ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁମୁହିଁ, ଜଙ୍ଗଲରେ ଲୁଚି ରହିଛନ୍ତି ଅନେକ ମାଓବାଦୀ

ନୂଆପଡା ୨୦/୦୧: ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁମୁହିଁ । ଜଙ୍ଗଲରେ ଲୁଚି ରହିଛନ୍ତି ଅନେକ ମାଓବାଦୀ । ନୂଆପଡା ଛତିଶଗଡ ସୀମାନ୍ତବର୍ତ୍ତୀ କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁମୁହିଁ । ଉଭୟଙ୍କ ମଧ୍ୟରେ ଚାଲିଛି ଜୋରଦାର ଗୁଳି ବିନିମୟ । ଅପରେସନରେ ଛତିଶଗଡର ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ ନୂଆପଡାର SOG ୪୪ ନମ୍ବର ଟିମ୍ ସାମିଲ୍ ।ଅଧିକ ପଢନ୍ତୁ...ଚାଷ ଜମିରେ ହୁତୁହୁତୁ ହୋଇ ଜଳିଗଲା ହାର୍ଭେଷ୍ଟରସୂଚନା ଥାଉକି, ଛତିଶଗଡ ମେନପୁର ଥାନା କୁଲାରୀଘାଟ ଜଙ୍ଗଲରେ ଅନେକ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ମିଳିବା ପରେ ଆନ୍ତଃରାଜ୍ୟ ଅଭିଯାନ ମାଧ୍ୟମରେ ଉଭୟ ରାଜ୍ୟର ସୁରକ୍ଷା କର୍ମୀଙ୍କ ଅପରେସନ ଜୋରଦାର କରାଯାଇଛି । ଏବେ ବି ସେଠି ଗୁଳି ବିନିମୟ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ। 

ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁମୁହିଁ, ଜଙ୍ଗଲରେ ଲୁଚି ରହିଛନ୍ତି ଅନେକ ମାଓବାଦୀ

ନୂଆପଡା ୨୦/୦୧: ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁମୁହିଁ । ଜଙ୍ଗଲରେ ଲୁଚି ରହିଛନ୍ତି ଅନେକ ମାଓବାଦୀ । ନୂଆପଡା ଛତିଶଗଡ ସୀମାନ୍ତବର୍ତ୍ତୀ କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀ ଓ ମାଓବାଦୀ ମୁହାଁମୁହିଁ । ଉଭୟଙ୍କ ମଧ୍ୟରେ ଚାଲିଛି ଜୋରଦାର ଗୁଳି ବିନିମୟ । ଅପରେସନରେ ଛତିଶଗଡର ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ ନୂଆପଡାର SOG ୪୪ ନମ୍ବର ଟିମ୍ ସାମିଲ୍ ।

ଅଧିକ ପଢନ୍ତୁ...

ଚାଷ ଜମିରେ ହୁତୁହୁତୁ ହୋଇ ଜଳିଗଲା ହାର୍ଭେଷ୍ଟର

ସୂଚନା ଥାଉକି, ଛତିଶଗଡ ମେନପୁର ଥାନା କୁଲାରୀଘାଟ ଜଙ୍ଗଲରେ ଅନେକ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ମିଳିବା ପରେ ଆନ୍ତଃରାଜ୍ୟ ଅଭିଯାନ ମାଧ୍ୟମରେ ଉଭୟ ରାଜ୍ୟର ସୁରକ୍ଷା କର୍ମୀଙ୍କ ଅପରେସନ ଜୋରଦାର କରାଯାଇଛି । ଏବେ ବି ସେଠି ଗୁଳି ବିନିମୟ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ନୂଆପଡା ଏସପି ଗୁନ୍ଦାଲା ରାଘବେନ୍ଦ୍ର ରେଡ୍ଡୀ।