ବିଜେପି ନିର୍ବାଚନ ଇସ୍ତାହାରକୁ ଜୁମଲା ପତ୍ର କହିଲେ ବିରୋଧୀ: ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ: ବିଜେପି ନିର୍ବାଚନ ଇସ୍ତାହାରକୁ ବିରୋଧୀମାନେ ଟାର୍ଗେଟ୍ କରିଛନ୍ତି। ଇସ୍ତାହାରରେ ବେରୋଜାଗାରୀ, ମହଙ୍ଗା ବଜାର ଆଦି ବିଷୟରେ କିଛି ନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିଜେପି ଇସ୍ତାହାର ସମ୍ପୂର୍ଣ୍ଣ ମିଛ ଓ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି।ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ତାହାର ଜାରି କରିବା ସହ ଏହା ଗରିବ, ଯୁବବର୍ଗ, କୃଷକ ଓ ମହିଳାଙ୍କ ପାଇଁ ବିଶେଷ କରି ତିଆରି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମେନୁଫେଷ୍ଟୋରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ୟୁସିସି ଲାଗୁ ଓ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଆଦି ପ୍ରତିଶ୍ରୁତି ରହିଛି।ରାହୁଲ ଗାନ୍ଧୀ- ବିଜେପି ଇସ୍ତାହାରକୁ ଟାର୍ଗେଟ୍ କରି ରାହୁଲ ଗନ୍ଧୀ କହିଛନ୍ତି “ଲୋକଙ୍କ ଜୀବନ ସହ ଜଡ଼ିତ ଅତି ଗୁରୁତ୍ୱ କଥାକୁ ବିଜେପି ଆଲୋଚନା କରିବାକୁ ଚାହୁଁନି। କିନ୍ତୁ ମେଣ୍ଟ ସରକାରର ଯୋଜନା ସମ୍ପୂର୍ଣ୍ଣ ସ୍ପଷ୍ଟ। ୩୦ ଲକ୍ଷ ପୋଷ୍ଟରେ ନିଯୁକ୍ତି। ପ୍ରତ୍ୟେକ ଶିକ୍ଷିତ ଯୁବକଙ୍କୁ ଏକ ଲକ୍ଷ ଦରମାଯୁକ୍ତ ସ୍ଥାୟୀ ନିଯୁକ୍ତି ଦିଆଯିବ।” ରାହୁଲି ଆହୁରି କହିଛନ୍ତି ଯେ ଏଥର ଯୁବକମାନେ ଆଉ ପିଏମ ମୋଦୀଙ୍କ ଫାଶରେ ପଡିବେ ନାହିଁ। ସେ କଂଗ୍ରେସ ହାତକୁ ମଜଭୁତ କରିବେ। ଏବଂ ଦେଶରେ ନିଯୁକ୍ତି କ୍ଷେତ୍ରରେ ବିପ୍ଳବ ଆଣିବେ। ପ୍ରିୟଙ୍କା ଗାନ୍ଧୀ- ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତ

ବିଜେପି ନିର୍ବାଚନ ଇସ୍ତାହାରକୁ ଜୁମଲା ପତ୍ର କହିଲେ ବିରୋଧୀ: ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ: ବିଜେପି ନିର୍ବାଚନ ଇସ୍ତାହାରକୁ ବିରୋଧୀମାନେ ଟାର୍ଗେଟ୍ କରିଛନ୍ତି। ଇସ୍ତାହାରରେ ବେରୋଜାଗାରୀ, ମହଙ୍ଗା ବଜାର ଆଦି ବିଷୟରେ କିଛି ନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ବିଜେପି ଇସ୍ତାହାର ସମ୍ପୂର୍ଣ୍ଣ ମିଛ ଓ ବିଶ୍ୱାସଯୋଗ୍ୟ ନୁହେଁ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ତାହାର ଜାରି କରିବା ସହ ଏହା ଗରିବ, ଯୁବବର୍ଗ, କୃଷକ ଓ ମହିଳାଙ୍କ ପାଇଁ ବିଶେଷ କରି ତିଆରି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମେନୁଫେଷ୍ଟୋରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ, ୟୁସିସି ଲାଗୁ ଓ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଆଦି ପ୍ରତିଶ୍ରୁତି ରହିଛି।

ରାହୁଲ ଗାନ୍ଧୀ- ବିଜେପି ଇସ୍ତାହାରକୁ ଟାର୍ଗେଟ୍ କରି ରାହୁଲ ଗନ୍ଧୀ କହିଛନ୍ତି “ଲୋକଙ୍କ ଜୀବନ ସହ ଜଡ଼ିତ ଅତି ଗୁରୁତ୍ୱ କଥାକୁ ବିଜେପି ଆଲୋଚନା କରିବାକୁ ଚାହୁଁନି। କିନ୍ତୁ ମେଣ୍ଟ ସରକାରର ଯୋଜନା ସମ୍ପୂର୍ଣ୍ଣ ସ୍ପଷ୍ଟ। ୩୦ ଲକ୍ଷ ପୋଷ୍ଟରେ ନିଯୁକ୍ତି। ପ୍ରତ୍ୟେକ ଶିକ୍ଷିତ ଯୁବକଙ୍କୁ ଏକ ଲକ୍ଷ ଦରମାଯୁକ୍ତ ସ୍ଥାୟୀ ନିଯୁକ୍ତି ଦିଆଯିବ।” 

