୧୧ରେ ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭିର ଶୁଭାରମ୍ଭ
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଜେଏସ୍ଡବ୍ଲ୍ୟୁ ଏମ୍ଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭି (କ୍ରସଓଭର ୟୁଟିଲିଟି ଭେଇକିଲ) ଏମ୍ଜି ୱିଣ୍ଡସରର ଶୁଭାରମ୍ଭ ୨୦୨୪ ସେପ୍ଟେମ୍ବର ୧୧ରେ ହେବ ବୋଲି ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଇଣ୍ଟେଲିଜେଣ୍ଟ ସିୟୁଭିରେ ଉଭୟ ଦୁନିଆର ସର୍ବୋତ୍ତମ ସୁବିଧା ସାଙ୍ଗକୁ ସେଡାନର ଆରାମ ଏବଂ ଏସୟୁଭି ପରି ପର୍ଯ୍ୟାପ୍ତର ସ୍ଥାନ ରହିଛି। ସେହିଭଳି ସିୟୁଭି ‘ଏରୋଗ୍ଲାଇଡ୍ ଡିଜାଇନ୍’ର ଉନ୍ନତ କାରିଗରି କୌଶଳ ସହିତ ଏକ ଉନ୍ନତ […] The post ୧୧ରେ ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭିର ଶୁଭାରମ୍ଭ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୯ (ଅଭୟ ଦାଶ): ଜେଏସ୍ଡବ୍ଲ୍ୟୁ ଏମ୍ଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭି (କ୍ରସଓଭର ୟୁଟିଲିଟି ଭେଇକିଲ) ଏମ୍ଜି ୱିଣ୍ଡସରର ଶୁଭାରମ୍ଭ ୨୦୨୪ ସେପ୍ଟେମ୍ବର ୧୧ରେ ହେବ ବୋଲି ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ଇଣ୍ଟେଲିଜେଣ୍ଟ ସିୟୁଭିରେ ଉଭୟ ଦୁନିଆର ସର୍ବୋତ୍ତମ ସୁବିଧା ସାଙ୍ଗକୁ ସେଡାନର ଆରାମ ଏବଂ ଏସୟୁଭି ପରି ପର୍ଯ୍ୟାପ୍ତର ସ୍ଥାନ ରହିଛି। ସେହିଭଳି ସିୟୁଭି ‘ଏରୋଗ୍ଲାଇଡ୍ ଡିଜାଇନ୍’ର ଉନ୍ନତ କାରିଗରି କୌଶଳ ସହିତ ଏକ ଉନ୍ନତ ଏରୋଡାଇନାମିକ୍ସକୁ ସମନ୍ବିତ କରିଥାଏ। ଏପରିକି ଏଥିରେ ୧୮ ଡାଇମଣ୍ଡ କଟ୍ ଆଲୟ ହୁଇଲ୍ ସହିତ ସର୍ବବୃହତ ଇନ୍ ସେଗମେଣ୍ଟ ହ୍ବିଲ୍ ବେସ୍ ରହିବ। ବିଶେଷ କରି ଏହା ଉତ୍ତମର ଡ୍ରାଇଭ୍ ଅନୁଭୂତି ପ୍ରଦାନ କରିବା ପାଇଁ ଏକ ଉନ୍ନତ ଗ୍ରାଉଣ୍ଡ କ୍ଲିୟରାନ୍ସ ପ୍ରଦାନ କରିବ। ଏମ୍ଜି ୱିଣ୍ଡସର ଇଭି ଆହ୍ବାନପୂର୍ଣ୍ଣ ପରିବେଶ ଏବଂ ଅତ୍ୟଧିକ ଗରମରେ ଉଚ୍ଚ ସହନଶୀଳତା ଓ କ୍ଷମତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି, କଚ୍ଛ, ଲେହ ଏବଂ ଉଦୟପୁରର ଆହ୍ବାନପୂର୍ଣ୍ଣ ଅଞ୍ଚଳରେ ଏହା ଯାତ୍ରା କରି ପ୍ରମାଣିତ ହୋଇଛି। ଏମଜି ୱିଣ୍ଡସର ଅଟୋ-ଟେକ୍ ବ୍ରାଣ୍ଡ୍ର ପୋର୍ଟଫୋଲିଓର ୬ଷ୍ଠ ଉତ୍ପାଦ ହୋଇଥିଲାବେଳେ ଏଥିରେ ଅନେକ ସେଗମେଣ୍ଟ ଫାର୍ଷ୍ଟ ବୈଶିଷ୍ଟ୍ୟ ସାମିଲ ରହିଛି। ଏପରିକି ଶିଳ୍ପ ପ୍ରଥମ ୧୫.୬ ଇଞ୍ଚର ‘ଗ୍ରାଣ୍ଡ ଭ୍ୟୁ ଟଚ୍ ଡିସପ୍ଲେ’ ସେଗମେଣ୍ଟର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ସହିତ ମନୋରଞ୍ଜନ, ନେଭିଗେଶନ୍ ଏବଂ ଯାନ ସେଣ୍ଟିସ ପାଇଁ ଏକ ସେଣ୍ଟ୍ରାଲ ହବ୍ ଭାବେ ଏହା କାର୍ଯ୍ୟ କରିଥାଏ। ବିସ୍ତୃତ ସ୍କ୍ରିନ୍ ଆକାର ଯାତ୍ରୀମାନଙ୍କୁ ସହଜରେ ନାଭିଗେଟ୍ ଓ ମନୋରଞ୍ଜନ ନିୟନ୍ତ୍ରଣ କରିବା ଏବଂ ଗାଡ଼ି ସେଣ୍ଟିସ୍କୁ ସହଜରେ ଆଡଜଷ୍ଟ କରିବାକୁ ସୁଯୋଗ ଦେଇଥାଏ। ଏମ୍ଜି ୱିଣ୍ଡସରରେ ଥିବା ୧୫.୬ ଇଞ୍ଚର ଟଚସ୍କ୍ରିନ୍କୁ ଇନ-କାର୍ ଅନୁଭୂତି ପୁନଃପରିବର୍ଦ୍ଧିତ କରିବା ପାଇଁ ଡିଜାଇନ୍ କରାଯାଇଛି।
The post ୧୧ରେ ଭାରତର ପ୍ରଥମ ଇଣ୍ଟେଲିଜେଣ୍ଟ ସିୟୁଭିର ଶୁଭାରମ୍ଭ appeared first on Dharitri Odia News.