ବିବାଦରେ ‘ହେରାଫେରି ୩’

ମୁମ୍ବାଇ: ୨୦୦୦ରେ ରିଲିଜ୍‌ ହୋଇଥିବା ପ୍ରସିଦ୍ଧ କମେଡି ଫିଲ୍ମ ‘ହେରାଫେରି’ର ତୃତୀୟ ସିକ୍ୱେଲ ‘ହେରାଫେରି ୩’ରେ ଭେଟେରାନ୍‌ ଅଭିନେତା ପରେଶ ରାଓ୍ବଲ ସାମିଲ ହେବେ ନାହିଁ। ଏନେଇ ସେ ଗତ ୧୮ ତାରିଖରେ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଥିଲେ। ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ହେରାଫେରି ୩’ର ନିର୍ମାତା ତଥା ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ପରେଶଙ୍କୁ ଏକ ଲିଗାଲ ନୋଟିସ୍‌ ପଠାଇଛନ୍ତି। ପରେଶ ହଠାତ୍‌ ଫିଲ୍ମରେ ସାମିଲ ହେବେ ନାହିଁ ବୋଲି ଘୋଷଣା […] The post ବିବାଦରେ ‘ହେରାଫେରି ୩’ appeared first on Dharitri Odia News.

ବିବାଦରେ ‘ହେରାଫେରି ୩’

ମୁମ୍ବାଇ: ୨୦୦୦ରେ ରିଲିଜ୍‌ ହୋଇଥିବା ପ୍ରସିଦ୍ଧ କମେଡି ଫିଲ୍ମ ‘ହେରାଫେରି’ର ତୃତୀୟ ସିକ୍ୱେଲ ‘ହେରାଫେରି ୩’ରେ ଭେଟେରାନ୍‌ ଅଭିନେତା ପରେଶ ରାଓ୍ବଲ ସାମିଲ ହେବେ ନାହିଁ। ଏନେଇ ସେ ଗତ ୧୮ ତାରିଖରେ ଏକ୍ସ’ରେ ଏକ ପୋଷ୍ଟ କରି ସୂଚନା ଦେଇଥିଲେ। ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ହେରାଫେରି ୩’ର ନିର୍ମାତା ତଥା ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ପରେଶଙ୍କୁ ଏକ ଲିଗାଲ ନୋଟିସ୍‌ ପଠାଇଛନ୍ତି। ପରେଶ ହଠାତ୍‌ ଫିଲ୍ମରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରି ଫିଲ୍ମ ନିର୍ମାତାଙ୍କ ସହ କରିଥିବା କଣ୍ଟ୍ରାକ୍ଟକୁ ଉଲ୍ଲଂଘନ କରିଛନ୍ତି ଏବଂ ଫିଲ୍ମକୁ କ୍ଷତି ପହଞ୍ଚାଇଛନ୍ତି। ପରେଶଙ୍କ ଉକ୍ତ ଆଚରଣ ଅଣପେସାଦାର ହୋଇଥିବା ଦର୍ଶାଇ ଅକ୍ଷୟ ତାଙ୍କୁ ୨୫ କୋଟି ଟଙ୍କାର କ୍ଷତିପୂରଣ ନୋଟିସ୍‌ ପଠାଇଛନ୍ତି। ବୁଧବାର ଏନେଇ ‘ହେରାଫେରି’ ସିରିଜ୍‌ର ଅନ୍ୟତମ ଷ୍ଟାର୍‌ ଅଭିନେତା ସୁନୀଲ ଶେଟ୍ଟିଙ୍କର ପ୍ରତିକ୍ରିୟା ସାମ୍‌ନାକୁ ଆସିଛି। ‘ହେରାଫେରି ୩’ରେ ସାମିଲ ନ ହେବା ନେଇ ପରେଶଙ୍କ ନିଷ୍ପତ୍ତି ତାଙ୍କୁ ବ୍ୟକ୍ତିଗତ ଭାବେ ଝଟକା ଦେଇଛି ବୋଲି ସୁନୀଲ କହିଛନ୍ତି। ସେ କହିଛନ୍ତି, ପରେଶଙ୍କ ବିନା ‘ହେରାଫେରି ୩’ର କଳ୍ପନା ଅସମ୍ଭବ। ତାଙ୍କ କିମ୍ବା ଅକ୍ଷୟଙ୍କ ବିନା ଏହି ଫିଲ୍ମର ନିର୍ମାଣ ସମ୍ଭବ, କିନ୍ତୁ ପରେଶଙ୍କ ବିନା ଏହା ହୋଇପାରିବ ନାହିଁ। ପରେଶଙ୍କ ବିନା ‘ହେରାଫେରି ୩’କୁ ଦର୍ଶକ ପସନ୍ଦ କରିବେ ନାହିଁ।

The post ବିବାଦରେ ‘ହେରାଫେରି ୩’ appeared first on Dharitri Odia News.