ଦିନକ ବ୍ଯବଧାନରେ ପୁଣି ଏକ ଦନ୍ତାର ମୃତ୍ଯୁ, ବିଦ୍ଯୁତଘାତ ସନ୍ଦେହ

ସମ୍ବଲପୁର, ୨୯।୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଦିନକ ବ୍ଯବଧାନରେ ପୁଣି ଏକ ହାତୀର ମୃତ୍ୟୁ ଖବର ମିଳିଛି। ସମ୍ବଲପୁର ସଦର ରେଞ୍ଜ ଯାଦୁଲୁଇସିଂ ନିକଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ତେବେ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ହାତୀ ମୃତ୍ଯୁର ପ୍ରକୃତ କାରଣ ଜଣା ପଡ଼ିନାହିଁ। ମୃତ ହାତୀଟି ୨୦ ବର୍ଷ ବୟସ୍କ ଏକ ଦନ୍ତା ହାତୀ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ […] The post ଦିନକ ବ୍ଯବଧାନରେ ପୁଣି ଏକ ଦନ୍ତାର ମୃତ୍ଯୁ, ବିଦ୍ଯୁତଘାତ ସନ୍ଦେହ appeared first on Dharitri Odia News.

ଦିନକ ବ୍ଯବଧାନରେ ପୁଣି ଏକ ଦନ୍ତାର ମୃତ୍ଯୁ, ବିଦ୍ଯୁତଘାତ ସନ୍ଦେହ

ସମ୍ବଲପୁର, ୨୯।୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଦିନକ ବ୍ଯବଧାନରେ ପୁଣି ଏକ ହାତୀର ମୃତ୍ୟୁ ଖବର ମିଳିଛି। ସମ୍ବଲପୁର ସଦର ରେଞ୍ଜ ଯାଦୁଲୁଇସିଂ ନିକଟ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ତେବେ ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ଯୁ ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ହାତୀ ମୃତ୍ଯୁର ପ୍ରକୃତ କାରଣ ଜଣା ପଡ଼ିନାହିଁ।

ମୃତ ହାତୀଟି ୨୦ ବର୍ଷ ବୟସ୍କ ଏକ ଦନ୍ତା ହାତୀ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷରେ ଉକ୍ତ ଜଙ୍ଗଲ ମଧ୍ଯରେ ହାତୀ ମରି ପଡ଼ିଥିବା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବକୁ ଉଦ୍ଧାର କରିଥିଲେ। ଏହାବାଦ ବନବିଭାଗ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ବ୍ଯବଚ୍ଛେଦର ବ୍ଯବସ୍ଥା କରାଯାଇଛି। ତେବେ ବ୍ଯବଚ୍ଛେଦ ପରେ ଉକ୍ତ ହାତୀମୃତ୍ଯର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

The post ଦିନକ ବ୍ଯବଧାନରେ ପୁଣି ଏକ ଦନ୍ତାର ମୃତ୍ଯୁ, ବିଦ୍ଯୁତଘାତ ସନ୍ଦେହ appeared first on Dharitri Odia News.