ଭୋପାଳ: ଏଣିକି ଭିକ ମାଗିଲେ ଓ ଦେଲେ ହେବ FIR, ସିସିଟିଭି କ୍ୟାମେରାରେ ରଖାଯିବ କଡ଼ା ନଜର

ଭୋପାଳରେ ଏଣିକି ଭିକ ମାଗିଲେ ଏବଂ ଦେଲେ ଉଭୟ ହିଁ ଅପରାଧ ହେବ । ଭିକ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯିବ । ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସହାୟତା ନେବ । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଭିକ ମାଗିବା ଏବଂ ଦେବା ବହୁତ ଜଲଦି ଅପରାଧ ଶ୍ରେଣୀରେ ଆସିବାକୁ ଯାଉଛି । କଲେକ୍ଟର କୌଶଳେନ୍ଦ୍ର ବିକ୍ରମ ସିଂ ଦିନେ କିମ୍ବା ଦୁଇ […] The post ଭୋପାଳ: ଏଣିକି ଭିକ ମାଗିଲେ ଓ ଦେଲେ ହେବ FIR, ସିସିଟିଭି କ୍ୟାମେରାରେ ରଖାଯିବ କଡ଼ା ନଜର appeared first on KNews Odisha.

ଭୋପାଳ: ଏଣିକି ଭିକ ମାଗିଲେ ଓ ଦେଲେ ହେବ FIR, ସିସିଟିଭି କ୍ୟାମେରାରେ ରଖାଯିବ କଡ଼ା ନଜର
bhopal

ଭୋପାଳରେ ଏଣିକି ଭିକ ମାଗିଲେ ଏବଂ ଦେଲେ ଉଭୟ ହିଁ ଅପରାଧ ହେବ । ଭିକ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କ ଉପରେ ମାମଲା ରୁଜୁ କରାଯିବ । ଏହାକୁ ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସହାୟତା ନେବ ।

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଭିକ ମାଗିବା ଏବଂ ଦେବା ବହୁତ ଜଲଦି ଅପରାଧ ଶ୍ରେଣୀରେ ଆସିବାକୁ ଯାଉଛି । କଲେକ୍ଟର କୌଶଳେନ୍ଦ୍ର ବିକ୍ରମ ସିଂ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏ ନେଇ ଆଦେଶ ଜାରି କରିବେ । ସେ କହିଛନ୍ତି ଯେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୧୬୩ ଅଧୀନରେ ଆଦେଶ ଜାରି କରିବାକୁ କୁହାଯାଇଛି ।

ବର୍ତ୍ତମାନ ନଗର ନିଗମକୁ ସହରର ଗୋଟିଏ ଆଶ୍ରୟସ୍ଥଳ ଚିହ୍ନଟ କରିବାକୁ କୁହାଯାଇଛି । ଏହାକୁ ଭିକ୍ଷୁ ଗୃହରେ ପରିଣତ କରାଯିବ । ସ୍ଥାନ ଚିହ୍ନଟ ହେବା ମାତ୍ରେ ଆଦେଶ ଜାରି କରାଯିବ । ଏହି ଆଦେଶରେ ସମ୍ବନ୍ଧିତ ସ୍ଥାନକୁ ସୂଚିତ କରାଯିବ । ଆଦେଶ କାର୍ଯ୍ୟକାରୀ ହେବା ମାତ୍ରେ ଭୋପାଳରେ ଭିକ ମାଗିବା ଏବଂ ଦେବା ଉପରେ FIR ପଞ୍ଜୀକୃତ ହୋଇପାରିବ ।

କଲେକ୍ଟର କୌଶଳେନ୍ଦ୍ର ବିକ୍ରମ ସିଂ କହିଛନ୍ତି, ପ୍ରଶାସନ ପାଖରେ ଥିବା ତଥ୍ୟ ଅନୁସାରେ ବର୍ତ୍ତମାନ ରାଜଧାନୀରେ ପ୍ରାୟ ୨୫୦ ଭିକାରୀ ଅଛନ୍ତି । ଛକଗୁଡ଼ିକରେ ସ୍ଥାପିତ ସିସିଟିଭି କ୍ୟାମେରା ମାଧ୍ୟମରେ ଭିକାରୀଙ୍କୁ ଚିହ୍ନଟ କରାଯିବ । ଏହା ବ୍ୟତୀତ ଏସଡିଏମ୍ ଏବଂ ତହସିଲଦାରଙ୍କ ଦଳ ମଧ୍ୟ କ୍ଷେତ୍ରକୁ ଯାଇ ଯାଞ୍ଚ କରିବେ । ଭିକାରୀମାନଙ୍କୁ ଛକରୁ ହଟାଇ ନିଗମ ଦ୍ୱାରା ଚିହ୍ନିତ ଭିକ୍ଷୁ ଗୃହକୁ ଅଣାଯିବ । ସେଠାରେ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ: ମହାକୁମ୍ଭ ଦଳାଚକଟା ଦୁଃଭାଗ୍ୟପୂର୍ଣ୍ଣ ଘଟଣା, ମାମଲାକୁ ନେଇ ଆହ୍ଲାବାଦ ହାଇକୋର୍ଟକୁ ଯାଅ : ସୁପ୍ରିମକୋର୍ଟ

The post ଭୋପାଳ: ଏଣିକି ଭିକ ମାଗିଲେ ଓ ଦେଲେ ହେବ FIR, ସିସିଟିଭି କ୍ୟାମେରାରେ ରଖାଯିବ କଡ଼ା ନଜର appeared first on KNews Odisha.