ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ…

ଅମରାବତି,୨୬।୬: ଭାରତୀୟ ଅଲରାଉଣ୍ଡର ହନୁମା ବିହାରୀ ଏବେ ଆନ୍ଧ୍ରପ୍ରଦେଶ ପାଇଁ ଖେଳିବେ। ୩ ବର୍ଷ ପୂର୍ବେ ସେ କେବେହେଲେ ଆନ୍ଧ୍ର ଲାଗି ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଏବେ ସେ ନୂଆ ସରକାର ଗଠନ ପରେ ୟୁ-ଟର୍ନ ମାରିଥିବା କୁହାଯାଉଛି। ଚଳିତ ବର୍ଷ ମାର୍ଚ୍ଚରେ ଆନ୍ଧ୍ର କ୍ରିକେଟ ସଂଘ(ଏସିଏ) ବିହାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। କାରଣ ସେ ଅଭିଯୋଗ କରିଥିଲେ ଯେ ରାଜ୍ୟ ସଂଘ ତାଙ୍କୁ ବିବାଦୀୟ ଢ଼ଙ୍ଗରେ ଅଧିନାୟକ ପଦରୁ […] The post ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ… appeared first on Dharitri Odia News.

ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ…

ଅମରାବତି,୨୬।୬: ଭାରତୀୟ ଅଲରାଉଣ୍ଡର ହନୁମା ବିହାରୀ ଏବେ ଆନ୍ଧ୍ରପ୍ରଦେଶ ପାଇଁ ଖେଳିବେ। ୩ ବର୍ଷ ପୂର୍ବେ ସେ କେବେହେଲେ ଆନ୍ଧ୍ର ଲାଗି ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଏବେ ସେ ନୂଆ ସରକାର ଗଠନ ପରେ ୟୁ-ଟର୍ନ ମାରିଥିବା କୁହାଯାଉଛି।

ଚଳିତ ବର୍ଷ ମାର୍ଚ୍ଚରେ ଆନ୍ଧ୍ର କ୍ରିକେଟ ସଂଘ(ଏସିଏ) ବିହାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। କାରଣ ସେ ଅଭିଯୋଗ କରିଥିଲେ ଯେ ରାଜ୍ୟ ସଂଘ ତାଙ୍କୁ ବିବାଦୀୟ ଢ଼ଙ୍ଗରେ ଅଧିନାୟକ ପଦରୁ ହଟାଇ ଦେଇଥିଲେ। ଏହାପରେ ସେ ଆନ୍ଧ୍ର ପକ୍ଷରୁ ନ ଖେଳିବାକୁ ଘୋଷଣା କରିଥିଲେ। ଏପରିକି ମଧ୍ୟପ୍ରଦେଶ କ୍ରିକେଟ ସଂଘ(ଏମ୍‌ପିସିଏ) ତାଙ୍କ ସମ୍ପର୍କରେ ଥିଲା।

ଚଳିତ ମାସରେ ଏସିଏ ତାଙ୍କୁ ଅନୁମତି ପ୍ରମାଣ ପତ୍ର ଜାରି କରିଥିଲା। ହେଲେ ସେ ଏବେ ନିଜର ମନ ବଦଳାଇଛନ୍ତି।
ହନୁମା ଟିଡିପି ଅଧିକାରୀଙ୍କ ସହ ସୋମବାର ଭେଟ କରିବା ପରେ ଆନ୍ଧ୍ର ଲାଗି ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି। ଆନ୍ଧ୍ର କ୍ରିକେଟ ସଂଘକୁ ଫେରିଲେ ମୋତେ ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ତାଙ୍କୁ ମନ୍ତ୍ରୀ ଆଶ୍ୱାସନା ଦେଇଥିବା ସେ କହିଛନ୍ତି।

The post ନୂଆ ସରକାର ଆସିବା ପରେ ହନୁମା ବିହାରୀଙ୍କ ୟୁ-ଟର୍ନ, ଏବେ ଏହି ରାଜ୍ୟରୁ ଖେଳିବେ… appeared first on Dharitri Odia News.