ୟେଦିୟୁରପ୍ପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, POCSO ଆକ୍ଟ ଧାରାରେ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଆସିଛି ବଡ ଖବର। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ମାମଲା। ଜଣେ ୧୭ ବର୍ଷର ବାଳିକାକୁ ଯୌନ ଶୋଷଣ କରିଥିବା ଅଭିଯୋଗ। ନାବାଳିକାର ମା’ଙ୍କ ଅଭିଯୋଗ ଉପରେ ପୋଲିସ ୟେଦିୟୁରପ୍ପାଙ୍କ ବିରୋଧରେ POCSO ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି। ଏହାଛଡ଼ା ଆଇପିସିର ଧାରା 354 (ଏ) ଅନୁଯାୟୀ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ଖବର ଅନୁଯାୟୀ, ୨୦୨୪ ଫେବୃଆରୀ ୨ରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆସିଥିଲା। ମା ଓ ଝିଅ ୟେଦିୟୁରପ୍ପାଙ୍କ ନିକଟକୁ ସାହାଯ୍ୟ ମାଗିବାକୁ ଆସିଥିଲେ। ପୀଡ଼ିତାଙ୍କ ମାଆ କହିଛନ୍ତି ଯେ କିଛି ଲୋକ ତାଙ୍କ ଝିଅକୁ ବଳାତ୍କାର କରିଥିଲେ। ପୋଲିସ କଥା ଶୁଣିନଥିଲା। ସେ ସାହାଯ୍ୟ ମାଗିବାକୁ ବି.ଏସ୍ ୟେଦିୟୁରପ୍ପାଙ୍କ ନିକଟକୁ ଯାଇଥିଲେ। ୟେଦିୟୁରପ୍ପା ସାହାଯ୍ୟ କରିବା ଆଳରେ ତାଙ୍କ ଝିଅକୁ ଯୌନ ଶୋଷଣ କରିଥିଲେ।ନାବାଳିକାର ମାଆ ଏଫଆଇଆରରେ କହିଛନ୍ତି ଯେ ଯେତେବେଳେ ସେ ୟେଦୁରୁପ୍ପା ଯାଇ ସାହାଯ୍ୟ ମାଗିଥିଲେ, ସେତେବେଳେ ସେ ତାଙ୍କ ଝିଅକୁ ଏକ କୋଠରୀକୁ ନେଇଥିଲେ। ରୁମର କବାଟ ବନ୍ଦ କରିଦେଲେ। ସେ ୫ମିନିଟ ରୁମରେ ରହି ସେଠାରେ ପୀଡିତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଝିଅ ବାହାରକୁ ଆସିବା ପରେ ଯୌନ ଉତ୍ପୀଡ଼ନ ବିଷୟରେ କହିଥିଲେ।ବିଏସ୍ ୟେଡିୟୁରପ୍ପା କ୍ଷମା ମାଗିଥିଲେ ଏବଂ ବାହାରେ କାହାକୁ ନ ଜଣାଇବାକୁ କହିଥିବା ନେଇ ତା

ୟେଦିୟୁରପ୍ପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, POCSO ଆକ୍ଟ ଧାରାରେ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଆସିଛି ବଡ ଖବର। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ମାମଲା। ଜଣେ ୧୭ ବର୍ଷର ବାଳିକାକୁ ଯୌନ ଶୋଷଣ କରିଥିବା ଅଭିଯୋଗ। ନାବାଳିକାର ମା’ଙ୍କ ଅଭିଯୋଗ ଉପରେ ପୋଲିସ ୟେଦିୟୁରପ୍ପାଙ୍କ ବିରୋଧରେ POCSO ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି। ଏହାଛଡ଼ା ଆଇପିସିର ଧାରା 354 (ଏ) ଅନୁଯାୟୀ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। 

ଖବର ଅନୁଯାୟୀ, ୨୦୨୪ ଫେବୃଆରୀ ୨ରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆସିଥିଲା। ମା ଓ ଝିଅ ୟେଦିୟୁରପ୍ପାଙ୍କ ନିକଟକୁ ସାହାଯ୍ୟ ମାଗିବାକୁ ଆସିଥିଲେ। ପୀଡ଼ିତାଙ୍କ ମାଆ କହିଛନ୍ତି ଯେ କିଛି ଲୋକ ତାଙ୍କ ଝିଅକୁ ବଳାତ୍କାର କରିଥିଲେ। ପୋଲିସ କଥା ଶୁଣିନଥିଲା। ସେ ସାହାଯ୍ୟ ମାଗିବାକୁ ବି.ଏସ୍ ୟେଦିୟୁରପ୍ପାଙ୍କ ନିକଟକୁ ଯାଇଥିଲେ। ୟେଦିୟୁରପ୍ପା ସାହାଯ୍ୟ କରିବା ଆଳରେ ତାଙ୍କ ଝିଅକୁ ଯୌନ ଶୋଷଣ କରିଥିଲେ।

ନାବାଳିକାର ମାଆ ଏଫଆଇଆରରେ କହିଛନ୍ତି ଯେ ଯେତେବେଳେ ସେ ୟେଦୁରୁପ୍ପା ଯାଇ ସାହାଯ୍ୟ ମାଗିଥିଲେ, ସେତେବେଳେ ସେ ତାଙ୍କ ଝିଅକୁ ଏକ କୋଠରୀକୁ ନେଇଥିଲେ। ରୁମର କବାଟ ବନ୍ଦ କରିଦେଲେ। ସେ ୫ମିନିଟ ରୁମରେ ରହି ସେଠାରେ ପୀଡିତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଝିଅ ବାହାରକୁ ଆସିବା ପରେ ଯୌନ ଉତ୍ପୀଡ଼ନ ବିଷୟରେ କହିଥିଲେ।

ବିଏସ୍ ୟେଡିୟୁରପ୍ପା କ୍ଷମା ମାଗିଥିଲେ ଏବଂ ବାହାରେ କାହାକୁ ନ ଜଣାଇବାକୁ କହିଥିବା ନେଇ ତାଙ୍କ ମାଆ ଅଭିଯୋଗ କରିଛନ୍ତି। ସଦାଶୀବନଗର ପୋଲିସ ଏ ବାବଦରେ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି।

ୟେଡିୟୁରପ୍ପା ୩ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ 2008 ରୁ 2011 ପର୍ଯ୍ୟନ୍ତ କର୍ଣ୍ଣାଟକର ସିଏମ୍ ଥିଲେ। ମେ 2018 ରେ କମ୍ ଅବଧି ଏବଂ ପରେ ଜୁଲାଇ 2019 ରୁ 2021 ପର୍ଯ୍ୟନ୍ତ ହୋଇଥିଲେ। 2021 ମସିହାରେ, ଅନେକ କଳ୍ପନାଜଳ୍ପନା ଏବଂ ଅନିଶ୍ଚିତତା ପରେ, ୟେଡିୟୁରପ୍ପାଙ୍କ ଇସ୍ତଫା ଘୋଷଣା କରିଥିଲେ।