କୁମ୍ଭକାରଙ୍କ ଜୀବିକାରେ ବାତ୍ୟାର ପ୍ରହାର,କୋହଲା ପାଗରେ ଶୁଖୁନି ଦୀପ

ଭୁବନେଶ୍ୱର: ବାତ୍ୟା ବାତ୍ୟା ଆଉ ବାତ୍ୟା । ଚାରିଆଡେ ସମସ୍ତଙ୍କ ମୁହଁରେ ଥିଲା କେଵଳ ଏହି ଗୋଟିଏ ଶବ୍ଦ l ତେବେ ବାତ୍ୟା ପାଇଁ ଲୋକଙ୍କ ମନରେ ଆଶଙ୍କା ଥିଲା ବୋଲି ସମସ୍ତେ ଏକ ପ୍ରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତି କରୁଥିଲେ l କିନ୍ତୁ ଆଜି ଆମେ ଏମିତି ଏକ ପରିବାର କଥା କହିବୁ ଆପଣଙ୍କ ମନରେ କଥାଟି ସବୁଦିନେ ରହିଯିବ l ଆମେ କହୁଛୁ କୁମ୍ଭାର ପରିବାର କଥା l … ବାତ୍ୟା ଖବର […] The post କୁମ୍ଭକାରଙ୍କ ଜୀବିକାରେ ବାତ୍ୟାର ପ୍ରହାର,କୋହଲା ପାଗରେ ଶୁଖୁନି ଦୀପ appeared first on KNews Odisha.

କୁମ୍ଭକାରଙ୍କ ଜୀବିକାରେ ବାତ୍ୟାର ପ୍ରହାର,କୋହଲା ପାଗରେ ଶୁଖୁନି ଦୀପ

ଭୁବନେଶ୍ୱର: ବାତ୍ୟା ବାତ୍ୟା ଆଉ ବାତ୍ୟା । ଚାରିଆଡେ ସମସ୍ତଙ୍କ ମୁହଁରେ ଥିଲା କେଵଳ ଏହି ଗୋଟିଏ ଶବ୍ଦ l ତେବେ ବାତ୍ୟା ପାଇଁ ଲୋକଙ୍କ ମନରେ ଆଶଙ୍କା ଥିଲା ବୋଲି ସମସ୍ତେ ଏକ ପ୍ରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତି କରୁଥିଲେ l କିନ୍ତୁ ଆଜି ଆମେ ଏମିତି ଏକ ପରିବାର କଥା କହିବୁ ଆପଣଙ୍କ ମନରେ କଥାଟି ସବୁଦିନେ ରହିଯିବ l ଆମେ କହୁଛୁ କୁମ୍ଭାର ପରିବାର କଥା l …

ବାତ୍ୟା ଖବର ପରେ ଆମେ ପହଞ୍ଚି ଥିଲୁ ଭୁବନେଶ୍ୱର ଉପକଣ୍ଠ ବସନ୍ତ ପୁରୁ ଗାଁରେ l ଆମର ଲକ୍ଷ୍ୟ ଥିଲା କି ପ୍ରକୃତରେ ବାତ୍ୟା ପାଇଁ ଏହି ଗାଁର ଲୋକମାନେ କେମିତି ପ୍ରସ୍ତୁତି କରୁଛନ୍ତି ସେକଥା ଦେଖିବା ପାଇଁ l କିନ୍ତୁ ପହଁଚିଲା ପରେ ଯେଉଁ ଦୃଶ୍ୟ ଦେଖିଲୁ ମନରେ କୋହ ଆସିଲା l କୁମ୍ଭାର ପରିବାର ବ୍ୟସ୍ତ ଅଛନ୍ତି ଦୀପ ଗଢିବାରେ l କାହିଁକି ନା ଆଗକୁ ଦୀପାବଳି ପର୍ବ । ତାକୁ ନେଇ ବଡ଼ ଆଶା ବାନ୍ଧିଛନ୍ତି ଏମାନେ l ଦୀପ ଗଢ଼ିବ ତାକୁ ପୋଡିବ ଆଉ ବଜାରକୁ ନେଇ ବିକ୍ରୀ କରି ଦିପଇସା ରୋଜଗାର କରିବେ l ହେଲେ ଇଏ କଣ କଲେ ଭଗବାନ ଏମାନଙ୍କ ସବୁ ଆଶା ଆଶାରେ ରହିଗଲା l ସେମାନଙ୍କ ଦାନାରେ ଧୂଳି ଦେଲା ବାତ୍ୟା ‘ଦାନା’ l ସବୁ ଆଶାକୁ ଛଡେଇ ନେଲା ଦାନା l ଏମାନଙ୍କ ଦୀପ ଅଧା ଗଢ଼ା ହୋଇ ରହିଲା l

ବର୍ଷା ଓ କୋହଲା ପାଗ ଯୋଗୁଁ ସୂର୍ଯ୍ୟଙ୍କର ଦେଖା ନାହିଁ । ମାଟି ଦୀପଗୁଡ଼ିକ ନା ଶୁଖି ପାରିବ ନା ଏମାନେ ଭାଟି ଲଗାଇ ପାରିବେ l ବାତ୍ୟା ସହିତ ବର୍ଷା ଏମିତି କଲା ଯେଏହି ମାଟୀର ମଣିଷମାନେ ଆଗକୁ ଯାଇ ପାରିବେ ନା ପଛକୁ ଫେରି ପାରିବେ l ସମାନଙ୍କ ପାଇଁ କେବଳ କ୍ଷତି ଆଉ କ୍ଷତି । ନା ଭାଟି ଲାଗି ପାରିବ ନା ଆଉ କିଛି ସୁବିଧା ଅଛି । ଦୀପ ପାଇଁ କିଛି ବ୍ୟବସ୍ଥା କରି ସେଗୁଡିକ ନେଇ ବଜାରରେ ବିକ୍ରୀ କରି ପାରିବାର ଆଉ ଆଶ ନାହିଁ । ଏଇ କୁମ୍ଭାର ପରିବାର ଏବେ କରିବେ କଣ l ବଡ଼ ଆଶା ଥିଲା ବର୍ଷକୁ ଥରେ ଏହି ଦୀପାବଳି ଆସିଲେ ଏମାନେ ଭଲ ଦୁଇ ପଇସା ରୋଜଗାର କରନ୍ତି l ଗୁଜୁରାଣ ମେଣ୍ଟାଇବା ସହିତ କିଛି ମାସ ଏହି ରୋଜଗାରରେ ଭଲ ଭାବରେ ଚଳି ଯାଆନ୍ତି l ତେବେ ଦାନା ଦୂର ଆକାଶରେ ଆଁ ମେଲାଇ ଆସିଲା ଆଉ ଲହ ଲହ ଜିଭ ନେଇ ସେମାନଙ୍କ ଜୀବିକାକୁ ଗିଳି ଦେଲା ।

 

The post କୁମ୍ଭକାରଙ୍କ ଜୀବିକାରେ ବାତ୍ୟାର ପ୍ରହାର,କୋହଲା ପାଗରେ ଶୁଖୁନି ଦୀପ appeared first on KNews Odisha.