୪୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଲେ ୱେଷ୍ଟଇଣ୍ଡିଜ ବୋଲର୍‌

ନୂଆଦିଲ୍ଲୀ,୨।୧୨: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଜାମାଇକର କିଙ୍ଗଷ୍ଟନ୍‌ରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଜାଡେନ ସିଲ୍ସ ଚମତ୍କାର ପ୍ରଦର୍ଶନ କରି ୪୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଗତ ୪୬ ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଇକୋନୋମିକାଲ୍‌ ସ୍ପେଲ୍‌ ପକାଇଛନ୍ତି। ସିଲ୍ସଙ୍କ ତୀକ୍ଷ୍ଣ ବୋଲିଂ ସାମ୍ନାରେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍‌ମାନେ ୨୦୦ ରନ ମାର୍କ ମଧ୍ୟ ଅତିକ୍ରମ କରିପାରି ନ ଥିଲେ। […] The post ୪୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଲେ ୱେଷ୍ଟଇଣ୍ଡିଜ ବୋଲର୍‌ appeared first on Dharitri Odia News.

୪୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଲେ ୱେଷ୍ଟଇଣ୍ଡିଜ ବୋଲର୍‌

ନୂଆଦିଲ୍ଲୀ,୨।୧୨: ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଜାମାଇକର କିଙ୍ଗଷ୍ଟନ୍‌ରେ ଖେଳାଯାଉଛି। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦ୍ରୁତ ବୋଲର ଜାଡେନ ସିଲ୍ସ ଚମତ୍କାର ପ୍ରଦର୍ଶନ କରି ୪୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଗତ ୪୬ ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଇକୋନୋମିକାଲ୍‌ ସ୍ପେଲ୍‌ ପକାଇଛନ୍ତି। ସିଲ୍ସଙ୍କ ତୀକ୍ଷ୍ଣ ବୋଲିଂ ସାମ୍ନାରେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍‌ମାନେ ୨୦୦ ରନ ମାର୍କ ମଧ୍ୟ ଅତିକ୍ରମ କରିପାରି ନ ଥିଲେ।

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ ୱେଷ୍ଟଇଣ୍ଡିଜର ଜାଡେନ ସିଲ ମାତ୍ର ୫ ରନ ଖର୍ଚ୍ଚ କରି ୧୫.୫ ଓଭରରେ ୪ ଉଇକେଟ ନେଇଥିଲେ। ଜାଡେନ ଇନିଂସରେ ସର୍ବାଧିକ ଉଇକେଟ ନେଇଥିଲେ। ଏହି ଅବଧିରେ, ସେ ୦.୩୧ ଆଭ୍‌ରେଜ୍‌ରେ ରନ ଖର୍ଚ୍ଚ କରିଥିଲେ। ୧୫.୫ ଓଭରର ସ୍ପେଲ୍‌ ବୋଲିଂ କରି ଜାଡେନ ୧୦ ଓଭର ମେଡେନ୍‌ ବୋଲିଂ କରିଥିଲେ। ୧୯୭୮ ପରଠାରୁ ଟେଷ୍ଟ କ୍ରିକେଟରେ ଏହା ସବୁଠାରୁ ଇକୋନୋମିକାଲ୍‌ ସ୍ପେଲ୍‌ ଥିଲା।

୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟରେ ଭାରତୀୟ ଦଳର ତାରକା ଦ୍ରୁତ ବୋଲର ଉମେଶ ଯାଦବ ୨୧ ଓଭରରେ ମାତ୍ର ୯ ରନ ଦେଇ ୩ ଉଇକେଟ ନେଇଥିଲେ। ୦.୪୨ ଆଭ୍‌ରେଜ୍‌ରେ ଉମେଶ ତାଙ୍କ ସ୍ପେଲ୍‌ରେ ରନ ଖର୍ଚ୍ଚ କରିଥିଲେ। ବର୍ତ୍ତମାନ ସିଲ ଉମେଶଙ୍କ ରେକର୍ଡ ଭାଙ୍ଗିଛି।

The post ୪୬ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଦେଲେ ୱେଷ୍ଟଇଣ୍ଡିଜ ବୋଲର୍‌ appeared first on Dharitri Odia News.