‘ନେହରୁ ନୁହେଁ ପଟେଲଙ୍କ ନୀତିରେ ଚାଲିବ ମୋଦୀ ସରକାର’, ଚୀନକୁ ନେଇ ଜୟଶଙ୍କରଙ୍କ କଡ଼ା ସନ୍ଦେଶ
ନୂଆଦିଲ୍ଲୀ: ସୀମା ବିବାଦ ଯୋଗୁଁ ଗତ କିଛି ବର୍ଷ ଧରି ଭାରତ ଏବଂ ଚୀନ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ଗତ କିଛି ବର୍ଷରେ ଲଦ୍ଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶର ସୈନିକ ଅନେକ ଥର ମୁହାଁମୁହଁ ହୋଇଛନ୍ତି । ଅନ୍ୟପଟେ ଚୀନ ଭାରତ ମହାସାଗରରେ ବି ନିଜର ବିସ୍ତାରବାଦୀ ନୀତିରେ କାମ କରୁଛି । ତେବେ ମୋଦୀ ସରକାର ଦ୍ୱାରା ଲଗାତାର ଡ୍ରାଗନକୁ ମୁହଁତୋଡ଼ ଜବାବ ଦିଆଯାଉଛି । ସମାଚାର ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଭାରତ-ଚୀନ ସମ୍ପର୍କ ଉପରେ ବିସ୍ତାରରେ ଆଲୋଚନା କରିଛନ୍ତି । ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ଆରମ୍ଭରୁ ହିଁ ଜବାହାରଲାଲ ନେହରୁ ଏବଂ ସର୍ଦ୍ଦାର ପଟେଲ ମଧ୍ୟରେ ଚୀନକୁ କିପରି ଜବାବ ଦିଆଯିବ ଏହି ପ୍ରସଙ୍ଗରେ ତୀବ୍ର ମତଭେଦ ଥିଲା । ମୋଦୀ ସରକାର ଚୀନକୁ ଜବାବ ପାଇଁ ସର୍ଦ୍ଦାର ପଟେଲଙ୍କ ନୀତି ଅନୁରୂପରେ କାମ କରୁଛନ୍ତି । ଆମେ ଏପରି ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ କରିଛୁ ଯାହା ପାରସ୍ପାରିକ ସମ୍ପର୍କ ଉପରେ ଆଧାରିତ ହେବ । ଯେପର୍ଯ୍ୟନ୍ତ ପାରସ୍ପରକୁ ମାନ୍ୟତା ଦିଆନଯାଇଛି, ଏହି ସମ୍ପର୍କକୁ ଆଗକୁ ବଢାଯାଇ ପାରିବ ନାହିଁ । #WATCH चीन के साथ संबंधों पर विदेश मंत्री डॉ. एस जयशंकर ने कहा, “शुरुआत से ही नेहरू और सरदार पटेल के बीच चीन को कैसे जवाब दिया जाए इस मुद्दे पर तीव्र मतभेद रहा है...मोदी सरकार चीन से
ନୂଆଦିଲ୍ଲୀ: ସୀମା ବିବାଦ ଯୋଗୁଁ ଗତ କିଛି ବର୍ଷ ଧରି ଭାରତ ଏବଂ ଚୀନ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି । ଗତ କିଛି ବର୍ଷରେ ଲଦ୍ଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଦୁଇ ଦେଶର ସୈନିକ ଅନେକ ଥର ମୁହାଁମୁହଁ ହୋଇଛନ୍ତି । ଅନ୍ୟପଟେ ଚୀନ ଭାରତ ମହାସାଗରରେ ବି ନିଜର ବିସ୍ତାରବାଦୀ ନୀତିରେ କାମ କରୁଛି । ତେବେ ମୋଦୀ ସରକାର ଦ୍ୱାରା ଲଗାତାର ଡ୍ରାଗନକୁ ମୁହଁତୋଡ଼ ଜବାବ ଦିଆଯାଉଛି । ସମାଚାର ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଭାରତ-ଚୀନ ସମ୍ପର୍କ ଉପରେ ବିସ୍ତାରରେ ଆଲୋଚନା କରିଛନ୍ତି ।
ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ଆରମ୍ଭରୁ ହିଁ ଜବାହାରଲାଲ ନେହରୁ ଏବଂ ସର୍ଦ୍ଦାର ପଟେଲ ମଧ୍ୟରେ ଚୀନକୁ କିପରି ଜବାବ ଦିଆଯିବ ଏହି ପ୍ରସଙ୍ଗରେ ତୀବ୍ର ମତଭେଦ ଥିଲା । ମୋଦୀ ସରକାର ଚୀନକୁ ଜବାବ ପାଇଁ ସର୍ଦ୍ଦାର ପଟେଲଙ୍କ ନୀତି ଅନୁରୂପରେ କାମ କରୁଛନ୍ତି । ଆମେ ଏପରି ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ କରିଛୁ ଯାହା ପାରସ୍ପାରିକ ସମ୍ପର୍କ ଉପରେ ଆଧାରିତ ହେବ । ଯେପର୍ଯ୍ୟନ୍ତ ପାରସ୍ପରକୁ ମାନ୍ୟତା ଦିଆନଯାଇଛି, ଏହି ସମ୍ପର୍କକୁ ଆଗକୁ ବଢାଯାଇ ପାରିବ ନାହିଁ ।
#WATCH चीन के साथ संबंधों पर विदेश मंत्री डॉ. एस जयशंकर ने कहा, “शुरुआत से ही नेहरू और सरदार पटेल के बीच चीन को कैसे जवाब दिया जाए इस मुद्दे पर तीव्र मतभेद रहा है...मोदी सरकार चीन से निपटने में सरदार पटेल द्वारा शुरू की गई यथार्थवाद की धारा के अनुरूप काम कर रही है...हमने ऐसे… pic.twitter.com/0UJZkCL8Yn— ANI_HindiNews (@AHindinews) January 2, 2024
ସର୍ଦ୍ଦାର ପଟେଲ ଓ ଜବାହାରଲାଲ ନେହରୁଙ୍କ ଦୃଷ୍ଟିକୋଣର ମତଭେଦ ଉପରେ ଜୋର ଦେଇ ସେ କହିଛନ୍ତି, 'ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟତାକୁ ନେଇ ମୁଁ ଏହା କହୁନି ଯେ ଆମେ ଜୋର କରି ସିଟ୍ ନେବାର ଥିଲା, ଏହା ଏକ ଭିନ୍ନ ବିଷୟ । କିନ୍ତୁ ସଦସ୍ୟତାର ପ୍ରଥମ ସୁଯୋଗ ଆମେ ଚୀନକୁ ଦେବା ଦରକାର । ଚୀନର ହିତ ପ୍ରଥମେ ଆସିବା ଦରକାର, ଏହା ଏକ ଆଶ୍ଚର୍ଯ୍ୟକର ବୟାନ ଅଟେ ।
ବିଦେଶ ମନ୍ତ୍ରୀ କହିଛନ୍ତି, ତାଳି ମାରିବା ପାଇଁ ଦୁଇ ହାତ ଦରକାର ପଡ଼ିଥାଏ । ମୁଁ ଏହି ପ୍ରସଙ୍ଗକୁ ଏପରି ପ୍ରସ୍ତୁତ କରୁଛି ଯେ ଯଦି ଆପଣ ଗତ ୭୫ ବର୍ଷର ଆମ ବିଦେଶ ନୀତିକୁ ଦେଖିବେ, ତେବେ ଏଛିରେ ଚୀନକୁ ନେଇ ଅଧିକ ଆଦର୍ଶବାଦ ରହିଛି ।
ଜୟଶଙ୍କର ଜୋର ଦେଇ କହିଛନ୍ତି ଯେ ଭାରତ-ଚୀନ ସମ୍ପର୍କ ବିକାଶ ସମ୍ମାନ, ସମ୍ୱେଦନଶୀଳ ଏବଂ ହିତ ତିନି ପାରସ୍ପାରିକ ତତ୍ତ୍ୱ ଦ୍ୱାରା ନିର୍ଦ୍ଦେଶିତ ଅଟେ । ଚୀନ ସହ ମାଇଣ୍ଡ ଗେମ୍ ଖେଳିବା ଉପରେ ସେ କହିଛନ୍ତି, 'ମୁଁ ଭାବୁନି ଯେ ଆମେ ସବୁବେଳେ ହାରିଛୁ, କିନ୍ତୁ ପୂର୍ବରୁ ଏପରି ଅନେକ ଘଟଣା ହୋଇଛି ଯାହା ଆଜିର ସମୟରେ ବୁଝିବା ମୁସ୍କିଲ୍ ଅଟେ । ପଞ୍ଚଶୀଳ ନୀତି ଏହାର ଏକ ଉଦାହରଣ'।
Also Read: ଉଗ୍ରବାଦୀଙ୍କୁ ସ୍ଥାନ ଦିଆନଯାଉ: ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କଲେ ଜୟଶଙ୍କର
The post ‘ନେହରୁ ନୁହେଁ ପଟେଲଙ୍କ ନୀତିରେ ଚାଲିବ ମୋଦୀ ସରକାର’, ଚୀନକୁ ନେଇ ଜୟଶଙ୍କରଙ୍କ କଡ଼ା ସନ୍ଦେଶ appeared first on Prameya News7.