ବାଂଲାଦେଶ ସଂକଟ: ସ୍ଥାନୀୟ ନେତା କହିଲେ ଆମେ ଚାହୁଁ ଇସ୍ଲାମ ରୁଲ୍, ହିନ୍ଦୁଙ୍କୁ ଆମେ ମାରୁନାହୁଁ
ଢାକା: ବର୍ତ୍ତମାନ ବାଂଲାଦେଶରେ ଶାନ୍ତି ପ୍ରତିଷ୍ଠା ପାଇ ଉଦ୍ୟମ ଆରମ୍ଭ ହୋଇଯାଇଛି। ହେଲେ ଚରମପନ୍ତୀ ଇସ୍ଲାମୀୟମାନେ ହିନ୍ଦୁମାନଙ୍କ ପରେ ଆକ୍ରମଣ ଜାରି ରଖିଛନ୍ତି। ଅତ୍ୟାଚାର ସହି ନପାରି ବହୁ ସଂଖ୍ୟାରେ ହିନ୍ଦୁମାନେ ବାଂଲାଦେଶରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେପଟେ ଦେଶରେ ଇସ୍ଲାମ ଆଇନ ଲାଗୁ କରିବାକୁ ଚାହୁଁଥିବା ଇସ୍ଲାମିକ ପାର୍ଟି ଜମାତ-ଏ ଇସ୍ଲାମୀ କହିଛି ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରୁଥିବା ଲୋକ ଆମ ଲୋକ ନୁହନ୍ତି। ମୁସଲମାନମାନେ ସେମାନଙ୍କ ଉପରେ ଆକ୍ରମଣ କରୁ ନାହାନ୍ତି ବୋଲି ଜମାତ ଏ ଇସ୍ଲାମି ନେତା କହିଛନ୍ତି।ଜଣେ ବାଂଲାଦେଶୀ ନେତା କହିଛନ୍ତି “ଗତ କିଛିଦିନ ହେଲା ଯାହା ଘଟୁଛି ତାହା ଭଲ ନୁହେଁ। ଯେଉଁମାନେ ହିନ୍ଦୁ ଓ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ କରୁଛନ୍ତି ସେମାନେ ଆମ ଲୋକ ନୁହଁନ୍ତି। ଜମାତ ଇସ୍ଲାମିକ ନିୟମ ଲାଗୁ କରିବାକୁ ଚାହୁଁଛି ହେଲେ ବଙ୍ଗାଳି ଭାଷାର ବାଂଲାଦେଶରେ କୌଣସି ପରିବର୍ତ୍ତନ ହେବ। ଆମେ ଇସ୍ଲାମରେ ବିଶ୍ୱାସ କରୁ। ଏବଂ ଆମେ ଏହାକୁ ଉପରେ ରଖିବାକୁ ଚାହୁଁ। ହିନ୍ଦୁ ମୁସଲମାନ ଭାଇ ଭାଇ । ଏବଂ ସମସ୍ତେ ମିଳିମିଳି ରହୁଛନ୍ତି।”ସେହିପରି ଅନ୍ୟ ଜଣେ ନେତା କହିଛନ୍ତି ଯେ ଶେକ୍ ହସିନା ଛାତ୍ର ଆନ୍ଦୋଳନକୁ ଯେଉଁଭଳି ଭାବେ ପରିଚାଳନା କଲେ ସେଥିରେ ସେ ଖୁସି ନାହାନ୍ତି। ଏହି ଆନ୍ଦୋଳନ ହିଁ ସରକାର ବିରୋଧୀ ଆନ୍ଦୋଳନ ସୃଷ୍ଟି କଲା। ସେ ଛାତ୍ରମାନଙ୍କ ସହ ଆଲୋଚନା କରିବାର ଥିଲା ଦମନ କରିବାର ନଥିଲା।
ଢାକା: ବର୍ତ୍ତମାନ ବାଂଲାଦେଶରେ ଶାନ୍ତି ପ୍ରତିଷ୍ଠା ପାଇ ଉଦ୍ୟମ ଆରମ୍ଭ ହୋଇଯାଇଛି। ହେଲେ ଚରମପନ୍ତୀ ଇସ୍ଲାମୀୟମାନେ ହିନ୍ଦୁମାନଙ୍କ ପରେ ଆକ୍ରମଣ ଜାରି ରଖିଛନ୍ତି। ଅତ୍ୟାଚାର ସହି ନପାରି ବହୁ ସଂଖ୍ୟାରେ ହିନ୍ଦୁମାନେ ବାଂଲାଦେଶରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେପଟେ ଦେଶରେ ଇସ୍ଲାମ ଆଇନ ଲାଗୁ କରିବାକୁ ଚାହୁଁଥିବା ଇସ୍ଲାମିକ ପାର୍ଟି ଜମାତ-ଏ ଇସ୍ଲାମୀ କହିଛି ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରୁଥିବା ଲୋକ ଆମ ଲୋକ ନୁହନ୍ତି। ମୁସଲମାନମାନେ ସେମାନଙ୍କ ଉପରେ ଆକ୍ରମଣ କରୁ ନାହାନ୍ତି ବୋଲି ଜମାତ ଏ ଇସ୍ଲାମି ନେତା କହିଛନ୍ତି।