ରାହୁଲି ଆହୁରି କହିଛନ୍ତି ଯେ ଏଥର ଯୁବକମାନେ ଆଉ ପିଏମ ମୋଦୀଙ୍କ ଫାଶରେ ପଡିବେ ନାହିଁ। ସେ କଂଗ୍ରେସ ହାତକୁ ମଜଭୁତ କରିବେ। ଏବଂ ଦେଶରେ ନିଯୁକ୍ତି କ୍ଷେତ୍ରରେ ବିପ୍ଳବ ଆଣିବେ। 

ପ୍ରିୟଙ୍କା ଗାନ୍ଧୀ- ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ବିଜେପି ଇସ୍ତାହାର ସମ୍ବିଧାନ ବଦଳାଅ ପତ୍ର।  କ୍ଷମତା ମିଳିଲେ ସେମାନେ ସମ୍ବିଧାନରେ ପରିବର୍ତ୍ତନ କରିବେ ବୋଲି ପ୍ରିଯଙ୍କା ଗାନ୍ଧୀ କହିଛନ୍ତି। ତେଣୁ ଆମେ ସମସ୍ତେ ଏକାଠୀ ହୋଇ ମୋଦୀଙ୍କର ସମ୍ବିଧାନ ବଦଳାଇବା ଇଚ୍ଛାକୁ ସାକାର ହେବାକୁ ଦେବାନି ବୋଲି ପ୍ରିୟଙ୍କା କହିଛନ୍ତି।

ମଲ୍ଲିକାର୍ଜୁନ ଖଡଗେ- ପ୍ରଧାନମନ୍ତ୍ରୀ ମୋଦୀ ସୋସାଇଟିର ସବୁ ବର୍ଗଙ୍କ ପାଇଁ କିଛି କରୁ ନାହାନ୍ତି। ସେ କହୁଛନ୍ତି କୃଷକ ରୋଜଗାର ଦୁଇଗୁଣା କରିବେ। ଏମ୍‌ଏସ୍‌ପି ବଢାଇବା ସହ ଲିଗାଲ ଗ୍ୟାରେଣ୍ଟି ଦେବେ। ହେଲେ ଏସବୁ କିଛି ହେବନି। ସାଧାରଣ ଲୋକଙ୍କୁ ଲାଭ ଦେଲାଭଳି ମୋଦୀ କିଛି କରନ୍ତି ନାହିଁ ବୋଲି ଖଡ଼ଗେ କହିଛନ୍ତି। 

ପଢ଼ନ୍ତୁ-‘ବିଜେପିକୁ ହରାଇବେ, ଇଭିଏମ୍‌କୁ ହଟାଇବେ’: ସମ୍ବିଧାନକୁ ବଞ୍ଚାଇବା ପାଇଁ ଏହି ନିର୍ବାଚନ କହିଲେ ଅଖିଳେଶ

ପବନ ଖେଡ଼ା- କଂଗ୍ରେସ ଇସ୍ତାହାର ମାଫିନାମା ହେବା ଉଚିତ ଥିଲା। ମୋଦୀ ଜୀ ଦଳିତ, ଫାର୍‌ମର, ଯୁବକ ଓ ଆଦିବାସୀଙ୍କୁ କ୍ଷମା ମାଗିବ ଉଚିତ୍। ବିଜେପିର ପ୍ରତିଶ୍ରୁତି ବିଶ୍ୱାସଯୋଗ୍ୟ ନୁହେଁ। ୫ ବର୍ଷର ଆଗ ହିସାବ ଦିଅ ବୋଲି ଖେଡ଼ା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଯୁବବର୍ଗ ନିଯୁକ୍ତି ଖୋଜୁଛନ୍ତି। ମହଙ୍ଗା ସ୍ଥିତି ବଢୁଛି। ମୋଦୀ କିନ୍ତୁ ଏନେଇ ଚିନ୍ତା କରୁ ନାହାନ୍ତି। ଗତ ୧୦ ବର୍ଷରେ ଗରିବମାନଙ୍କ ପାଇଁ ମୋଦ କିଛି କରି ନାହାନ୍ତି। ତେଣୁ ବିଜେପି ଇସ୍ତାହାରକୁ ବିଶ୍ୱାସ କରିବା ଉଚିତ୍ ହେବ ନାହିଁ।

ଅତିଶୀ- ବିଜେପି ନିର୍ବାଚନ ଇସ୍ତାହାର ଜୁମ୍‌ଲାପତ୍ର। ଲୋକେ ବେରୋଜଗାରୀ ନେଇ ଚିନ୍ତାରେ ଅଛନ୍ତି। ଏଲ୍‌ପିଜି ସିଲିଣ୍ଡର ୩୦୦ରୁ ୧୨୦୦ ଟଙ୍କା ହେଲାଣି।  ଡିଜେଲ୍ ୫୫ରୁ ୯୦ ହେଲାଣି। ମହଙ୍ଗା ସ୍ଥିତି ପାଇଁ ପ୍ରତ୍ୟେକ ପରିବାର ସମସ୍ୟା ଭୋଗୁଛନ୍ତି। ବିଜେପିର ଜୁମଲାପତ୍ରକୁ ଲୋକେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ଅତିଶୀ କହିଛନ୍ତି।