ମଙ୍ଗଳବାର ୩ୟ ପର୍ଯ୍ୟାୟ ନିର୍ବାଚନ: ୯୨ ଆସନରେ ହେବ ଭୋଟିଂ, ଭୋଟ୍ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି। ୯୨ ଆସନରେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।  ଏହି ପର୍ଯ୍ୟାୟରେ ୧୩୦୦ରୁ ଅଧିକ ପ୍ରାର୍ଥୀ ମଇଦାନରେ ଥିବା ବେଳେ ବହୁତ  ହେଭିଓ୍ଵେଟ୍ ନେତା ଭାଗ୍ୟ ଇଭିଏମରେ ସିଲ୍ ହେବ।  ମଙ୍ଗଳବାର ହେବାକୁ ଥିବା ନିର୍ବାଚନରେ ବହୁ ହେଭିଓ୍ବେଟ୍‌ଙ୍କ ଲାଗି ଭୋଟ ପଡ଼ିବ । ଏଥିରେ ଅମିତ ଶାହ, ଡିମ୍ପଲ ଯାଦବ, ଦିଗବିଜୟ ସିଂହ,ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହାନ, ସୁପ୍ରିୟା ସୁଲେଙ୍କ ସମେତ ବହୁ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେହିଭଳି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ନିସାନ ଉଚ୍ଚ ବିଦ୍ୟାଳୟରେ ସକାଳ ୭.୩୦ରେ ଭୋଟ ଦେବେ । ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳ ୯.୧୫ରେ ନରାୟଣପୁରାରେ ପହଞ୍ଚି ମତସାବ୍ୟସ୍ତ କରିବେ ।Also read: କନିଷି ସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାରତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୩ଟି ଆସନରେ ଭାଗ୍ୟ ପରୀକ୍ଷା କରିବେ ୧୩୩୨ ପ୍ରାର୍ଥୀ । ଏହି ୯୩ଟି ଆସନରୁ ୮୨ ସିଟ୍‌ରେ ବିଜେପି ପ୍ରାର୍ଥୀ ଅଛନ୍ତି । ଏହା ପରେ ବିଏସପିର ୭୯ ପ୍ରାର୍ଥୀ ଏବଂ କଂଗ୍ରେସର ୬୮ ଜଣ ପ୍ରାର୍ଥୀଙ୍କ ଲାଗି ମତ ଦେବେ ଭୋଟର । ଗୁଜରାଟର ୨୫ ସିଟ୍‌ରେ ସର୍ବାଧି

ମଙ୍ଗଳବାର ୩ୟ ପର୍ଯ୍ୟାୟ ନିର୍ବାଚନ: ୯୨ ଆସନରେ ହେବ ଭୋଟିଂ, ଭୋଟ୍ ଦେବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି। ୯୨ ଆସନରେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ।  ଏହି ପର୍ଯ୍ୟାୟରେ ୧୩୦୦ରୁ ଅଧିକ ପ୍ରାର୍ଥୀ ମଇଦାନରେ ଥିବା ବେଳେ ବହୁତ  ହେଭିଓ୍ଵେଟ୍ ନେତା ଭାଗ୍ୟ ଇଭିଏମରେ ସିଲ୍ ହେବ।  ମଙ୍ଗଳବାର ହେବାକୁ ଥିବା ନିର୍ବାଚନରେ ବହୁ ହେଭିଓ୍ବେଟ୍‌ଙ୍କ ଲାଗି ଭୋଟ ପଡ଼ିବ । 

ଏଥିରେ ଅମିତ ଶାହ, ଡିମ୍ପଲ ଯାଦବ, ଦିଗବିଜୟ ସିଂହ,ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହାନ, ସୁପ୍ରିୟା ସୁଲେଙ୍କ ସମେତ ବହୁ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେହିଭଳି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦର ନିସାନ ଉଚ୍ଚ ବିଦ୍ୟାଳୟରେ ସକାଳ ୭.୩୦ରେ ଭୋଟ ଦେବେ । ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳ ୯.୧୫ରେ ନରାୟଣପୁରାରେ ପହଞ୍ଚି ମତସାବ୍ୟସ୍ତ କରିବେ ।

Also read: କନିଷି ସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାର

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୯୩ଟି ଆସନରେ ଭାଗ୍ୟ ପରୀକ୍ଷା କରିବେ ୧୩୩୨ ପ୍ରାର୍ଥୀ । ଏହି ୯୩ଟି ଆସନରୁ ୮୨ ସିଟ୍‌ରେ ବିଜେପି ପ୍ରାର୍ଥୀ ଅଛନ୍ତି । ଏହା ପରେ ବିଏସପିର ୭୯ ପ୍ରାର୍ଥୀ ଏବଂ କଂଗ୍ରେସର ୬୮ ଜଣ ପ୍ରାର୍ଥୀଙ୍କ ଲାଗି ମତ ଦେବେ ଭୋଟର । ଗୁଜରାଟର ୨୫ ସିଟ୍‌ରେ ସର୍ବାଧିକ ୨୬୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । 

ଗୁଜରାଟର ସବୁ ୨୫ ଆସନରେ ମତଦାନ ହେବ। ଏହା ବ୍ୟତୀତ କର୍ଣ୍ଣାଟକର ୧୪ ଏବଂ ଉତ୍ତର ପ୍ରଦେଶର ୧୦ଟି ଆସନରେ ଭୋଟିଂ ହେବ । ଏବେ ସୁଦ୍ଧା ଦେଶରେ ୧୯୦ଟି ଲୋକସଭା ଆସନରେ ମତଦାନ ସଂପନ୍ନ ହୋଇଛି । ତୃତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ମତସାବ୍ୟସ୍ତ କରିବେ ମତଦାତା । ୧୨ଟି ରାଜ୍ୟର ୯୩ଟି ଆସନରେ ମତଦାନ ହେବାକୁ ଥିବା ବେଳେ ମଙ୍ଗଳବାର ସକାଳ ୭ରୁ ଭୋଟିଂ ଆରମ୍ଭ ହେବ । 

ତୃତୀୟ ପର୍ଯ୍ୟାୟରେ ଗୁଜରାଟର ୨୫ଟି ଆସନ, ଉତ୍ତର ପ୍ରଦେଶ ୧୦, ମହାରାଷ୍ଟ୍ର ୧୧, ଆସାମ ୪, ବିହାର ୫, ଛତିଶଗଡ଼ ୭, ଗୋଆ ୨, କର୍ଣ୍ଣାଟକ ୧୪, ମଧ୍ୟ ପ୍ରଦେଶ ୮, ପଞ୍ଚିମବଙ୍ଗ ୪, ଦାଦ୍ରା ନଗର ହାବେଳି ଏବଂ ଡାମନ ଡିଉର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ । ତେବେ ଏଥର ଗୁଜରାଟର ସୁରଟରୁ ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଯିବା ପରେ ୨୬ ପରିବର୍ତ୍ତେ ୨୫ ଆସନରେ ଭୋଟିଂ ହେବ ।