ଜଣେ ବାଂଲାଦେଶୀ ନେତା କହିଛନ୍ତି “ଗତ କିଛିଦିନ ହେଲା ଯାହା ଘଟୁଛି ତାହା ଭଲ ନୁହେଁ। ଯେଉଁମାନେ ହିନ୍ଦୁ ଓ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ କରୁଛନ୍ତି ସେମାନେ ଆମ ଲୋକ ନୁହଁନ୍ତି। ଜମାତ ଇସ୍ଲାମିକ ନିୟମ ଲାଗୁ କରିବାକୁ ଚାହୁଁଛି ହେଲେ ବଙ୍ଗାଳି ଭାଷାର ବାଂଲାଦେଶରେ କୌଣସି ପରିବର୍ତ୍ତନ ହେବ। ଆମେ ଇସ୍ଲାମରେ ବିଶ୍ୱାସ କରୁ। ଏବଂ ଆମେ ଏହାକୁ ଉପରେ ରଖିବାକୁ ଚାହୁଁ। ହିନ୍ଦୁ ମୁସଲମାନ ଭାଇ ଭାଇ । ଏବଂ ସମସ୍ତେ ମିଳିମିଳି ରହୁଛନ୍ତି।”
ସେହିପରି ଅନ୍ୟ ଜଣେ ନେତା କହିଛନ୍ତି ଯେ ଶେକ୍ ହସିନା ଛାତ୍ର ଆନ୍ଦୋଳନକୁ ଯେଉଁଭଳି ଭାବେ ପରିଚାଳନା କଲେ ସେଥିରେ ସେ ଖୁସି ନାହାନ୍ତି। ଏହି ଆନ୍ଦୋଳନ ହିଁ ସରକାର ବିରୋଧୀ ଆନ୍ଦୋଳନ ସୃଷ୍ଟି କଲା। ସେ ଛାତ୍ରମାନଙ୍କ ସହ ଆଲୋଚନା କରିବାର ଥିଲା ଦମନ କରିବାର ନଥିଲା। ଶେଖ ହସିନା ଭୁଲ କରିଛନ୍ତି ବୋଲି ବାଂଲାଦେଶୀ ନେତା କହିଛନ୍ତି।
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବା ନିତିଦିନିଆ କଥା ହୋଇଗଲାଣି। ଯେ କୌଣସି ବିରୋଧ ହେଉ ନା କାହିଁକି ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ତେଜୁଛି। ଝିଅ ବୋହୂଙ୍କୁ ଅପହରଣ କରିନିଆଯିବା ସହ ହିନ୍ଦୁମାନଙ୍କ ଘର ଜାଳି ଦିଆଯାଉଛି।
ସେପଟେ ଅନ୍ତରଣୀ ସରକାର ଗଠନ ହେବା ପରେ ମୁଖ୍ୟ ଉପଦେଷ୍ଟା ହୋଇଥିବା ମହମ୍ମଦ ୟୁନୁସକୁ ବଧେଇ ଜଣାଇଛନ୍ତି ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀ। ଏଥିସହିତ ବାଂଲାଦେଶରେ ଯେପରି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ନ ହୁଏ ଏଥିପ୍ରତି ଧ୍ୟାନ ଦେବାକୁ ମୋଦୀ କହିଛନ୍ତି। ଶନିବାର ହଜାର ହଜାର ହିନ୍ଦୁ ବାଂଲାଦେଶ ରାଜଧାନୀ ଢାକା ଓ ଚଟ୍ଟୋଗ୍ରାମରେ ଆନ୍ଦୋଳନ କରିଛନ୍ତି। ହିନ୍ଦୁ ମନ୍ଦିର ଓ ଘର ଉପରେ ଆକ୍ରମଣ କରାଯିବା ପରେ ସେମାନେ ନ୍ୟାୟ ମାଗିଛନ୍ତି। ସେପେଟ ମହମ୍ମଦ ୟୁନୁସ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ଜଘନ୍ୟ ଅପରାଧ ବୋଲି କହିବା ସହ ହିନ୍ଦୁଙ୍କ ସୁରକ୍ଷା ଦେବାକୁ ସେ ଯୁବବର୍ଗକୁ ଆହ୍ୱାନ୍ ଦେଇଛନ୍ତି।