ଅସାଧୁ ଲୋକଙ୍କ ଜନବିରୋଧୀ ଜୋରଦାର ବିରୋଧ: ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଭବାନୀପାଟଣା,୧୯ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିଜିମାଳି ଖଣି ଅଞ୍ଚଳର ୩ ପଞ୍ଚାୟତବାସୀ ବୁଧବାର ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏହାସହ କିଛି ଅସାଧୁ ଲୋକଙ୍କ ଜନବିରୋଧୀ ତଥା ଶିଳ୍ପନୀତିକୁ ନିନ୍ଦା କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସିଜିମାଳି ଖଣି ଅଞ୍ଚଳର କେରପାଇ, ତଳଆମ୍ବପଦର, ନାକରୁଣ୍ଡି ପଞ୍ଚାୟତର ୧୩ ଗାଁର ୩୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସାମିଲ ହୋଇଥିଲେ। ସିଜିମାଳି ଖଣି ଉତ୍ତୋଳନ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ସହିତ ଆଦିବାସୀଙ୍କ ଉନ୍ନତି ହେବ […] The post ଅସାଧୁ ଲୋକଙ୍କ ଜନବିରୋଧୀ ଜୋରଦାର ବିରୋଧ: ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ appeared first on Dharitri Odia News.

ଅସାଧୁ ଲୋକଙ୍କ ଜନବିରୋଧୀ ଜୋରଦାର ବିରୋଧ: ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଭବାନୀପାଟଣା,୧୯ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିଜିମାଳି ଖଣି ଅଞ୍ଚଳର ୩ ପଞ୍ଚାୟତବାସୀ ବୁଧବାର ଜିଲାପାଳଙ୍କୁ ସାକ୍ଷାତ କରିଛନ୍ତି। ଏହାସହ କିଛି ଅସାଧୁ ଲୋକଙ୍କ ଜନବିରୋଧୀ ତଥା ଶିଳ୍ପନୀତିକୁ ନିନ୍ଦା କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସିଜିମାଳି ଖଣି ଅଞ୍ଚଳର କେରପାଇ, ତଳଆମ୍ବପଦର, ନାକରୁଣ୍ଡି ପଞ୍ଚାୟତର ୧୩ ଗାଁର ୩୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସାମିଲ ହୋଇଥିଲେ।

ସିଜିମାଳି ଖଣି ଉତ୍ତୋଳନ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ସହିତ ଆଦିବାସୀଙ୍କ ଉନ୍ନତି ହେବ ବୋଲି ସ୍ଥାନୀୟ ଗ୍ରାମବାସୀ ପୂର୍ବରୁ ଅନୁଷ୍ଠିତ ଗ୍ରାମସଭାରେ ଦାବି କରିଆସୁଛନ୍ତି। କିନ୍ତୁ କିଛି ଜନବିରୋଧୀ ଓ ଆଦିବାସୀ ବିରୋଧୀ ଏହାକୁ ସହି ନ ପାରି ସ୍ଥାନୀୟ ଅଞ୍ଚଳରେ ଶିଳ୍ପ ଓ ବିକାଶକୁ ବିରୋଧ କରୁଛନ୍ତି। ପୂର୍ବରୁ ମଧ୍ୟ ଥୁଆମୂଳ ରାମପୁର ବିଡ଼ିଓଙ୍କୁ ସେହି ତଥାକଥିତ ଜନବିରୋଧୀ ବ୍ୟକ୍ତିମାନେ ବିରୋଧ କରି ସଭାସମିତି କରାଇ ଦେଇ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉପରୋକ୍ତ ୩ ପଞ୍ଚାୟତର ୧୩ ଗ୍ରାମର ଗ୍ରାମବାସୀ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶଙ୍କୁ ସାକ୍ଷାତ କରି ଏଭଳି ଶିଳ୍ପ ଓ ଜନବିରୋଧୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ସୁରକ୍ଷା ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଉପରୋକ୍ତ ଗ୍ରାମର ରାମ ନାଏକ, ଅଜିତ ନାଏକ, ସଞ୍ଜୀବ ମାଝି, ସାନ ମାଝି, ରାମଚନ୍ଦ୍ର ମାଝି, ସୋନୁ ମାଝି, ସାଧୁରାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

The post ଅସାଧୁ ଲୋକଙ୍କ ଜନବିରୋଧୀ ଜୋରଦାର ବିରୋଧ: ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ appeared first on Dharitri Odia News.