ପ୍ରତି ୨ ଘଣ୍ଟାରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ

କୋଲକାତା,୧୮ା୮: କୋଲକାତା ଘଟଣା ପରେ ସବୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଅପଡେଟ୍‌ ମାଗିଛି ଏମ୍‌ଏଚ୍‌ଏ। ପ୍ରତି ୨ ଘଣ୍ଟାରେ ଥରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ପ୍ରାୟ ରାଜ୍ୟରେ ଅପରାଧ ବଢ଼ୁଥିବାରୁ ଗୃହ ମନ୍ତ୍ରଣାଳୟ ଏପରି ପଦକ୍ଷେପ ନେଇଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମବଙ୍ଗର କୋଲକାତାସ୍ଥିତ ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ହତ୍ୟା ବିରୋଧରେ ଆପଣଙ୍କ ରାଜ୍ୟ / ୟୁଟିର ଆଇନଶୃଙ୍ଖଳା […] The post ପ୍ରତି ୨ ଘଣ୍ଟାରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ appeared first on Dharitri Odia News.

ପ୍ରତି ୨ ଘଣ୍ଟାରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ

କୋଲକାତା,୧୮ା୮: କୋଲକାତା ଘଟଣା ପରେ ସବୁ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଅପଡେଟ୍‌ ମାଗିଛି ଏମ୍‌ଏଚ୍‌ଏ। ପ୍ରତି ୨ ଘଣ୍ଟାରେ ଥରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ପ୍ରାୟ ରାଜ୍ୟରେ ଅପରାଧ ବଢ଼ୁଥିବାରୁ ଗୃହ ମନ୍ତ୍ରଣାଳୟ ଏପରି ପଦକ୍ଷେପ ନେଇଛି।

ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମବଙ୍ଗର କୋଲକାତାସ୍ଥିତ ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ହତ୍ୟା ବିରୋଧରେ ଆପଣଙ୍କ ରାଜ୍ୟ / ୟୁଟିର ଆଇନଶୃଙ୍ଖଳା ପରିସ୍ଥିତି ରିପୋର୍ଟ ଉପରେ ନଜର ରଖିବାକୁ ଦକ୍ଷ ଅଧିକାରୀ ଚାହୁଁଛନ୍ତି। ପରଠାରୁ, କ୍ରମାଗତ ଦୁଇ ଘଣ୍ଟିଆ ଆଇନ ଶୃଙ୍ଖଳା ପରିସ୍ଥିତି ରିପୋର୍ଟ ଦୟାକରି ଏମ୍‌ଏଚ୍‌ଏ କଣ୍ଟ୍ରୋଲ ରୁମ୍‌କୁ ଫ୍ୟାକ୍ସ, ଇମେଲ କିମ୍ବା ହ୍ବାଟ୍ସଆପ୍‌ ମାଧ୍ୟମରେ ଅପ୍‌ଡେଟ୍‌ ପଠାଯାଇପାରିବ ବୋଲି ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଦର୍ଶାଯାଇଛି।

The post ପ୍ରତି ୨ ଘଣ୍ଟାରେ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦେବାକୁ କଡ଼ା ନିର୍ଦ୍ଦେଶ appeared first on Dharitri Odia News.