅଜିତ ଧଳ)- ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ରେଳ ଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କେତେଜଣ ଯୁବକ ଉଦ୍ଧାର କରି ଜରପଡ଼ା ପୋଲିସ ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅଞ୍ଚଳର ଜଣେ ମହିଳା ପାରିବାରିକ କଳହରୁ ଆତ୍ମହତ୍ୟା କରିବା ପାଇଁ ରେଳ ଓଭରବ୍ରିଜ୍‌ ତଳକୁ ଯାଉଥିବାବେଳେ ଜରପଡା ଅଞ୍ଚଳର କେତେଜଣ ଯୁବକ ଚିତ୍ତରଞ୍ଜନ ଦାସ ଓ ଭୋଲେଶର ଗୋଚ୍ଛାୟତଙ୍କୁ ଫୋନରେ ଜଣାଇଥିଲେ। […] The post ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ… appeared first on Dharitri Odia News.

ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ…

ଛେଣ୍ଡିପଦା,୨୫ା୧୨ (ଅଜିତ ଧଳ)- ଅନୁଗୋଳ ଜିଲା ଜରପଡ଼ା ଥାନା ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୁର ରେଳ ଧାରଣାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ କେତେଜଣ ଯୁବକ ଉଦ୍ଧାର କରି ଜରପଡ଼ା ପୋଲିସ ଜିମା ଦେଇଛନ୍ତି।

ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅଞ୍ଚଳର ଜଣେ ମହିଳା ପାରିବାରିକ କଳହରୁ ଆତ୍ମହତ୍ୟା କରିବା ପାଇଁ ରେଳ ଓଭରବ୍ରିଜ୍‌ ତଳକୁ ଯାଉଥିବାବେଳେ ଜରପଡା ଅଞ୍ଚଳର କେତେଜଣ ଯୁବକ ଚିତ୍ତରଞ୍ଜନ ଦାସ ଓ ଭୋଲେଶର ଗୋଚ୍ଛାୟତଙ୍କୁ ଫୋନରେ ଜଣାଇଥିଲେ। ଖବରପାଇ ଦୁହେଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାଶୁଝା କରିଥିଲେ। ପରେ ମହିଳାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। ଏଥିପାଇଁ ଯୁବଗୋଷ୍ଠୀଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି। ପରେ ପୋଲିସ ମହିଳାଙ୍କ ପରିବାର ଲୋକଙ୍କୁ ଡାକି ବୁଝାଶୁଝା କରିବା ପାଇଁ ଉଦ୍ୟମ ଜାରି ରଖିଛି l

The post ରେଳ ଧାରଣାକୁ ଆତ୍ମହତ୍ୟା କରିବାକୁ ଯାଇଥିଲେ, ମହିଳାଙ୍କୁ ଉଦ୍ଧାର କଲେ… appeared first on Dharitri Odia News.