୨୦୨୪ ନିର୍ବାଚନରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛି ବିଜେଡି; ସାମ୍ନାକୁ ଆସିଲା ତଥ୍ୟ

ଭୁବନେଶ୍ୱର, ୬।୮: ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଥିବା ବେଳେ ଲୋକ ସଭାରେ ଦଳକୁ ଗୋଟିଏ ହେଲେ ଆସନ ମିଳିନାହିଁ। ଏହାରି ମଧ୍ୟରେ ଗତ ନିର୍ବାଚନରେ ଦଳ କେତେ ଟଙ୍କା ଖର୍ଚ୍ଚ କରିଛି, ସେନେଇ ତଥ୍ୟ ଏବେ ସାମ୍ନାକୁ ଆସିଛି। ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ଦାଖଲ କରିଥିବା ସତ୍ୟପାଠରେ ବିଧାୟକ ଏବଂ ଲୋକ ସଭା ପ୍ରାର୍ଥୀଙ୍କୁ ଦେଇଥିବା ଟଙ୍କା ସମ୍ପର୍କରେ ସୂଚନା ଦେଇଛି। ଲୋକ ସଭା ପ୍ରାର୍ଥୀଙ୍କୁ ୫୦ ଲକ୍ଷ […] The post ୨୦୨୪ ନିର୍ବାଚନରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛି ବିଜେଡି; ସାମ୍ନାକୁ ଆସିଲା ତଥ୍ୟ appeared first on Dharitri Odia News.

୨୦୨୪ ନିର୍ବାଚନରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛି ବିଜେଡି; ସାମ୍ନାକୁ ଆସିଲା ତଥ୍ୟ

ଭୁବନେଶ୍ୱର, ୬।୮: ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳ ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଥିବା ବେଳେ ଲୋକ ସଭାରେ ଦଳକୁ ଗୋଟିଏ ହେଲେ ଆସନ ମିଳିନାହିଁ। ଏହାରି ମଧ୍ୟରେ ଗତ ନିର୍ବାଚନରେ ଦଳ କେତେ ଟଙ୍କା ଖର୍ଚ୍ଚ କରିଛି, ସେନେଇ ତଥ୍ୟ ଏବେ ସାମ୍ନାକୁ ଆସିଛି। ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ଦାଖଲ କରିଥିବା ସତ୍ୟପାଠରେ ବିଧାୟକ ଏବଂ ଲୋକ ସଭା ପ୍ରାର୍ଥୀଙ୍କୁ ଦେଇଥିବା ଟଙ୍କା ସମ୍ପର୍କରେ ସୂଚନା ଦେଇଛି।

ଲୋକ ସଭା ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ୩୦ ଲକ୍ଷ ଲେଖାଏ ଦଳ ପ୍ରଦାନ କରିଥିଲା। ଏହି କ୍ରମରେ ଦଳ ମୋଟ ୫୪ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଏହି ଟଙ୍କା ପ୍ରାଥୀମାନଙ୍କୁ ଟ୍ରାନ୍ସଫର କରାଯାଇଥିଲା। ସଭାପତି ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କୁ ୬୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଦାଖଲ ହୋଇଥିବା ସତ୍ୟପାଠରେ ବିଜେଡି କୋଷାଧକ୍ଷ ସୁବାଷ ସିଂ ଏହି ସୂଚନା ଦେଇଛନ୍ତି।

ପ୍ରାର୍ଥୀ ମାନଙ୍କୁ ଏହି ଟଙ୍କା ଦିଆଯାଇଥିଲା ବେଳେ ନିର୍ବଚନ ପରିଚାଳନା ପାଇଁ ଦଳ କେତେ ଟଙ୍କା ଖର୍ଚ୍ଚ କରିଥିଲା ତାହା ଏଥିରେ ଉଲ୍ଲେଖ କରାଯାଇ ନାହିଁ। ରାଜ୍ୟରେ ଗତ ନିର୍ବାଚନରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିବା ବେଳେ ଦଳ ପକ୍ଷରୁ ବହୁ ବଡ ବଡ ଜନସଭା ସହିତ ରାଲି କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ଏ ଦିଗରେ ଅନେକ ଟଙ୍କା ଖର୍ଚ୍ଚ କରାଯାଇଥାଇପାରେ ବୋଲି କୁହାଯାଉଛି।

୨୦୨୪ ନିର୍ବାଚନରେ କଂଗ୍ରେସ ସମସ୍ତ ଲୋକ ସଭା ଏବଂ ବିଧାନସଭାରେ ପ୍ରାର୍ଥୀ ଦେଇଥିଲା ବେଳେ କୌଣସି ବି ପ୍ରାର୍ଥୀଙ୍କୁ ଟଙ୍କାଟିଏ ଦେଇ ନ ଥିବା ସୂଚନ ଦେଇଛି। ଦଳର ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ।ଅନ୍ୟପଟେ ଭାଜପା ତାର ନିର୍ବାଚନୀ ଖର୍ଚ୍ଚ ତଥ୍ୟ ଏପର୍ଯ୍ୟନ୍ତ ଦାଖଲ କରିନାହିଁ।

The post ୨୦୨୪ ନିର୍ବାଚନରେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛି ବିଜେଡି; ସାମ୍ନାକୁ ଆସିଲା ତଥ୍ୟ appeared first on Dharitri Odia News.