ବିମାନ ଯାତ୍ରା ଏବେ ହେବ ଆହୁରି ସହଜ, ଖୁବ୍‌ ଶୀଘ୍ର ଦିଲ୍ଲୀ ବିମାନବନ୍ଦରରେ ଚାଲିବାକୁ ଯାଉଛି ଏୟାର ଟ୍ରେନ

ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର । ଦିଲ୍ଲୀ ବିମାନବନ୍ଦରରେ ଏବେ ଏୟାର ଟ୍ରେନ ଚଲାଇବାର ଯୋଜନା କରାଯାଇଛି । ଏହିି ଟ୍ରେନଟି ଦିଲ୍ଲୀ ବିମାନବନ୍ଦରର ତିନୋଟି ଟର୍ମିନାଲ ଦେଇ ଯାତ୍ରା କରିବ । DIAL ଦ୍ୱାରା ପରିଚାଳିତ ଏହି ବିମାନବନ୍ଦରଟି ହେଉଛି ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର । ଏୟାର ଟ୍ରେନ କ’ଣ ? ଓ ଏହା କେବେ ଆରମ୍ଭ ହେବ ? ଏୟାର ଟ୍ରେନ […] The post  ବିମାନ ଯାତ୍ରା ଏବେ ହେବ ଆହୁରି ସହଜ, ଖୁବ୍‌ ଶୀଘ୍ର ଦିଲ୍ଲୀ ବିମାନବନ୍ଦରରେ ଚାଲିବାକୁ ଯାଉଛି ଏୟାର ଟ୍ରେନ appeared first on KNews Odisha.

 ବିମାନ ଯାତ୍ରା ଏବେ ହେବ ଆହୁରି ସହଜ, ଖୁବ୍‌ ଶୀଘ୍ର ଦିଲ୍ଲୀ ବିମାନବନ୍ଦରରେ ଚାଲିବାକୁ ଯାଉଛି ଏୟାର ଟ୍ରେନ
delhi airport

ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର । ଦିଲ୍ଲୀ ବିମାନବନ୍ଦରରେ ଏବେ ଏୟାର ଟ୍ରେନ ଚଲାଇବାର ଯୋଜନା କରାଯାଇଛି । ଏହିି ଟ୍ରେନଟି ଦିଲ୍ଲୀ ବିମାନବନ୍ଦରର ତିନୋଟି ଟର୍ମିନାଲ ଦେଇ ଯାତ୍ରା କରିବ । DIAL ଦ୍ୱାରା ପରିଚାଳିତ ଏହି ବିମାନବନ୍ଦରଟି ହେଉଛି ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ।

ଏୟାର ଟ୍ରେନ କ’ଣ ? ଓ ଏହା କେବେ ଆରମ୍ଭ ହେବ ?

ଏୟାର ଟ୍ରେନ ହେଉଛି ଏକ ସ୍ୱତନ୍ତ୍ର ଟ୍ରେନ ଯାହା ବିମାନବନ୍ଦର ଭିତରେ ଯାତ୍ରୀମାନଙ୍କୁ ଗୋଟେ ଟର୍ମିନାଲରୁ ଆଉଗୋଟେ ଟର୍ମିନାଲକୁ ନେବ। ଏହି ଟ୍ରେନଟି ସମ୍ପୂର୍ଣ୍ଣ ଭାବେ ସ୍ୱୟଂଚାଳିତ ଏବଂ ଏହା ନଅଟକି ଚାଲିଥାଏ । ଏୟାର ଟ୍ରେନ ଚାଲିବାର କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନାହିଁ । ଆଶା କରାଯାଉଛି କି ଏହି ପ୍ରୋଜେକ୍ଟ ୨୦୨୭ ସୁଦ୍ଧା ଶେଷ ହୋଇଯିବ ।
ଦିଲ୍ଲୀ ବିମାନବନ୍ଦରରେ ୩ ଟି ଟର୍ମିନାଲ ରହିଛି – T1,T2 ଓ T3 । ବର୍ତ୍ତମାନ ପର୍ଯ୍ୟନ୍ତ, ଏହି ଟର୍ମିନାଲ ମଧ୍ୟରେ କାର କିମ୍ବା ବସ୍‌ ଯୋଗେ ଲୋକମାନେ ଯାତ୍ରା କରୁଛନ୍ତି । ଯାହାକି ବହୁତ ସମୟ ନେଉଛି । ଏୟାର ଟ୍ରେନ ଚାଲିବା ଦ୍ୱାରା ଯାତ୍ରୀମାନଙ୍କ ସମୟ ମଧ୍ୟ ବଞ୍ଚିପାରିବ। ଏହି ଟ୍ରେନ ଟର୍ମିନାଲ ୧ରୁ ଆରମ୍ଭ ହୋଇ ଟର୍ମିନାଲ୨ ଓ ଟର୍ମିନାଲ ୩କୁ ଯାତ୍ରା କରିବ ।

ଟ୍ରେନରେ ଯାତ୍ରୀମାନଙ୍କ ପାଇଁ କ’ଣ ସୁବିଧା ରହିଛି ?

ଏୟାର ଟ୍ରେନରେ ପ୍ରଥମେ ଯାତ୍ରୀଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । ଯାତ୍ରୀମାନେ ବସିବା ପାଇଁ ଏଥିରେ ପର୍ଯ୍ୟାପ୍ତ ଜାଗା ପାଇବେ । ଏହା ବ୍ୟତୀତ ଆହୁରି ଅନେକ ସୁବିଧା ରହିଛି । ଯେମିତି କି, ଏହି ଟ୍ରେନରେ ଯାତ୍ରା କଲେ କମ୍‌ ସମୟ ଲାଗିବ ଓ ଯାତ୍ରାଟି ଖୁବ୍‌ ଆରାମଦାୟକ ହେବ । ଅନୁମାନ କରାଯାଉଛି କି ଏହି ଟ୍ରେନରେ ଯାତ୍ରା କରିବା ପାଇଁ କୌଣସି ଭଡା ଦେବାକୁ ପଡ଼ିବ ନାହିଁ ।

The post  ବିମାନ ଯାତ୍ରା ଏବେ ହେବ ଆହୁରି ସହଜ, ଖୁବ୍‌ ଶୀଘ୍ର ଦିଲ୍ଲୀ ବିମାନବନ୍ଦରରେ ଚାଲିବାକୁ ଯାଉଛି ଏୟାର ଟ୍ରେନ appeared first on KNews Odisha.