କେମିତି ନେବେ ପ୍ରି-ୱେଡିଂ ସ୍କିନ୍ କେୟାର
ବିବାହ ଦିନ ସୁନ୍ଦର ଦେଖାଯିବା ପାଇଁ ହେଲେ ତ୍ୱଚାଠାରୁ ଆରମ୍ଭକରି କେଶ ପର୍ଯ୍ୟନ୍ତ ସବୁକିଛିର ବହୁ ପୂର୍ବରୁ ଯତ୍ନନେବାକୁ ହେବ। ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ। ଫିଟ୍ନେସ୍କୁ ଠିକ୍ ରଖିବା ପାଇଁ ପ୍ରତିଦିନ ହାଲ୍କା ବ୍ୟାୟାମ କରନ୍ତୁ। ଏହା ସହ ଅଧିକ ଫଳ ଓ ସାଲାଡ, ଗଜା ହୋଇଥିବା ବିଭିନ୍ନ ଶସ୍ୟ, ଦହି, ପନିର ଆଦି ଅଧିକ ଖାଆନ୍ତୁ। ମାନସିକ ଚାପ କମ୍ କରିବା ପାଇଁ ମଧ୍ୟ ଯୋଗ କିମ୍ବା ମେଡିଟେଶନ […] The post କେମିତି ନେବେ ପ୍ରି-ୱେଡିଂ ସ୍କିନ୍ କେୟାର appeared first on Dharitri Odia News.
ବିବାହ ଦିନ ସୁନ୍ଦର ଦେଖାଯିବା ପାଇଁ ହେଲେ ତ୍ୱଚାଠାରୁ ଆରମ୍ଭକରି କେଶ ପର୍ଯ୍ୟନ୍ତ ସବୁକିଛିର ବହୁ ପୂର୍ବରୁ ଯତ୍ନନେବାକୁ ହେବ। ଏଥିପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ଜାଣିରଖନ୍ତୁ।
ଫିଟ୍ନେସ୍କୁ ଠିକ୍ ରଖିବା ପାଇଁ ପ୍ରତିଦିନ ହାଲ୍କା ବ୍ୟାୟାମ କରନ୍ତୁ। ଏହା ସହ ଅଧିକ ଫଳ ଓ ସାଲାଡ, ଗଜା ହୋଇଥିବା ବିଭିନ୍ନ ଶସ୍ୟ, ଦହି, ପନିର ଆଦି ଅଧିକ ଖାଆନ୍ତୁ। ମାନସିକ ଚାପ କମ୍ କରିବା ପାଇଁ ମଧ୍ୟ ଯୋଗ କିମ୍ବା ମେଡିଟେଶନ କରନ୍ତୁ।
ନିୟମିତଭାବେ ତ୍ୱଚାର କ୍ଲିଂଜିଂ, ଟୋନିଂ ଏବଂ ମଶ୍ଚରାଇଜିଂ କରନ୍ତୁ।
ବିବାହର କିଛିଦିନ ପୂର୍ବରୁ ହଳଦୀ ଲଗାଇବା ବନ୍ଦ କରିଦିଅନ୍ତୁ। କାରଣ ତ୍ୱଚାରୁ ହଳଦୀ ରଙ୍ଗ ସହଜରେ ଛାଡ଼ି ନ ଥାଏ। ଫଳରେ ମେକ୍ଅପ୍ ସମୟରେ ଅସୁବିଧା ହୁଏ।
ସପ୍ତାହକୁ ଅତିକମ୍ରେ ୩ଥର ରାତିରେ ଶୋଇବା ପୂର୍ବରୁ ଲେମ୍ବୁରସ ଓ କଞ୍ଚାକ୍ଷୀର ଲଗାନ୍ତୁ। ଏହା ପ୍ରାକୃତିକ କ୍ଲିଜର ଓ ଆଷ୍ଟ୍ରିଜେଣ୍ଟ ଭଳି କାମ ଦିଏ ଓ ସ୍କିନ୍ର ଚମକ ବଢ଼ାଏ।
ଆଳୁକୁ ପତଳା କରି କାଟି ମୁହଁରେ ଘଷନ୍ତୁ, ତାହା ସ୍କ୍ରବ୍ ଭଳି କାମ ଦେବ।
ସପ୍ତାହକୁ ଅତିକମ୍ରେ ଥରେ ସ୍କ୍ରବ୍ କରନ୍ତୁ।
ଠିକ୍ ସମୟରେ ଏବଂ ଅତିକମ୍ରେ ୮ ଘଣ୍ଟା ଶୁଅନ୍ତୁ। ଫଳରେ ଆଖି ତଳେ ଡାର୍କ ସର୍କଲ ହେବ ନାହିଁ।
ମେକ୍ଅପ୍ ସାମଗ୍ରୀ ସବୁ ଆଗରୁ କିଣି ବ୍ୟବହାର କରନ୍ତୁ। ତ୍ୱଚାକୁ ତାହା ସୁଟ୍ କରୁଛି କି ନା ଜଣାପଡ଼ିଯିବ।
ବାହାରକୁ ଯାଉଥିଲେ ସନ୍ସ୍କ୍ରିନ୍ ଲୋସନ ନିଶ୍ଚିତ ଲଗାନ୍ତୁ। ମେନିକିଓର ଓ ପେଡିକିଓର ମଧ୍ୟ କରନ୍ତୁ।
କେଶ ଯଦି ଡ୍ରାଏ ହୋଇଥାଏ ତେବେ ପ୍ରତି ୩ଦିନରେ ଥରେ ତେଲ ଗରମ କରି ଲଗାନ୍ତୁ। ମାସକୁ ଥରେ କିମ୍ବା ୨ ଥର ହେୟାର ସ୍ପା ମଧ୍ୟ କରନ୍ତୁ।
ଫେସିଆଲ କରିବାର ୨ଦିନ ପରେ ସ୍କିନ୍ରେ ଗ୍ଲୋ ଆସିଥାଏ। ତେଣୁ ବିବାହର ୨ଦିନ ଆଗରୁ ହିଁ ଫେସିଆଲ କରନ୍ତୁ। ସ୍କିନ୍ ଅନୁସାରେ ଫ୍ରୁଟ୍, ଅରୋମା, ପର୍ଲ, ଗୋଲ୍ଡ କିମ୍ବା ଡାଏମଣ୍ଡ ଆଦି ଯେକୌଣସି ପ୍ରକାର ଫେସିଆଲ କରନ୍ତୁ।
ବିବାହର ସପ୍ତାହେ ପୂର୍ବରୁ କୌଣସି ପ୍ରକାର ନୂଆ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।
The post କେମିତି ନେବେ ପ୍ରି-ୱେଡିଂ ସ୍କିନ୍ କେୟାର appeared first on Dharitri Odia News.